
ଭୁବନେଶ୍ୱର : ‘ଆପଣମାନଙ୍କୁ କାମ କରିବାକୁ ପଡିବ । ବହୁତ ପରିଶ୍ରମ କରିବାକୁ ପଡିବ । ଆପଣମାନେ ଜାଣିଛନ୍ତି, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ସେଥିପାଇଁ ଆମ ସମସ୍ତଙ୍କୁ ବହୁତ କାମ କରିବାକୁ ପଡିବ । ମୁଁ ଶୁଣିଛି ଶେରଗଡରେ କିଛି ଲୋକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ସେମାନେ ବଦମାସୀ କରୁଛନ୍ତି । ମୋତେ ସବୁ ଜଣା । ଠିକ୍ ସମୟରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବି ।’
ଯାହାକୁ ନେଇ ଗଞ୍ଜାମ ବିଜେଡ଼ିରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନବୀନଙ୍କ ହିଞ୍ଜିଳିରେ କିଏ ବଦମାସୀ କରୁଛନ୍ତି ତାହାକୁ ନେଇ ହଟଚମଟ ସୃଷ୍ଟିହୋଇଛି । ୨୦୨୪ରେ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ମାତ୍ର ୪ ହଜାର ଭୋଟ୍ରେ ଜିତିଥିଲେ । ଏମିତିବି ଗଞ୍ଜାମରେ ବିଜେଡ଼ିର ଦୁର୍ଗ ବି ଭୁଷୁଡ଼ି ପଡ଼ିଥିଲା । ବିଜେପି ବିପୁଳ ବିଜୟ ହାସଲ କରିଥିଲା । ନବୀନଙ୍କ ଏଭଳି ଆଭିମୁଖ୍ୟରୁ ସ୍ପଷ୍ଟଯେ, ତାଙ୍କ ପଛରେ କିଏ ପଡ଼ିଯାଇଛନ୍ତି । ତେବେ କାହା ସାହାସରେ ବଦମାସମାନେ ଏମିତି କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ ।







