କ୍ରସ୍‌ ଭୋଟିଂ ମାମଲା: ଆଜି ହାଇକୋର୍ଟରେ ଶୁଣାଣି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ବିଜେଡି ପକ୍ଷରୁ ଦାଖଲ ହୋଇଥିବା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହେବ। ଦଳର ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ ହୋଇଥିବା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଥିଲେ।ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବିଜେଡି ହାଇକୋର୍ଟର ଦ୍ବାରସ୍ଥ ହୋଇଛି। ଏନେଇ ଦଳ ପକ୍ଷରୁ ଏକ ରିଟ୍‌ ପିଟିସନ ଦାଖଲ କରାଯାଇଛି। ଏହି ମାମଲାରେ ବାଚସ୍ପତିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରି କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ବିଜେଡି ୮ ବିଧାୟକଙ୍କ ବିରୋଧରେ ପଦକ୍ଷେପ ଦାବି କରିଥିଲା। ତେବେ ସେହି ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଥିଲେ। ଏହାପରେ ବିଜେଡି ଆଇନଗତ ପଦକ୍ଷେପ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛି।ଆଜିର ଶୁଣାଣିରେ ହାଇକୋର୍ଟ ଏହି ମାମଲା ସମ୍ପର୍କରେ କେଉଁ ଦିଗ ଉପରେ ବିଚାର କରୁଛନ୍ତି ଏବଂ ଆଗାମୀ ପଦକ୍ଷେପ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

  • Related Posts

    ୧୧ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ: ୫ଜଣଙ୍କ କାଏମ

    ଦେବଗଡ଼:୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେଉଛି।ଯାହାକୁ ନେଇ ବର୍ତ୍ତମାନ ଦେବଗଡ ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇପଡିଛି।ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଥିବା‌ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ…

    Continue reading
    ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

    ଦେବଗଡ଼:ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀ ତଥା ରାଜ୍ୟ ଯୋଗାଣ ବିଭାଗର ଏମଡି କେ ସୁଦର୍ଶନ ଚକ୍ରବର୍ତ୍ତୀ ୨ ଦିନିଆ ଦେବଗଡ ଗସ୍ତରେ ଆସି ଆଜି ପୌରାଚଂଳ,ତିଲେଇବଣି ଏବଂ ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଶ୍ରୀ ଚକ୍ରବର୍ତ୍ତୀ ଜିଲ୍ଲା ମୁଖ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ