ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା

ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍‌ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା ନିଜ ରାଜ୍ୟରେ ହେଉଥିବା ହୋମ ଗାର୍ଡ ଚାକିରୀର ଟ୍ରାଏଲ ରନ୍‌ ରେ ଏହି କମାଲ କରି ଦେଖାଇଛନ୍ତି । ସେ ଦୌଡୁ ଥିବା ସମୟରେ ପୂରା ଷ୍ଟାଡିୟମ କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲା । ଏହି ସମୟରେ କେହି ଜଣେ ଉଠାି ଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହୋଇଛି । ଏହି ମହିଳାଙ୍କ ନାମ କବିତା କୁମାରୀ,୨୦୨୩ରେ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ୩ ପିଲା ଓ ଶାଶୁ ଘର ଲୋକଙ୍କ ସବୁ ଦାୟିତ୍ୱ ସେ ତୁଲାଉଛନ୍ତି। ଏକ ହୋମଗାର୍ଡ ଚାକିରି ତାଙ୍କ ଭାଗ୍ୟ ବଦଳାଇ ପାରେ । ସୂଚନା ଅନୁସାରେ ଝାଡଖଣ୍ଡର ରାମଗଡ ଜିଲ୍ଲାର ୨୮୪ଟି ହୋମଗାର୍ଡ ନିଯୁକ୍ତି ପାଇଁ ଚଳିତ ବର୍ଷ ଏପ୍ରିଲ ମାସରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଯେଉଁଥିରେ ୧୬ ହଜାରରୁ ଅଧିକ ଆବେଦନ ମିଳିଥିଲା । ନିଯୁକ୍ତିର ପ୍ରଥମ ପର୍ଯ୍ୟାୟରେ ୧୬୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଏବଂ ସଟ୍‌ପୁଟ୍‌ ସହ ଶାରୀରିକ ପରୀକ୍ଷା କରାଯିବା ପରେ ଲିଖିତ ପରୀକ୍ଷା ହେବ ।

  • Related Posts

    ରିଲିଜ୍‌ର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ’ ସିନେମା

    ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍‌ ରିଲିଜ୍‌ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍‌ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍‌ ଦର୍ଶକମାନେ ଟିକେଟ୍‌ ବୁକ୍‌…

    Continue reading
    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ