
ଦେବଗଡ଼:ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ତିଲେଇବଣି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୃଜନ ସାରସ୍ୱତ,ରିମାଣ୍ଡ ଆଡ଼ଭୋକେଟ ଜୟନ୍ତ କିଶୋର ମହାନ୍ତି,ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ପ୍ରଧାନ ଯୋଗ ଦେଇ ଏସିଡ ଆକ୍ରମଣ ର ଶିକାର, ଉଦ୍ଧିଷ୍ଟ ଆଇନ, ପୀଡିତ କ୍ଷତିପୂରଣ,ପୋସ୍କୋ ଆଇନ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ।








