ଫ୍ଲାଏଦୁବାଇ ବିମାନ ଘଟଣା: ଇରାନକୁ ଟ୍ରମ୍ପଙ୍କ ଚେତାବନୀ

ୱାଶିଂଟନ : ଫ୍ଲାଏଦୁବାଇ ବିମାନର ସହ ପାଇଲଟ୍‌ ସେହି ବିମାନର ମୁଖ୍ୟ ପାଇଲଟ୍‌ ସ୍ମିତ ମଚ୍ଛାରଙ୍କୁ ଛୁରିରେ ଆକ୍ରମଣ କରିବା ଏବଂ ଏହାର ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଆମେରିକା ନିଜସ୍ବ ତଦନ୍ତ ଜାରି ରଖିଛି। ଆକ୍ରମଣକାରୀ ସହ ପାଇଲଟଙ୍କ ଇରାନ ସହ କୌଣସି ସମ୍ପର୍କ ଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ଯଦି ଏହା ସତ୍ୟ ହୋଇଥାଏ ତେବେ ଇରାନ ଉପରେ ଆମେରିକା ଜୋରଦାର୍‌ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଟ୍ରମ୍ପ କହିଥିଲେ ଫ୍ଲାଇ ଦୁବାଇ ବିମାନରେ ଯାହା ଘଟିଲା ତାହାକୁ ନେଇ ଆମେରିକା ସୁରକ୍ଷା ଏଜେନ୍ସି ନିଜସ୍ବ ତଦନ୍ତ କରୁଛି। ସହ ପାଇଲଟ୍‌ଙ୍କ ସହ ଇରାନର ସମ୍ପର୍କ ରହିଥିବା ଆଶଙ୍କା କରାଯାଉଛି। ତେବେ ଏ ନେଇ ସଂପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇ ନାହିଁ। ଯଦି ସହ ପାଇଲଟଙ୍କ ସହ ଇରାନର କୌଣସି ପ୍ରକାର ସମ୍ପର୍କ ଥାଏ ତେବେ ଇରାନ ଉପରେ ଆମେରିକା ଜୋର୍‌ଦାର ଆକ୍ରମଣ କରିବ। ବିମାନ ଅପହରଣ କିମ୍ବା କୌଣସି କୋଠାରେ ଧକ୍କା ଦେବାକୁ ସହ ପାଇଲଟଙ୍କୁ ଇରାନ ତରଫରୁ ପ୍ରବର୍ତ୍ତାଇ ଯାଇଥିଲା କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ ଏହା ଅସମ୍ଭବ ନୁହେଁ। ତେବେ କୌଣସି ନିଷ୍କର୍ଷରେ ପହଞ୍ଚିବା ପାଇଁ ତଦନ୍ତ ଜାରି ରହିଛି ଏବଂ ତଦନ୍ତ ଆଧାରରେ ଇରାନ ଉପରେ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ଆମେରିକା ନିଷ୍ପତ୍ତି ନେବ।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ସହ ପାଇଲଟ୍‌ଙ୍କ ସହ ଇରାନର କୌଣସି ପ୍ରକାର ସମ୍ପର୍କ ରହିଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ତଦନ୍ତ ପରେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ।

  • Related Posts

    ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

    ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…

    Continue reading
    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ