ବିଜେଡି ଶୂନ ହୋଇଯିବ: ଯାଜପୁର ସାଂସଦ

ଭୁବନେଶ୍ୱର: ସାରା ରାଜ୍ୟରେ ବିଜେଡି ଶୂନ ହୋଇଯିବ ବୋଲି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି ।  ସେ କହିଛନ୍ତି ଯେ ୨୦୨୯ ନିର୍ବାଚନ ବେଳେ ବିଜେଡି ଆଉ ଏକ ଦଳ ହୋଇ ରହିବନି । ବିଜେପି ନେତାଙ୍କ ସହ ବିଜେଡି ବିଧାୟକ ସମ୍ପର୍କରେ ଅଛନ୍ତି । ମୋ ସହ ବି କିଛି ବିଜେଡି ବିଧାୟକ ସମ୍ପର୍କରେ ଅଛନ୍ତି । ପ୍ରଥମେ ୧୬ ପରେ ୨୭, ବଢ଼ି ୫୦ ହୋଇଯିବେ । ସମସ୍ତେ ବିଜେପିକୁ ଲମ୍ଫ ମାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ବେଳେ କହିଥିଲେ ୪ ଜୁନ, ବିଜେଡି ଶୂନ । ଏହାକୁ ଯାଜପୁରବାସୀ ଆରମ୍ଭ କରିଛନ୍ତି । ପରେ ସାରା ଓଡ଼ିଶାରେ ହେବ ବୋଲି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ନେତା ମୁନ୍ନା ଖାଁଙ୍କ ବୟାନ ପରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ଦଳ ଅଦଳବଦଳ ଚର୍ଚ୍ଚାକୁ ନେଇ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବଡ ବୟାନ । ସେ କହିଛନ୍ତି,”ବିଜେପିରେ ମିଶିବେ ବିଜେଡିର ୨୭ଜଣ ବିଧାୟକ । ଆମ ସହ ଯୋଗାଯୋଗରେ ଅଛନ୍ତି । ଆମ ଦଳର ନେତୃତ୍ୱ ସହ ଆଲୋଚନା କରୁଛନ୍ତି ।”ସେପଟେ ବାଲେଶ୍ବରେ ବିଜେଡ଼ି ପକ୍ଷରୁ ଆୟୋଜନ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’ ।
ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି,”ବିଜେଡିର ୨୭ ବିଧାୟକ ବିଜେପିରେ ମିଶିଲେ ଦଳ ତାଙ୍କୁ ସ୍ୱାଗତ କରିବ । ସେମାନଙ୍କୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ । ବିଜେଡି ଏବେ ବିଗ୍ ଜିରୋ । ସେମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ବିଜେଡିର ଆଉ ଭବିଷ୍ୟତ ନାହିଁ । ବିଜେଡି ଏକ କ୍ଷେତ୍ରୀୟ ଦଳ, ବିଜେପି ଏକ ବିଶାଳ ଜାତୀୟ ପାର୍ଟି ।ସେ ଆହୁରି ମଧ୍ୟ କହଛନ୍ତି,” ବିଜେଡି ଆଉ ରହିବନି । ଖାଲି ବିଧାୟକ ନୁହନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ । ମୁନ୍ନା ଖାଁ ନିଜର ସ୍ଥିତି ଜାଣି ନାହାନ୍ତି । କେହି ବିଜେପି ଛାଡ଼ି ବିଜେଡି ଯିବେନି । ସେ ଜାଣି ନାହାନ୍ତି କି ୧୪ ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ । କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ ।”ପ୍ରକାଶ ଯୋଗ୍ୟ, ବିଜେଡି ସାଂସଦ ମୁନ୍ନା ଖାଁ ବିଜେପିର ୧୪ ଜଣ ବିଧାୟକ ବିଜେଡ଼ିରେ ମିଶିବେ ବୋଲି କହିଥିଲେ । ଆଗକୁ ବିଜେଡି ସରକାର ଗଢ଼ିବ , ବିଜେପିର ବହୁ ବିଧାୟକ ବିଜେଡି ସହ ଯୋଗାଯୋଗରେ ଅଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ ।ତେବେ ଏହାକୁ କଟାକ୍ଷ କରି  ବିଜେପି ବିଧାୟକ ଏଭଳି କହିଛନ୍ତି ।

  • Related Posts

    ମହାକାଳପଡ଼ା ଥାନାରେ NHRC ଟିମ୍

    କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ପରେ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏହା ପରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାରେ…

    Continue reading
    ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରଛାତ୍ରୀ

    ଭୁବନେଶ୍ଵର : ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଛାତ୍ରଛାତ୍ରୀ ମଧ୍ୟରେ ଉତ୍ସାହ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ତାରିଖ ଘୋଷଣା କରିଥିବାରୁ ସରକାର ଓ ମନ୍ତ୍ରୀଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ