ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା

ଭୁବନେଶ୍ୱର: ବହୁ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ ହେବ । ଏନେଇ ଶନିବାର ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ। ବିଜ୍ଞପ୍ତି ପ୍ରକାଶ ସହ କେଉଁ ଦିନ କଣ ସବୁ ପ୍ରକ୍ରିୟା ରହିବ ସେସବୁର ସଂପୂର୍ଣ୍ଣ ତାଲିକା ପ୍ରକାଶ ହେବ । ଦଶହରା ଛୁଟି ପୂର୍ବରୁ ଏହି ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । କେବଳ ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
ସୂଚନାଯୋଗ୍ୟ, ଗତ ୨୦୧୮ ମସିହାରୁ ବିଭିନ୍ନ ଆଳ ଦେଖାଇ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି । ୨୦୨୪ ମସିହାରେ ବିଜେପି ସରକାରକୁ ଆସିବା ପୂର୍ବରୁ ନିଜର ନିର୍ବାଚନୀ ଇସ୍ତାହାରରେ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ପ୍ରତିଶୃତି ଦେଇଥିଲା । ସରକାର ଆସିବା ପରେ ଖୁବ୍‌ କମ୍‌ ଦିନ ଥିବାରୁ ସରକାର ନିର୍ବାଚନୀ ପ୍ରସ୍ତୁତି କରିନଥିଲେ । ଏହାକୁ ନେଇ ଛାତ୍ର ବିଜେଡିଠୁ ଆରମ୍ଭ କରି ଏବିଭିପି, ଛାତ୍ର କଂଗ୍ରେସ ଭଳି ପ୍ରମୁଖ ଛାତ୍ର ସଂଗଠନ ମାନେ ଛାତ୍ର ସଂସଦ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ । ଏପରିକି ଉଚ୍ଚଶିକ୍ଷା ମନ୍ତ୍ରୀ ଏକ ପ୍ରକାର ଗ୍ରୀନ୍‌ ସିଗ୍‌ନାଲ ଦେଇ କହିଥିଲେ, ସରକାର ଛାତ୍ର ସଂସଦ ନିର୍ବାଚନ ନେଇ ସକାରାତ୍ମକ ଅଛନ୍ତି । ଏନେଇ ବିଚାର ଚାଲିଛି ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ ।
ଅନ୍ୟପଟେ ନିକଟରେ ବିଧାୟକ, ମନ୍ତ୍ରୀଙ୍କୁ ନେଇ ସରକାରଙ୍କର ଏକ ବୈଠକରେ ଛାତ୍ର ସଂସଦ ନିର୍ବାଚନ ନେଇ ଆଲୋଚନା ମଧ୍ୟ ହୋଇଥିଲା । ଦଶହରା ଛୁଟି ପୂର୍ବ ଅର୍ଥାତ୍‌ ଆସନ୍ତା ୧୫ ତାରିଖ ସୁଦ୍ଧା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଯୋଜନା କରାଯାଇଛି । ଅନ୍ୟପଟେ ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସୂଚନା ମିଳିଛି । ଶନିବାର ଅପରାହ୍ନରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    କଲେଜ ନିର୍ବାଚନ : ସୋମବାର ସୁଦ୍ଧା କାର୍ଯ୍ୟସୂଚୀ

    ଭୁବନେଶ୍ୱର, ୩ ।୧୦ : ଖୁବ୍‌ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ