ରାୟଗଡ଼ା ରାଜନୀତି : ଭାସ୍କର ଦେଖାଇଲେ ଦମ୍‌

ଶ୍ରମିତା ହେଲେ ପୌର ଉପାଧ୍ୟକ୍ଷା
ପୌରାଧ୍ୟକ୍ଷ ମହେଶ ଓ ଶ୍ରମିତା ବିଜେଡିରୁ ନିଲମ୍ବିତ
ରାୟଗଡା : ରାୟଗଡା ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ ତାଙ୍କର ଦମ୍‌ ଦେଖାଇଛନ୍ତି । ରାୟଗଡ଼ା ପୌରାଧ୍ୟକ୍ଷଙ୍କ ଠାରୁ ନେଇ ୧୯ କାଉନସିଲର ତାଙ୍କ ସହ ରହିଛନ୍ତି । ତେବେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଭାସ୍କରଙ୍କ ଗୋଷ୍ଠୀରେ ନଥିବାରୁ ଭାସ୍କରଙ୍କ ଅନୁଗାମୀ ତଥା ବିଜେଡ଼ି କାଉନସିଲରମାନେ ତାଙ୍କୁ ହଟାଇବାକୁ ଯେଉଁ ଯୋଜନା କରିଥିଲେ ସେଥିରେ ସଫଳ ହୋଇଛନ୍ତି । ଅବଶ୍ୟ ଏହି ଯୋଜନା ଏବେର ନୁହେଁ, ଗତ କିଛିମାସ ଧରି ଜାରି ରହିଥିଲା । ଉପାଧ୍ୟକ୍ଷା ଭାବେ ୧୬ ନମ୍ବର ୱାଡର଼୍ର କାଉନସିଲର ଶ୍ରମିତା ପାଢ଼ୀ ବାଜିମାତ୍‌ କରିଛନ୍ତି । ଅପରପକ୍ଷରେ ପୌରାଧ୍ୟକ୍ଷ ପି ମହେଶ ପଟ୍ଟନାୟକ ଓ ନବ ନିର୍ବାଚିତ ପୌର ଉପାଧ୍ୟାକ୍ଷା ତଥା ୧୬ ନମ୍ବର କାଉନସିଲର ଶର୍ମିତା ପାଢୀଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିଛି ।
ଭାସ୍କର ବିଜେଡ଼ିରୁ ବାହାରିବା ପରେ ତାଙ୍କ ସହ ଅନେକ କାଉନସିଲର ଓ ନେତାମାନେ ବ ବିଜେଡ଼ି ଛାଡ଼ି ଦେଇଥିଲେ । କିନ୍ତୁ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଅପରପକ୍ଷରେ ଉପାଧ୍ୟକ୍ଷା ଥିବା ଶୁଭ୍ରା ପଣ୍ଡାଙ୍କୁ ହଟାଇବାକୁ ଅନାସ୍ଥା ଆସିଥିଲା । କିନ୍ତୁ କୋର୍ଟରେ ମାମଲା ଚାଲିବାରୁ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଉପାଧ୍ୟାକ୍ଷା ନିର୍ବାଚନରେ ୧୬ ନମ୍ବର ୱାର୍ଡ କାଉନସିଲର ଶ୍ରମିତା ପାଢ଼ୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ବିରୋଧରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ନୂତନ ଉପାଧ୍ୟକ୍ଷା ଭାବରେ ଶ୍ରମିତା ପାଢ଼ୀ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ପ୍ରିୟଦର୍ଶନି ସ୍ୱାଇଁ ଘୋଷଣା କରିଛନ୍ତି ।
ଶ୍ରମିତାଙ୍କ ପ୍ରସ୍ତାବକ ରହିଥିଲେ ପାଲକୋଣ୍ଡା ମମିତା ଓ ସମର୍ଥକ ଥିଲେ ସରୋଜିନୀ ଖୋସଲା । ସୂଚନାଯୋଗ୍ୟ ଯେ, ରାୟଗଡ଼ା ପୌରସଂସ୍ଥାର ତତ୍କାଳୀନ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଗତବର୍ଷ ସେପ୍ଟେମ୍ବର ୧୨ ତାରିଖରେ ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ସେତେବେଳେ ପୌରପାଳିକାରେ ବିଜେଡିର ୨୧, ବିଜେପିର ୨ ଓ କଂଗ୍ରେସର ଜଣେ କାଉନସିଲର ଥିଲେ । ପରବର୍ତ୍ତୀ ସମୟରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହୋଇଥିଲେ ମଧ୍ୟ ଆଇନଗତ ପ୍ରକ୍ରିୟା କାରଣରୁ ଉପାଧ୍ୟକ୍ଷ ପଦକୁ ନେଇ ପରବର୍ତ୍ତୀ ପ୍ରକ୍ରିୟାରେ ବିଳମ୍ବ ଘଟିଥିଲା । ଅନାସ୍ଥା ପ୍ରସ୍ତାବ ବେଳେ ଦଳ ପକ୍ଷରୁ ହ୍ୱିପ୍‌ ଜାରି ହୋଇଥିବା ସତ୍ତେ୍‌୍ୱ ୧୯ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ । ଅନ୍ୟପକ୍ଷରେ, ଅନାସ୍ଥା ପ୍ରସ୍ତାବ ସମୟରେ ଏକାଠି ଥିବା ୧୯ ଜଣ କାଉନସିଲରଙ୍କ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଯୋଗ ନଦେଇ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ‘ବିଜୁ ସ୍ୱାଭିମାନ ମଞ୍ଚ’ର କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।
ଗତ ୨୦୨୪ ନିର୍ବାଚନ ସମୟରେ ବିଜେଡି ତରଫରୁ ନିଆଯାଇଥିବା ନିଷ୍ପତ୍ତି ଏବଂ ଭାସ୍କର ରାଓ ଗୋଷ୍ଠୀଙ୍କୁ ବାରମ୍ବାର ଅଣଦେଖା କରିଥିବାରୁ ଶ୍ରୀ ରାଓଙ୍କ ସମେତ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଏବଂ ବହୁ ବରିଷ୍ଠ ନେତା ବିଜେଡି ଛାଡିଥିଲେ ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ