ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରୁଥିବା ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି । କେନ୍ଦ୍ର ସରକାର ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଜଗମୋହନଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିସ କରିଥିଲେ । ତେବେ ଜଗମୋହନଙ୍କ ଇସ୍ତଫା ସେପ୍ଟେମ୍ବର ୧୧ରୁ କାର୍ଯ୍ୟକାରୀ ହୋଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି । ଖୁବଶୀଘ୍ର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାକୁ ନୂଆ ଡିସିପି ନିଯୁକ୍ତ କରାଯିବ ନେଇ ସୂଚନା ।ଗତ ଜୁଲାଇ ୬ରେ ଇସ୍ତଫା ନେଇ ଖବର ସାମ୍ନାକୁ ଆସିବା ପରେ ଜଗମୋହନ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ‘ପାଖାପାଖି ୧୩ ବର୍ଷର ଚାକିରି କାଳ ପରେ କିଛିଦିନ ପୂର୍ବରୁ ମୁଁ ଇସ୍ତଫା ପତ୍ର ଦାଖଲ କରିଛି । ଏହା ବିଚାରଧୀନ ଅଛି । ବନ୍ଧୁ ଓ ପରିବାର ଲୋକଙ୍କ ସହ କଥା ହୋଇ ବହୁତ ଦିନ ପରେ ଏହି ନିଷ୍ପତ୍ତି ନେଇଛି । ଏଥିପାଇଁ ବ୍ୟକ୍ତିଗତ କାରଣ ରହିଛି । ଏହାକୁ ସମ୍ମାନ ଦେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।’

ଜଗମୋହନ ମୀନା ଆହୁରି କହିଥିଲେ ଯେ, ଓଡ଼ିଶାରେ ବିଭିନ୍ନ ପଦ ପଦବୀରେ କାମ କରିଥିବାରୁ ନିଜକୁ ସୌଭାଗ୍ୟ ମନେ କରୁଛି । ଟ୍ରେନିଂ ଆରମ୍ଭରୁ ଗଞ୍ଜାମରେ କ୍ୟାରିଅର ଆରମ୍ଭ ହେଲା । କଳାହାଣ୍ଡିରେ SDPO ରହିଥିଲି । ମାଲକାନଗିରି, ଅନୁଗୋଳ, ଗଞ୍ଜାମରେ SP ଏବଂ କଟକ ଡିସିପି ଭାବେ କାର୍ଯ୍ୟ କରିଥିଲି । ଏସବୁ ସୁଯୋଗ ପାଇଁ ଓଡ଼ିଶାର ଲୋକ ଏବଂ ରାଜ୍ୟ ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି ।

୨୦୨୫ ଫେବ୍ରୁଆରୀରେ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂଆ ନିଯୁକ୍ତି ଦିଆଯାଇଥିଲା । ୨୦୨୫ ମାର୍ଚ୍ଚ ୫ରେ ମୀନା ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ବିଦାୟୀ ଡିସିପି ପିନାକ ମିଶ୍ରଙ୍କ ଠାରୁ ସେ ଏହି ଦାୟିତ୍ୱ ନେଇଥିଲେ । ମୀନା ପୂର୍ବରୁ ଅନୁଗୋଳ ଓ ଗଞ୍ଜାମ ଏସ୍‌ପି ଏବଂ କଟକ ୟୁପିଡି ଡିସିପି ଭାବେ ମଧ୍ୟ କାମ କରିଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ରାଜ୍ୟ ସରକାରଙ୍କ ନିକଟରେ ଗତ ଜୁନରେ ଇସ୍ତଫା ପତ୍ର ଦାଖଲ କରିଥିଲେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ