ମହାନଦୀରେ ବନ୍ୟା

ଭୁବନେଶ୍ବର : ମହାନଦୀରେ ଆସୁଛି ବନ୍ୟା। ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ୍‌ ବନ୍ୟା ପାଣି ଛୁଇଁବା ଦ୍ବାରା ମହାନଦୀରେ ଛୋଟ ଧରଣର ବନ୍ୟା ଆସୁଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି।
ସୂଚନାନୁଯାୟୀ, ମହାନଦୀର ଶାଖା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ଭଳି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆରମ୍ଭ ହୋଇଛି। ମହାନଦୀରେ ବନ୍ୟା ଯୋଗୁଁ କଟକ, ଖୋରଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାର ତଳିଆ ଅଞ୍ଚଳରେ ବନ୍ୟା ଯୋଗୁଁ ଜଳବନ୍ଦୀ ସମସ୍ୟା ଦେଖାଦେବାର ସମ୍ଭାବନା ଦେଖାଦେଇଛି। ୨୪ ଘଣ୍ଟା ଯାଏ ତଳିଆ ଅଞ୍ଚଳ ବଡ଼ି ରହିବ। ଆଠଗଡ଼ ଅଞ୍ଚଳରେ ବନ୍ୟା ପାଣି ପଶିବା ଆରମ୍ଭ ହୋଇଛି।
ବଡ଼ମ୍ବାର ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ାରେ ବନ୍ୟାପାଣି ସୁଅ କାଟୁଛି। ବାଙ୍କୀର ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ରଣା, କଣ୍ଟିଆ ନାଳରେ ବି ବନ୍ୟାଜଳ ପ୍ରବେଶ କରିଛି। ସେହିଭଳି ପୁରୀର କଣାସ, ସତ୍ୟବାଦୀ, ନିମାପଡ଼ା, ବ୍ରହ୍ମଗିରି ଏବଂ ଗୋପ ପ୍ରଭାବିତ ହେବ। ଅପରପକ୍ଷେ, ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ଊଣେଇଶଖଣ୍ଡ ମୌଜାର ସୀମାନ୍ତ ଗାଁଗୁଡ଼ିକୁ ବନ୍ୟା ଭୟ ଘାରିଛି।
ଗଭୀର ଅବପାତ ପ୍ରଭାବରେ ଓଡ଼ିଶା ସମେତ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ମହାନଦୀର ବିଭିନ୍ନ ଅବବାହିକାରେ ବ୍ୟାପକ ବର୍ଷା ଯୋଗୁଁ ସିଓନାଥ, ଜୋଙ୍କ ଓ ମହାନଦୀର ଅନ୍ୟାନ୍ୟ ଉପନଦୀରେ ଜଳପ୍ରବାହ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳପ୍ରବାହ ହୋଇଛି। ପରବର୍ତ୍ତୀ ସମୟରେ ସେଓରିନାରାୟଣ ଓ ସାରାଡିହି ଗେଜ୍ ସାଇଟ୍‌ରେ ଜଳପ୍ରବାହ ଆହୁରି ବୃଦ୍ଧି ପାଇଛି। ସାରାଡିହି ଗେଜ୍ ସାଇଟ୍‌ରେ ଜଳପ୍ରବାହ ୭ଲକ୍ଷ କ୍ୟୁସେକ୍‌ରୁ ଅଧିକ ହେବା ପରେ ହୀରାକୁଦ ଜଳଭଣ୍ଡାରରୁ ମୋଟ ୩୦ଟି ଫାଟକ ଖୋଲା ଯାଇଛି। ଉପରମୁଣ୍ଡରୁ ଆସୁଥିବା ପାଣି ପହଞ୍ଚିବା ପରେ ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ମହାନଦୀ ଏବଂ ଏହାର ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଖଇରମାଳରେ ୬.୫୪ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କରୁଥିବା ବେଳେ ବରମୂଳରେ ୬.୨୮ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହ କରୁଛି। ସନ୍ଧ୍ୟା ୬ଟା ବେଳକୁ ମୁଣ୍ଡଳିରେ ୭,୮୩,୭୭୦କ୍ୟୁସେକ୍‌ ବନ୍ୟାଜଳ ପ୍ରବାହ କରୁଛି।

  • Related Posts

    ବେକ କାଟି ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ

    ବ୍ରହ୍ମପୁର: ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ବ୍ରହ୍ମପୁର ସହର। ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କ ବେକ କାଟି ହତ୍ୟା କରାଯାଇଛି। ଘଟଣାରେ ତାଙ୍କ ବନ୍ଧୁ ବିଟୁ ସାହୁଙ୍କୁ ପୁଲିସ ଅଟକ ରଖି…

    Continue reading
    ନୀଳଗିରିରେ ଅଜଣା ବସ୍ତୁକୁ ନେଇ ଆତଙ୍କ

    ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଜଣା ବସ୍ତୁକୁ ନେଇ ଆତଙ୍କ । ନରଣପୁର ପଞ୍ଚାୟତ ଗେନ୍ଦରାସାହି ନିକଟସ୍ଥ ଏକ ଶାଳ ଗଛରେ ଅଜଣା ବସ୍ତୁ ଝୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏକ ପ୍ଲାଷ୍ଟିକ୍ ଡବା ଆକାରର ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ