ପାଣି ପମ୍ଫ ଅଚଳ ଯୋଗୁଁ ଆହାର କେନ୍ଦ୍ରରେ ରୋଷେଇ ବନ୍ଦ

ଦେବଗଡ଼:ସରକାର ସୁଲଭ ଦରରେ ସହର ଓ ମେଡିକାଲକୁ ଆସୁଥିବା ଗରିବ ଲୋକମାନଙ୍କ ପାଇଁ ଆରମ୍ଭ କରିଥିଲେ ଆହାର କେନ୍ଦ୍ର। କିନ୍ତୁ ଆଜି ପାଣି ପମ୍ଫ ଅଚଳ ହୋଇଯାଇଥିବାରୁ ପୌରାଚଂଳର ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟ‌ରେ ଥିବା ଆହାର କେନ୍ଦ୍ରରେ ପାଣିର ସମସ୍ୟା ଯୋଗୁଁ ଦିନ ବେଳ ରୋଷେଇ ବନ୍ଦ ରହିଥିଲା। ଯାହା ଫଳରେ ଆଜି ଆହାର କେନ୍ଦ୍ରକୁ ଖାଇବାକୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରିଥିଲେ। ସୂଚନା ଅନୁଯାୟୀ, ଗତକାଲି ଠାରୁ ଆହାର କେନ୍ଦ୍ରର ପାଣି ପମ୍ଫ ଅଚଳ ହୋଇଯାଇଥିଲା। ଏ ସଂପର୍କରେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ଜୟ ମା ସନ୍ତୋଷୀ ଏସଏଚଜି ଗ୍ରୁପର ସଦସ୍ୟମାନେ ପୌର କର୍ତ୍ତୁପକ୍ଷଙ୍କୁ ସୂଚନା ଦେବା ସହ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ।କିନ୍ତୁ ଏନେଇ ପୌର କର୍ତ୍ତୁପକ୍ଷ ପକ୍ଷରୁ କୌଣସି ପଦ‌କ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟ ଜୟ ମା ସନ୍ତୋଷୀ ଏସଏଚଜି ଗ୍ରୁପର ସଦସ୍ୟାମାନେ ଆବଶ୍ୟକୀୟ ପନିପରିବା କାଟି ରୋଷେଇ ପାଇଁ ପ୍ରସ୍ତୁତି ହୋଇ ସାରିଥିବା ବେଳେ ପାଣି ଅଭାବ କାରଣରୁ ରୋଷେଇ କରି ପାରି ନ ଥିଲେ l ତେବେ ଉକ୍ତ ଆହାର କେନ୍ଦ୍ରରେ ଦିନ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୨୦୦ଟି ମିଲ ଓ ସାଧାରଣ ଲୋକମାନଙ୍କ ପାଇଁ ୨୫୦ଟି ମିଲ ପ୍ରସ୍ତୁତ କରାଯାଇଥାଏ।କିନ୍ତୁ ଆଜି ପୌର କର୍ତ୍ତୁପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଆହାର କେନ୍ଦ୍ରରେ ପାଣି ପାଇଁ ରୋଷେଇ ହୋଇପାରିନଥିଲା। ବର୍ତ୍ତମାନ ଗଣେଶ ପୂଜା ଚାଲିଥିବାବେଳେ ଗ୍ରାମାଞ୍ଚଳରୁ ଆସୁଥିବା ଗରିବ ଲୋକମାନେ ଆହାର କେନ୍ଦ୍ର ଉପରେ ଭରସା କରୁଥିବାବେଳେ ଆଜି ପାଣି ସମସ୍ୟା ଯୋଗୁଁ କେନ୍ଦ୍ରରେ ରୋଷେଇ ହୋଇପାରିନଥିଲା। ଯାହା ଫଳରେ ଲୋକମାନଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା।ଏସଂପର୍କରେ ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥିଙ୍କୁ ଯୋଗାଯୋଗ କରିବାରୁ ପାଣି ପମ୍ଫ ଅଚଳ ହୋଇଯାଇଥିବା ଯୋଗଁୁ ଦିନ ବେଳେ ରୋଷେଇ ହୋଇପାରିନଥିଲା ଏବଂ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି ରାତି ସମୟରେ ମିଲ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ