ସୁଖସମୃଦ୍ଧି,ଆର୍ଥିକ ଉନ୍ନତି ପାଇଁ ତକିଆ ତଳେ ରଖନ୍ତୁ ଏହି ଜିନିଷ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ,ଘରେ ଥିବା ପ୍ରତ୍ୟେକ ଜିନିଷର ମହତ୍ତ୍ୱ ଥିବା ସହ ଏହାର ପ୍ରଭାବ ଜୀବନ ଓ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ପଡିଥାଏ। ତେବେ ଖୁବ କମ୍‌‌ ଲୋକେ ଜାଣିଥିବେ, ଶୋଇବା ସମୟରେ ମୁଣ୍ଡ ଉପରେ ରଖାଯାଉଥିବା କିଛି ଜିନିଷ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏଭଳି କେତେକ ଜିନିଷ ରହିଛି, ଯାହାକୁ ଶୋଇବା ସମୟରେ ପାଖରେ ରଖିବା ଦ୍ୱାରା ଅର୍ଥର ଅଭାବ ହୋଇନଥାଏ। ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ଏହାସହ ମାନସିକ ଶାନ୍ତି ପ୍ରଦାନ କରିବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର କରିଥାଏ।

ବାସ୍ତୁ ଅନୁଯାୟୀ, ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ଶୋଇବା ସମୟରେ ମୁଣ୍ଡ ଉପରେ ପୂର୍ବ ଦିଗରେ ଏକ ମୁଦ୍ରା (କଏନ୍‌‌) ରଖନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

ସବୁଜ ଗୁଜୁରାତି – ରାତିରେ ଉତ୍ତମ ନିଦ ହେଉନଥିଲେ କିମ୍ବା ବାରମ୍ବାର ନିଦ ଭାଙ୍ଗୁଥିଲେ, ମୁଣ୍ଡ ଉପରେ ସବୁଜ ଗୁଜୁରାତି ମଧ୍ୟ ରଖନ୍ତୁ। ଏପରି କରିବା ଦ୍ୱାରା ଉତ୍ତମ ନିଦ ହୋଇଥାଏ। ଏହାସହ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ। ଟଙ୍କାର ଅଭାବ ଦୂର ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

ରସୁଣ – ବାସ୍ତୁ ଅନୁଯାୟୀ, କିଛି ରସୁଣ ମୁଣ୍ଡ ଉପରେ କିମ୍ବା ତକିଆ ତଳେ ରଖି ଶୋଇବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ। ଉତ୍ତମ ନିଦ ମଧ୍ୟ ହୋଇଥାଏ।

ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ, ବାସ୍ତୁ ଅନୁଯାୟୀ, ଶୋଇବା ସମୟରେ ତମ୍ବା ଲୋଟାରେ ପାଣି ଭର୍ତ୍ତି କରି ନିଜ ମୁଣ୍ଡ ଉପରେ ରଖନ୍ତୁ। ସକାଳେ ଉଠିବା ପରେ ସେହି ପାଣି ଗଛ ମୂଳରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ