ଆଜିଠାରୁ ଏସୀୟ କ୍ରୀଡ଼ାର ବିଂଶତମ ସଂସ୍କରଣ

ନାଗୋୟା: ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ବିଂଶତମ ସଂସ୍କରଣ -୨୦୨୬ର ଉଦ୍‌ଘାଟନୀ ଉତ୍ସବ ଶନିବାର ସନ୍ଧ୍ୟାରେ ଜାପାନର ନୋଗୋୟା ମିଜୁହୋ ଷ୍ଟାଡ଼ିୟମରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଅକ୍ଟୋବର ୪ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଉକ୍ତ କ୍ରୀଡ଼ା ମହାକୁମ୍ଭ ଉପରେ ସାରା ବିଶ୍ବର ନଜର ରହିଛି। ଏଥିରେ ୪୬ଟି ଏସୀୟ ଦେଶର ୧୦,୮୪୦ଜଣ କ୍ରୀଡ଼ାବିତ୍‌ ୪୩ଟି କ୍ରୀଡ଼ାରେ ୪୬୯ଟି ଇଭେଣ୍ଟରେ ପଦକ ପାଇଁ ଲଢେଇ କରିବେ। ଭାରତରୁ ମୋଟ୍‌ ୫୦୧ଜଣ (୨୬୭ ପୁରୁଷ ଓ ୨୩୪ମହିଳା) ଖେଳାଳି ରହିଛନ୍ତି। ସେହିପରି ୨୬୫ଜଣ ସହଯୋଗୀ ସଦସ୍ୟ ଜାପାନ ଗସ୍ତ କରିଛନ୍ତି। ୩୬ଟି କ୍ରୀଡ଼ା ଶୃଙ୍ଖଳାରେ ଭାରତୀୟ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଉକ୍ତ କ୍ରୀଡ଼ା ମହାକୁମ୍ଭରେ ଦଳଗତ କ୍ରୀଡ଼ା ହକି ଓ କ୍ରିକେଟରେ ଭାରତ ଉଭୟ ପୁରୁଷ ଓ ମହିଳା ଦଳ ପଦକ ଆଶା ରଖିଛି। ଗତ ସଂସ୍କରଣରେ ଭାରତ ଉଭୟ ପୁରୁଷ ଓ ମହିଳା କ୍ରିକେଟରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଏଥିର ମଧ୍ୟ ସ୍ବର୍ଣ୍ଣ ଜିତିବା ନେଇ ଦୃଢ ଆଶାବାଦୀ ରହିଛି। ଭାରତୀୟ ପୁରୁଷ କ୍ରିକେଟ ଦଳରେ ସ୍ଥାନ ପାଇଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା, ଶ୍ରେୟସ ଆୟର, ଯୁବ ତାରକା ବୈଭବ ସୂଯ୍ୟବଂଶୀ ଓ ମହିଳା ଦଳରେ ରହିଥିବା ସ୍ମୃତି ମାନ୍ଧାନା, ହରମନପ୍ରୀତ କୌର ଓ ଶେଫାଳି ବର୍ମା ନଜରରେ ରହିବେ। ଦୌଡ଼କୁଦରେ ଗୁରିନ୍ଦରବୀର ସିଂହ, ଅନିମେଷ କୁଜୁର, ଗୁଲବୀର ସିଂହ, ଅବିନାଶ ସାବଲେ, ମୂରଲୀ ଶ୍ରୀଶଙ୍କର, ତେଜିନ୍ଦରପାଲ ସିଂହ ତୁର, ରୋହିତ ଯାଦବ, ତେଜସ୍ବିନ ଶଙ୍କର, ଜ୍ୟୋତି ୟାରାଜି, ବ୍ୟାଡ଼ମିଣ୍ଟନରେ ପି.ଭି ସିନ୍ଧୁ, ଲକ୍ଷ୍ୟ ସେନ, ଆୟୁଷ ସେଟ୍ଟି, ଏଚ୍‌ ଏସ ପ୍ରଣୟ, ସୁଟିଂରେ ମନୁ ଭାକର, ବକ୍ସିଂରେ ଲଭଲିନା ବର୍ଗେହଁାଇ, କୁସ୍ତିରେ ଅନମ ସେରାୱତ ସ୍କ୍ବାର୍ଶରେ ଅନାହତ ସିଂହ, ତୀରନ୍ଦାଜୀରେ ଧିରଜ ବୋମାଦେବରା, ଜିମ୍ନାଷ୍ଟିକ୍‌ସରେ ପ୍ରଣତି ନାୟକ ପ୍ରମୁଖଙ୍କଠାରୁ ଭାରତ ସ୍ବର୍ଣ୍ଣ ପଦକ ଆଶା ରଖିଛି। ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଚଳିତ ଥର ଆହତ ପାଇଁ ବାଦ୍‌ ପଡ଼ିଛନ୍ତି। ଯାହା ଉକ୍ତ ବର୍ଗରେ ଭାରତ ପାଇଁ ସ୍ବର୍ଣ୍ଣ ବଜାୟ ରଖିବା କଷ୍ଟକର ହେବ। ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଖେଳାଳିଙ୍କ ପ୍ରସ୍ତୁତିରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଖେଳାଳିଙ୍କ ପ୍ରଶିକ୍ଷଣ, ପ୍ରଶିକ୍ଷକ ନିଯୁକ୍ତି ଏବଂ ଆଥ୍‌ଲେଟଙ୍କୁ ଦେଶ ବାହାରେ ଉତ୍ତମ ପ୍ରଶିକ୍ଷଣ ବାବଦରେ ଉକ୍ତ ଅର୍ଥ ଖର୍ଚ୍ଚ ହୋଇଛି। ଭାରତ ଏଥର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଭାରତୀୟ ଅଲିମ୍ପିକ୍‌ସ ସଂଘ ଆଶା ରଖିଛି। ୨୦୨୩ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତ ୨୮ଟି ସ୍ବର୍ଣ୍ଣ, ୩୮ଟିରୌପ୍ୟ ଓ ୪୦ଟି କାଂସ୍ୟ ସହ ମୋଟ୍‌ ୧୦୬ଟି ପଦକ ଜିତିଥିଲା। ଯାହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଛି।

  • Related Posts

    ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

    ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…

    Continue reading
    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ