ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ  କରିବେ ।
ଗତବର୍ଷ ଅହମ୍ମଦାବାଦରେ ଏହି  ସମ୍ମେଳନ ହୋଇଥିଲା । ଏଥର ଉଭୟ  କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ  ଏହାକୁ ଆୟୋଜନ କରିବେ । ସହରକୁ  ବିକଶିତ ଭାରତର ଗ୍ରୋଥ୍‌ ଇଞ୍ଜିନ୍‌ ଭାବେ  ଗଢ଼ି ତୋଳିବାକୁ ଯୋଜନା ହୋଇଛି । ସମ୍ମେଳନରେ ସହରର ବିକାଶ ପାଇଁ  ମାନସ ମନ୍ଥନ ହେବ । ମଲ୍ଟି ମୋଡାଲ  ଟ୍ରାନ୍ସପୋର୍ଟ ଇଣ୍ଟିଗ୍ରେସନ, ସ୍ମାର୍ଟ ସିଟି ପ୍ରକଳ୍ପ,  ସହରାଞ୍ଚଳର ସବୁଜିମା ବଢ଼ାଇବା,  ସହରକୁ ସଂସ୍କୃତି  ଓ  କ୍ରୀଡ଼ାର ପ୍ରାଣକେନ୍ଦ୍ର  କରିବା, ବିଶ୍ୱସ୍ତରୀୟ  ଭିତ୍ତିଭୂମି ସହ  ସହରୀକରଣ ହାରକୁ  ବଢ଼ାଇବା ପ୍ରସଙ୍ଗରେ  ଆଲୋଚନା ହେବ ।
ଏହି ସମ୍ମେଳନ ପାଇଁ  ନଗର ଉନ୍ନୟନ  ବିଭାଗ ପକ୍ଷରୁ  ପ୍ରସ୍ତୁତି ଜୋରଦାର  କରାଯାଇଛି ।  ବିଭିନ୍ନ ସ୍ଥାନରେ  ସୌନ୍ଦର୍ଯ୍ୟକରଣ  କରାଯିବ ।  ଭୁବନେଶ୍ୱର ସ୍ମାର୍ଟ  ସିଟି ଲିଃ ପକ୍ଷରୁ ଏୟାରପୋର୍ଟ ଛକରୁ ଜୟଦେବବିହାର ଯାଏ ମୋଟ ୧୫ଟି ଛକରେ  ଆଡପ୍ଟିଭ୍‌ ଟ୍ରାଫିକ ସିଗନାଲ ସିଷ୍ଟମକୁ ପୁନଃ କାର୍ଯ୍ୟକ୍ଷମ  କରାଯାଉଛି ।

​​​​​​​

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ