“ସିଏଜି ରିପୋର୍ଟ” ବିଜୁ ଜନତା ଦଳର ଖଣି କେଳେଙ୍କାରୀ କଳା ଚିଠାର ନୂଆ ପୃଷ୍ଠା: ଅନୀଲ ବିଶ୍ୱାଳ

 ସିଏଜି ରିପୋର୍ଟ ଏବଂ ଏମ୍‌ଏମ୍‌ଡିଆର୍ ସଂଶୋଧନ ଉପରେ ବିଜେଡିକୁ ଖୋଲା ବିତର୍କ ପାଇଁ ଆହ୍ୱାନ
 ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ଖଣି ପ୍ରଶାସନ ଏବଂ ଖଣି ପ୍ରଭାବିତ ଅଂଚଳରେ କେଉଁଭଳି ଭାବରେ ଅର୍ଥ ଲୁଟ୍ କରାଯାଉଥିଲା ତାହାର ବାସ୍ତବ ଚିତ୍ର ସାମ୍‌ନାକୁ ଆଣିଛି
 ବିଜୁ ଜନତା ଦଳ ସ୍ପଷ୍ଟ କରୁ ଖଣି ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଡିଏମ୍‌ଏଫ୍ ଟଙ୍କାକୁ କିଏ ଲୁଟ୍ କରିଛି, କାହା ପକେଟ୍‌କୁ ଏହି ଅର୍ଥ ଯାଇଛି?
 ବିଜୁ ଜନତା ଦଳ ପାଇଥିବା ୭୭୫ କୋଟି ଟଙ୍କାର ରାଜନୈତିକ ଚାନ୍ଦା ଭିତରୁ ୬୮୨ କୋଟି ଟଙ୍କା ହେଉଛି ଖଣି କମ୍ପାନୀଙ୍କଠାରୁ ଆଦାୟ ଅର୍ଥ
ଭୂବନେଶ୍ୱର, ତା.୩୦/୦୯: ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପୂର୍ବତନ ବିଜେଡି ସରକାରର ଖଣି ପ୍ରଶାସନ ଏବଂ ଖଣି ପ୍ରଭାବିତ ଅଂଚଳରେ କେଉଁଭଳି ଭାବରେ ଅର୍ଥ ଲୁଟ୍ କରାଯାଉଥିଲା ତାହାର ବାସ୍ତବ ଚିତ୍ର ସାମ୍‌ନାକୁ ଆଣିଛି । ଆଜି ବିଜେଡି ଖଣି ରାଜସ୍ୱକୁ ନେଇ ରାଜନୈତିକ ପ୍ରତିବାଦ କରୁଛି କିନ୍ତୁ ତାଙ୍କ ଦୀର୍ଘ ଶାସନକାଳରେ ଖଣି ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଡିଏମ୍‌ଏଫ୍ ପାଣ୍ଠିର ବ୍ୟବହାରରେ ସିଏଜି ଗୁୁୁୁରୁତର ଅନିୟମିତତା ଚିହ୍ନଟ କରିଛନ୍ତି । ଆଜି ଯେଉଁ ବିଜେଡି ନିଜକୁ ଖଣି ଅଧିକାରର ରକ୍ଷକଭାବେ ଦେଖାଇ ହେବାକୁ ଚେଷ୍ଟା କରୁଛି, ସିଏଜି ରିପୋର୍ଟ ତାଙ୍କ ଶାସନକାଳର ଅସଲ ବାସ୍ତବତା ଲୋକଙ୍କ ସାମ୍‌ନାରେ ପ୍ରମାଣିତ କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶୀ ଅନୀଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସିଏଜି ଦର୍ଶାଇଛନ୍ତି ଯେ, ବିଜେଡି ସରକାର ସମୟରେ ଡିଏମ୍‌ଏଫ୍‌ର ନିୟମକୁ ଜଳାଞ୍ଜଳି ଦେଇ କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯୮୩ କୋଟି ଟଙ୍କାର ଅର୍ଥ ହେରଫେର ହୋଇଛି । ଯେଉଁ ଲୋକମାନେ ଖଣି ପାଇଁ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ପାଇଁ ଅର୍ଥ ଖର୍ଚ୍ଚ ନ କରାଯାଇ ଅନ୍ୟ ସ୍ଥାନରେ କରାଯାଇଛି । ସେହିଭଳି ୧୧୯ କୋଟି ଟଙ୍କାର ସୁଧ ଯାହା ଡିଏମ୍‌ଏଫ୍ ଫଣ୍ଡକୁ ଆସିବା କଥା ତାହାକୁ ବିଜେଡି ସରକାର ସମୟରେ ନ କରାଯାଇ ହେରଫେର କରାଯାଇଛି । ଯାଜପୁର ଜିଲ୍ଲାରେ ୫୦୭ କୋଟି ଟଙ୍କାର ଅର୍ଥ ଡିଏମ୍‌ଏଫ୍ ଫଣ୍ଡରୁ ଅଯାଚିତ ଭାବରେ ବିଭିନ୍ନ ଅନାବଶ୍ୟକ ଖର୍ଚ୍ଚରେ ବିନିଯୋଗ କରାଯାଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୨୫କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜିଲ୍ଲାପାଳଙ୍କ ଘରେ ପଢ଼ିବା ଘର, ମୁନ୍ୟୁସିପାଲିଟି କାର୍ଯ୍ୟାଳୟର ଅନାବଶ୍ୟକ ବିସ୍ତାର ଆଦି କାର୍ଯ୍ୟରେ କୁବିନିଯୋଗ କରାଯାଇଛି । ଯାଜପୁର ଓ କେନ୍ଦୁଝରରେ ୫୧ କୋଟି ଟଙ୍କାର ପାର୍କ ନିର୍ମାଣ କରାଯାଇଛି ଯାହାର କୌଣସି ଚିହ୍ନବର୍ଣ୍ଣ ନାହିଁ ।
ସୁନ୍ଦରଗଡ଼ର ଏକ ହସ୍ପିଟାଲକୁ କୋଭିଡ୍ ସମୟରେ ବିଲ୍ ପରିମାଣଠାରୁ ୧୦ କୋଟି ଟଙ୍କା ଅଧିକ ଦେବା, କୌଣସି ଅଭିଜ୍ଞତା ନ ଥିବା ସଂସ୍ଥା ହାତରେ ୭କୋଟିରୁ ଅଧିକ ଟଙ୍କା ଦେଇ ଭାମ୍ୟମାଣ ସ୍ୱାସ୍ଥ୍ୟସେବାର ଠିକା ଦେଇଦେବା ଭଳି ଦୁର୍ନୀତି ବିଜେଡି ସମୟରେ ହୋଇଥିବା କଥା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ସେହିଭଳି ସୁନ୍ଦରଗଡ଼ରରେ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମହୁଚାଷ କରାଯାଇଛି ଯେଉଁଠି ନା ମହୁମାଛି ଅଛନ୍ତି, ନା ମହୁଚାଷୀ ଅଛନ୍ତି, ନା ମହୁବାକ୍ସ ରହିଛି । କେବଳ ସେତିକ ନୁହେଁ ଡାକ୍ତରଖାନା ପାଇଁ ଜିନିଷ କିଣା, କୋଚିଂ ସେଂଟର ନଁରେ ଅର୍ଥ ହେରଫେର ବିଷୟ ସିଏଜି ଧରିଛନ୍ତି । ସାମଗ୍ରୀକ ଭାବେ ଆକଳନ କଲେ ପାଖାପାଖି ୨୮୮୦ କୋଟି ଟଙ୍କାର ଡିଏମ୍‌ଏଫ୍ ଅର୍ଥ ହେରଫେର କଥା ସିଏଜି ସାମ୍‌ନାକୁ ଆଣିଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଜୁ ଜନତା ଦଳ ଏବେ ଏମ୍‌ଏମ୍‌ଡିଆର ଆକ୍ଟକୁ ନେଇ ଖଣି ପ୍ରଭାବିତ ଅଂଚଳର ସ୍ୱାର୍ଥହାନୀ ହେବ ବୋଲି ଜନସାଧାରଣ ନିକଟରେ ଭ୍ରମ ସୃଷ୍ଟି କରୁଛି । କିନ୍ତୁ ସିଏଜି ରିପୋର୍ଟ ପ୍ରମାଣିତ କରୁଛି ଯେ, ସେମାନେ ଯେତେବେଳେ ସରକାରରେ ଥିଲେ କିଭଳି ଭାବରେ ଖଣି ପ୍ରଭାବିତ ଅଂଚଳର ବିକାଶ ପାଇଁ ଥିôବା ଅର୍ଥକୁ ନିଜ ପକେଟରେ ପୁରାଉଥିଲେ । ଏବେ ବିଜେଡି ରାଜନୈତିକ ନାଟକ ବନ୍ଦ କରି ଜନତାଙ୍କୁ ଜବାବ ଦେବାକୁ ପଡ଼ିବ । ବିଜୁ ଜନତା ଦଳ ସ୍ପଷ୍ଟ କରୁ ଖଣି ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଡିଏମ୍‌ଏଫ୍ ଟଙ୍କାକୁ କିଏ ଲୁଟ୍ କରିଛି, କାହା ପକେଟ୍‌କୁ ଏହି ଅର୍ଥ ଯାଇଛି । ଏହା ଖଣି ପ୍ରଭାବିତ ଆଦିବାସୀ ଓ ଗରିବ ଲୋକଙ୍କ ଅଧିକାର ପ୍ରତି ନବୀନ ବାବୁଙ୍କ ପୂର୍ବ ସରକାରଙ୍କର ଅନ୍ୟାୟର ଆଉ ଏକ ଉଦାହରଣ । ନରେନ୍ଦ୍ର ମୋଦି ସରକାର ଡିଏମ୍‌ଏଫ୍ ବ୍ୟବସ୍ଥା ଆଣିଥିଲେ ଯେପରି ଖଣିରୁ ମିଳୁିଥିବା ଅର୍ଥର ଲାଭ ଖଣି ପ୍ରଭାବିତ ଲୋକଙ୍କ ପାଖରେ ପଂହଚିବ । କିନ୍ତୁ ବିଜେଡି ସରକାର ସମୟରେ ସେହି ଅର୍ଥ ହରିଲୁଟ୍ ହେଉଥିଲା ।
କେବଳ ସେତିକି ନୁହେଁ, ବିଜେଡି ଏବେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ଷେପ କରୁଛି ଯେ, ବିଜେପି କୁଆଡ଼େ ଖଣି କମ୍ପାନୀଙ୍କ ସ୍ୱାର୍ଥରେ କାମ କରୁଛି ବୋଲି । ତଥ୍ୟ କହୁଛି ଯେ, ବିଜୁ ଜନତା ଦଳ ପାଇଥିବା ସମୁଦାୟ ୭୭୫ କୋଟି ଟଙ୍କାର ରାଜନୈତିକ ଚାନ୍ଦା ଭିତରୁ ୬୮୨ କୋଟି ଟଙ୍କା ହେଉଛି ଖଣି କମ୍ପାନୀଙ୍କ ଠାରୁ ଆଦାୟ କରାଯାଇଥିବା ଅର୍ଥ ଯାହା ମୋଟ୍ ଅର୍ଥର ୮୮% । ବିଜେଡି ସ୍ପଷ୍ଟ କରୁ କେଉଁ କାରଣ ପାଇଁ ସେମାନଙ୍କୁ ଖଣି କମ୍ପାନୀମାନେ ଏତେ ଅଯାଚିତ ଅର୍ଥ ଦେଲେ? ଏହା କ’ଣ ଶାହା କମିଶନଙ୍କ ସୁପାରିଶ ପରେ ଆଦାୟ ହେବାକୁ ଥିବା ଜରିମାନା ଅର୍ଥ ଛାଡ଼ କରିଦେବାର ପୁରସ୍କାର କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ବିଧାନସଭାରେ ସରକାର ଏମ୍‌ଏମ୍‌ଡିଆର୍ ସଂଶୋଧନ ଉପରେ ଆଲୋଚନା ପାଇଁ ରାଜି ଥିଲାବେଳେ ଉଭୟ ବିଜେଡି ଏବଂ କଂଗ୍ରେସ ଗୃହ ଚଲାଇ ଦେଲେନାହିଁ । ଏମ୍‌ଏମ୍‌ଡିଆର୍ ସଂଶୋଧନ ଉପରେ ଖୋଲା ବିତର୍କ ପାଇଁ ବିଜୁ ଜନତା ଦଳ ଓ କଂଗ୍ରେସର ପଛଘୁଂଚା କାହିଁକି? ଯଦି ସତ୍ ସାହାସ ଅଛି ବିଜୁ ଜନତା ଦଳ ଏମ୍‌ଏମ୍‌ଡିଆର୍ ଆକ୍ଟ ଏବଂ ସିଏଜି ରିପୋର୍ଟ ଉପରେ ଖୋଲା ବିତର୍କକୁ ଆସିବା ପାଇଁ ଶ୍ରୀ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ