ଆୟୁଷ ଚିକିତ୍ସାର ଲୋକପ୍ରିୟତା ବଢିଛି: ସ୍ଵାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: “ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଓ ଗୁଣବତ୍ତା ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ରେ ୪୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟୟରେ ୫୭୭ରୁ ଅଧିକ ଆୟୁଷ ପ୍ରକଳ୍ପ ଅନୁମୋଦିତ ହୋଇଛି । ମୟୂରଭଞ୍ଜର ରାଇରଙ୍ଗପୁରଠାରେ ୮୫.୭୮ କୋଟି ଟଙ୍କା ବ୍ୟୟରେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ। ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ହସ୍ପିଟାଲ ଏବଂ ଜଟଣୀରେ ୧୦୦ ଶଯ୍ୟା ବିଶିଷ୍ଟ ନେଚୁରୋପାଥି ହସ୍ପିଟାଲ ଭୂମିପୂଜନ ହୋଇସାରିଛି । ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ୩ଟି ନୂତନ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ନୂଆପଡ଼ା ଓ ନୟାଗଡ଼ରେ ୨ଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସ୍ଥାପନ ପାଇଁ ୨୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଏହା ଫଳରେ ଆୟୁଷ ଶିକ୍ଷା ଅଧିକ ବିକାଶ କରିବ“ ବୋଲି ୧୧ ତମ ଆୟୁର୍ବେଦ ଦିବସ ପାଳନ ଅବସରରେ ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି ।
ଭୁବନେଶ୍ୱର ସ୍ଥିତ ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ,”ଆୟୁଷ ସେବାର ଗୁଣବତ୍ତା ବୃଦ୍ଧି ପାଇଁ ସମସ୍ତ ସରକାରୀ ଆୟୁଷ ମେଡ଼ିକାଲ କଲେଜ ଏବଂ ୧୧୯୧ଟି ଆୟୁଷ ଔଷଧାଳୟରେ ହାଉସକିପିଂ, ପରିଚ୍ଛନ୍ନତା, ସୁରକ୍ଷା ଓ ଲିନେନ୍ ବ୍ୟବସ୍ଥା ସୁଦୃଢ଼ କରାଯାଇଛି । ସରକାରୀ ଆୟୁର୍ବେଦ ଓ ହୋମିଓପାଥିକ ହସ୍ପିଟାଲରେ ୧୬ ପ୍ରକାରର ମାଗଣା ପାଥୋଲୋଜି ପରୀକ୍ଷା ଏବଂ ଆବଶ୍ୟକ ଆୟୁଷ ଔଷଧର ନିରବଚ୍ଛିନ୍ନ ଯୋଗାଣ ପାଇଁ ୨୧.୪୭ କୋଟି ଟଙ୍କା ବ୍ୟୟ କରାଯାଉଛି। କିଛି ଜିଲ୍ଲାରେ ପଞ୍ଚକର୍ମ ସୁବିଧା ଆରମ୍ଭ ହୋଇଥିବା ବେଳେ ଇ-ସଞ୍ଜୀବନୀ ମେଡ଼ିସିନ ସେବା ମାଧ୍ୟମରେ ୫୦ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶେଷଜ୍ଞ ପରାମର୍ଶ ଯୋଗାଇ ଦିଆଯାଉଛି । ଏହା ସହ ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସୁଦୃଢ଼ କରାଯାଇଛି।“
ଆୟୁଷ ଶିକ୍ଷା ଓ ମାନବ ସମ୍ବଳ ବିକାଶ ଦିଗରେ ମଧ୍ୟ ଷ୍ଟାଇପେଣ୍ଡ ଓ ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି, ୪ ହଜାରରୁ ଊର୍ଦ୍ଧ୍ୱ ଆୟୁଷ ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ ଭଳି ପଦକ୍ଷେପ ନିଆଯାଇଛି । ଯୋଗ, ଆୟୁର୍ବେଦ ଓ ହୋମିଓପାଥି ସମ୍ପର୍କରେ ଜନସଚେତନତା ପାଇଁ ବିଭିନ୍ନ ଶିବିର ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆୟୁଷ କ୍ଷେତ୍ରରେ ଭିତ୍ତିଭୂମି, ଚିକିତ୍ସା, ଶିକ୍ଷା, ମାନବ ସମ୍ବଳ ଓ ଡିଜିଟାଲ୍ ସେବାର ସମନ୍ୱିତ ବିକାଶ ମାଧ୍ୟମରେ ଓଡ଼ିଶା ଏକ ସୁଦୃଢ଼ ଓ ଲୋକାଭିମୁଖୀ ଆୟୁଷ ବ୍ୟବସ୍ଥା ଗଠନ ଦିଗରେ ଆଗକୁ ବଢ଼ୁଛି । ଏହି ପ୍ରୟାସ ‘ବିକଶିତ ଓଡ଼ିଶା–୨୦୩୬’ ଓ ‘ବିକଶିତ ଭାରତ–୨୦୪୭’ର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ ।
ଏହି ଅବସରରେ ଖାରବେଳ ଭବନ, ଲୋକସେବା ଭବନ ଏବଂ ବିଧାନସଭା ପରିସରରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ବିଧାୟକ ଏକାମ୍ର(ଭୁବନେଶ୍ୱର) ଶ୍ରୀ ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ., ଆୟୁଷ ନିର୍ଦ୍ଦେଶିକା ଅର୍ଚ୍ଚନା ଦାସ ପଟ୍ଟନାୟକ, ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଡେପୁଟି ସୁପେରିଟେନଡେଣ୍ଟ ଚିତ୍ତ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ