
ଭୁବନେଶ୍ବର: ପୁଣି ଶୁଭିବ ଲାଇଟ୍.. କ୍ୟାମେରା.. ଆକ୍ସନ.. । ପୁରୁଣା ରୂପକୁ ପଛରେ ପକାଇ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ରୂପରେ ନୂଆ ଅବତାରରେ ଫେରୁଛି କଳିଙ୍ଗ ଷ୍ଟୁଡିଓ । ଖୋଲିବ ପୂର୍ଣ୍ଣାଙ୍ଗ କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିବେ । ପ୍ରାୟ ୧୬୪ କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି । ନୂଆ ଷ୍ଟୁଡିଓରେ ଚଳଚ୍ଚିତ୍ର ନିର୍ମାଣ ସହ ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଅନେକ ନୂଆ ଆକର୍ଷଣ ସାମିଲ କରାଯାଇଛି ।
କଳିଙ୍ଗ ଷ୍ଟୁଡିଓ ପରିସରରେ ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନବନ୍ଦର, ରେଳ ଷ୍ଟେସନ ଓ ଗାଁ ପରିବେଶ ଭଳି ବିଭିନ୍ନ ଥିମ୍ର ସେଟ୍ ପ୍ରସ୍ତୁତ କରାଯାଇଛି । ଫଳରେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଶୁଟିଂର ସୁବିଧା ବଢ଼ିବା ସହ ପର୍ୟ୍ୟଟକଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି । ଏହାସହ ଷ୍ଟୁଡ଼ିଓ ଭିତରେ ପ୍ରସ୍ତୁତ ହୋଇଥିବା ବହୁମୁଖୀ କୋଠା, ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ପ୍ରଡକ୍ସନ ୟୁନିଟ ସମେତ ପ୍ରୋଜେକ୍ଟର ଓ ଏଡିଟିଂ ପାଇଁ ପ୍ରସ୍ତୁତ ଦୁଇଟି ଅଡିଟୋରିୟମ ମଧ୍ୟ ରହିଛି । ଏହା ଭିତରେ ଆମ୍ୟୁଜମେଣ୍ଟ ପାର୍କ ରହିବ । କଳିଙ୍ଗ ସ୍ଟୁଡ଼ିଓ ନୂଆ ଭାବେ ପୂର୍ଣ୍ଣାଙ୍ଗ ହୋଇ ଆସୁଥିବା ବେଳେ ଏହା ରାଜସ୍ବ ଆଦାୟରେ ସହାୟକ ହେବ ବୋଲି କୁହାଯାଉଛି ।
ସୂଚନା ଥାଉ ୨୦୨୫ ମେ’ ୧ରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡ଼ିଓରେ ପରିଦର୍ଶନ କରି କାର୍ୟ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଷ୍ଟୁଡିଓର ସମ୍ପୂର୍ଣ୍ଣ ନକ୍ସା ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ସିନେମା ଶିଳ୍ପର ଅନ୍ତୁଡ଼ିଶାଳ କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ ଭାବେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ୯୦ ପ୍ରତିଶତ କାର୍ୟ୍ୟ ସାରିଥିବା କହିଥିଲେ । ଆଉ ବର୍ତ୍ତମାନ ଏକ ବର୍ଷ ପରେ ସମସ୍ତ କାର୍ୟ୍ୟ ଶେଷ ହୋଇଛି । ଏକ ନୂଆ ରୂପ ପାଇଛି ଷ୍ଟୁଡିଓ । ଆଜି ଅର୍ଥାତ ସୋମବାର ଏହାର ଉଦ୍ଘାଟନ ହେବାକୁ ଯାଉଛି । ଆଜି ଠାରୁ ସାଧାରଣ ଲୋକମାନେ ଷ୍ଟୁଡିଓ ବୁଲି ଦେଖିବା ସହ ସିନେମା ସୁଟିଂ ମଧ୍ୟ ଆରମ୍ଭ ହେବା








