ଜ଼ିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଚୟନ ଉଦଘାଟିତ

ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦେବଗଡ଼ ଆନୁକୂଲ୍ୟରେ ଆଜି ଜ଼ିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ବର୍ଷରୁ କମ ଛାତ୍ର ଛାତ୍ରୀ ମାନଙ୍କର କ୍ରୀଡା ପ୍ରତିଭା ଚୟନ ଶିବିର ଉଦଘାଟିତ ହୋଇଯାଇଅଛି। ଆଜି ପୂର୍ବାହ୍ନ ରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ ସଂମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ , ଜ଼ିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସିନ ରହି ଚୟନ ଶିବିର ର ଶୁଭାରମ୍ଭ କରିବା ସହ ଛାତ୍ର ଛାତ୍ରୀ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପଦ୍ମିନୀ ମହାପାତ୍ର ସ୍ୱାଗତ ଭାଷଣ ସହ ବିବରଣୀ ପାଠ କରିଥିଲେ। ସଭା ପ୍ରାରମ୍ଭରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦେବଗଡ଼ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ସଂଯୋଜନା କରିଥିଲେ। ପିଏମ.ଶ୍ରୀ ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟ ଡଂରା ପ୍ରଧାନ ଶିକ୍ଷକ ମାଧବ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟ ନଈକୂଳ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣି ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ।ପ୍ରଥମ ଦିବସରେ ପୂର୍ବରୁ ତିନୋଟି ବ୍ଲକ ରୁ ଚୟନ ହୋଇ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଲିବଲ , ହ୍ୟାଣ୍ଡ ବଲ , ବ୍ୟାଡ଼ମୀଣ୍ଟନ, ଆଥେଲେଟିକ , କବାଡି ପ୍ରତିଯୋଗିତା ମାନ କରାଯାଇ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ପ୍ରତିଯୋଗିତା ନିମନ୍ତେ ଚୟନ କରାଯାଇଥିଲା ଉଦଯାପନୀ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଉପସ୍ଥିତ ରହି ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଖେଳ ଗୁଡିକୁ କରୁଣାକର ପାନ୍ନା,ରଞ୍ଜିତା ମିଶ୍ର, କୁନିତା ସାହୁ, କିରଣ ଟପ୍ନୋ, ଶ୍ୟାମ ସୁନ୍ଦର ବେହେରା,ମାନସ କୁମାର ଦାସ , ବିରଞ୍ଚି ନାରୟଣ ଦାସ, ଧବଳେଶ୍ୱର ପଣ୍ଡା, ସଞ୍ଜୟ କୁମାର ପ୍ରଧାନ,ରିଣ୍ଟୁ ବିଶ୍ୱାଳ, ଟିପଟନ ସାହୁ , ମନୋଜ ଜେନା, ଦଶରଥ ନାଏକ, ସୂର୍ଯ୍ୟକାନ୍ତ ମହନ୍ତ ପ୍ରମୁଖ ପରିଚାଳନା କରିଥିଲେ। କ୍ରୀଡା ଚୟନ ଶିବିରରେ ତିନୋଟି ବ୍ଲକ ରୁ ଉଭୟ ବର୍ଗ ରେ ମୋଟ ୫୫୦ଜଣ ଛାତ୍ର ଛାତ୍ରୀ ସହାୟକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ