ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ଆଜିଠୁ ସିଜେପି ଓ ‘ଇଣ୍ଡି’ ମେଣ୍ଟର ବିକ୍ଷୋଭ

ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାକୁ ନେଇ ଦେଶ ରାଜନୀତି ଉଠୁଛି ପଡୁଛି। ଏସଆଇଆର ପ୍ରସଙ୍ଗରେ ସିଇସି ଓ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତଙ୍କ ମଧ୍ୟରେ ମତଭେଦ ସମ୍ବନ୍ଧିତ ଗଣମାଧ୍ୟମ ରିପୋର୍ଟ ଆସିବା ପରେ ବିରୋଧୀ ସକ୍ରିୟ ହୋଇଯାଇଛନ୍ତି। ଏସଆଇଆରରେ ଜାଲିଆତି ଓ ବିଜେପିକୁ ଫାଇଦା ପହଞ୍ଚାଇବା ପାଇଁ ଭୋଟରଙ୍କୁ ଜାଣିଶୁଣି ବାଦ ଦିଆଯାଇଥିବା ଅଭିଯୋଗ କରି ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି)ଙ୍କ ଇସ୍ତଫା ଦାବି କରୁଛନ୍ତି। ଏ ନେଇ ଶୁକ୍ରବାର ଗାନ୍ଧୀ ଜୟନ୍ତୀରୁ ସାରା ଦେଶରେ କକ୍ରୋଚ ଜନତା ପାର୍ଟି (ସିଜେପି) ଓ ବିରୋଧୀ ମେଣ୍ଟ ‘ଇଣ୍ଡି’ ଅଲଗା ଅଲଗା ବିକ୍ଷୋଭ ପ୍ରଦର୍ଶନ କରିବ। ଏସଆଇଆର ବିରୋଧରେ ଓ ନିର୍ବାଚନ କମିସନ (ଇସିଆଇ)ଙ୍କ କାର୍ଯ୍ୟକୁ ନେଇ ବିରୋଧୀ ସ୍ବରକୁ ଶାଣିତ କରି ସରକାରଙ୍କ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି।
ଇଣ୍ଡି ମେଣ୍ଟ ଶୁକ୍ରବାରଠାରୁ ୮ ତାରିଖ ପର୍ଯ୍ୟନ୍ତ ଜିଲା ସ୍ତରରେ ‘ଗଣତନ୍ତ୍ର ବଞ୍ଚାଅ’ ପଦଯାତ୍ରା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ବିରୋଧୀ ମେଣ୍ଟର ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ, ଆସନ୍ତା ୬ ତାରିଖରେ ସମସ୍ତ ବିରୋଧୀ ସାଂସଦ ନୂଆଦିଲ୍ଲୀସ୍ଥିତ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିବେ। ଦ୍ବିତୀୟ ସପ୍ତାହରେ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭେଟିବାର ଯୋଜନା ରହିଛି। ଏଥିପାଇଁ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଅନୁମତି ମଗାଯିବ ଓ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧିତ ଜଟିଳତା ଓ ସାମ୍ବିଧାନିକ ଚିନ୍ତା ଆଦି ବିଷୟଗୁଡ଼ିକ ଉପରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ସେହିପରି ୫ଟି ବଡ଼ ରାଲି କରିବାର ମଧ୍ୟ ଯୋଜନା ରହିଛି। ଏ ନେଇ ପରେ ସମୟ ଓ ତାରିଖ ଘୋଷଣା କରାଯିବ। ଖଡଗେ କହିଛନ୍ତି ଯେ ଭୋଟର ତାଲିକା ସଂଶୋଧନରେ ମେଣ୍ଟ ଅଧିକ ସ୍ୱଚ୍ଛତା ଲୋଡ଼ିବ। ଆଗାମୀ ଦିନରେ ନିର୍ବାଚନ ପାଇଁ ଏସଆଇଆର୍ ପୂର୍ବରୁ ପ୍ରସ୍ତୁତ ଭୋଟର ତାଲିକା ବ୍ୟବହାର, ନିର୍ବାଚନ କ୍ଷେତ୍ର ଓ ବୁଥ୍-ଭିତ୍ତିକ ଭୋଟରଙ୍କୁ ସାମିଲ, ହଟାଇବା ଓ ସଂଶୋଧନର ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିବ। ଏହା ବ୍ୟତୀତ ପୁଣି ଥରେ ବାଲାଟ୍ ପେପରରେ ମତଦାନ କରିବାକୁ ଇଣ୍ଡି ମେଣ୍ଟ ଦାବି କରିଛି।
ଅନ୍ୟପକ୍ଷରେ ସିଇସିଙ୍କ ଇସ୍ତଫା ଦାବିରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ମୁମ୍ବଇର ଶିବାଜୀ ପାର୍କରେ ଗାନ୍ଧୀ ଜୟନ୍ତୀରୁ ‘ଜେଲ୍ ଭରୋ ଆନ୍ଦୋଳନ’ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ସ୍ଥାନରେ ପ୍ରତିବାଦ ପାଇଁ ମୁମ୍ବଇ ପୁଲିସ ଅନୁମତି ନଦେବାରୁ ସେ ଜେଲ ଭରୋ ଡାକରା ଦେଇଛନ୍ତି। ଆଗାମୀ ଦିନରେ ଗୋଆ, କଲକାତା, ବେଙ୍ଗାଲୁରୁ ସହିତ ଅନ୍ୟ ସହରରେ ସିଇସିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦୀପକେ କହିଛନ୍ତି। ଏହି ବିକ୍ଷୋଭରେ ସାମିଲ ହେବା ପାଇଁ ସେ ରାଜନୈତିକ ଦଳଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ତେବେ ଇଣ୍ଡି ମେଣ୍ଟରେ ସାମିଲ ହେବାକୁ ଦୀପକେ ମନା କରିଦେଇଛନ୍ତି। ସେ ସୌରଭ ଦାସଙ୍କ ସହ ମୁମ୍ବଇରେ ସାମ୍ବାଦିକ ସମ୍ମିଳନୀ କରି ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହା ସହିତ ଏସଆଇଆର ପ୍ରକ୍ରିିୟା ଉପରେ କଟକଣା, ୨୦୨୫ ଜାନୁଆରୀର ଭୋଟର ତାଲିକା ଜାରି, ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ବନ୍ଧିତ ୨୦୨୩ ନିୟମ ପ୍ରତ୍ୟାହାର ପାଇଁ ମଧ୍ୟ ସିଜେପି ଦାବି କରିଛି। ଦୀପକେ କହିଛନ୍ତି ଯେ ଜ୍ଞାନେଶ କୁମାର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆଗାମୀ ଦିନରେ ଯନ୍ତର ମନ୍ତରରେ ମଧ୍ୟ ବିକ୍ଷୋଭ କରାଯିବ। ସିଇସିଙ୍କୁ କଣ୍ଢେଇ ଦର୍ଶାଇ ଦୀପକେ କହିଛନ୍ତି ଯେ ପରବର୍ତ୍ତୀ ନିର୍ବାଚନ ଆୟୁକ୍ତଙ୍କୁ ସ୍ୱଚ୍ଛ ଭାବେ ନିର୍ବାଚିତ କରାଯିବା ଉଚିତ। ନାଗରିକ ସମାଜକୁ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବା ଉଚିତ୍। ତେବେ ଏହି ଆନ୍ଦୋଳନରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କୌଣସି ଦଳର ପତାକା କିମ୍ବା ବ୍ୟାନର ନ ଆଣିବାକୁ ଅନୁରୋଧ କରିଛନ୍ତି। ଗାନ୍ଧୀ ଟି-ସାର୍ଟ ଓ ସନସ୍କ୍ରିନ ଧରି ଆସିବାକୁ କହିିଛନ୍ତି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ