ବେରେଡାକିଆ ଗଣେଶ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ଗଣେଶ ପୂଜା କମିଟିର ୨୦୨୬ ବର୍ଷର ଅନ୍ତିମ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଚଳିତ ବର୍ଷର ପୂଜା ଆୟୋଜନ ସମ୍ପର୍କରେ ସମୀକ୍ଷା କରାଯିବା ସହ ପୁରାତନ କମିଟିକୁ ଭଙ୍ଗ କରି ନୂତନ କମିଟି ଗଠନ କରାଯାଇଥିଲା।ନୂତନ କମିଟିର ସଭାପତି ଭାବେ ଅଶୋକ ମହାରଣାଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ବିଭୁଦତ୍ତ ବେହେରା ଓ ସଂଗ୍ରାମ ନାୟକ, ସମ୍ପାଦକ ଭାବେ ରଜତ କୁମାର ଘଡାଇ ଓ ସହସମ୍ପାଦକ ଭାବେ ସନକ ଦିଗାଳଙ୍କୁ ଚୟନ କରାଯାଇଛି।କୋଷାଧ୍ୟକ୍ଷ ଦାୟିତ୍ୱ ଜିତେନ୍ଦ୍ର କୁମାର ମଲ୍ଲିକ ଓ ଦେବାଶିଷ ପଣ୍ଡାଙ୍କୁ ଦିଆଯାଇଥିବା ବେଳେ ସଂଗଠନ ସମ୍ପାଦକ ଭାବେ ଧରଣୀଧର କହଁରଙ୍କୁ ଚୟନ କରାଯାଇଛି। କାର୍ଯ୍ୟକାରୀ ସଦସ୍ୟ ଭାବେ ହିମାଶ୍ନୁ ପତି, ରାଜେଶ ବେହେରା, ରାକେଶ ପଲେଇ, ସତ୍ୟବ୍ରତ ପାତ୍ର, ଜଗନ୍ନାଥ ସାହୁ ଓ ବାବୁ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି।କମିଟିର ଅନ୍ୟ ସମସ୍ତ ସଦସ୍ୟଙ୍କୁ ଉପଦେଷ୍ଟା ଭାବେ ରଖାଯାଇଛି। ସେମାନେ ନୂତନ କମିଟିକୁ ଆବଶ୍ୟକ ଦିଗଦର୍ଶନ ଦେବା ସହ ଗଣେଶ ପୂଜାର ଆୟୋଜନ ଓ କମିଟିର ବିଭିନ୍ନ କାର୍ଯ୍ୟକୁ ସୁଚାରୁ ଭାବେ ଆଗେଇ ନେବାରେ ସହଯୋଗ କରିବେ ବୋଲି ବୈଠକରେ ଆଶା ପ୍ରକାଶ କରାଯାଇଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ