ଆଧାର କାର୍ଡରେ ନାମ ବଦଳାଇବାକୁ ନୂଆ ନିୟମ

ନୂଆଦିଲ୍ଲୀ : ଆଧାର କାର୍ଡରେ ଆପଣଙ୍କ ନାମର ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ଚାହୁଁଥିଲେ ଏବେ ନୂଆ ନିୟମରେ କରିବାକୁ ପଡିବ। ଆଧାର କାର୍ଡରେ ନାମ ସଂଶୋଧନ ପାଇଁ ଏହି ନୂଆ ନିୟମ ଆଣିଛି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)। ନୂତନ ନିୟମ ତଥା ମାର୍ଗଦର୍ଶିକା ଅନୁସାରେ, ଆଧାର କାର୍ଡରେ ନାମ ପରିବର୍ତ୍ତନ ପ୍ରକ୍ରିୟାକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରତି ପର୍ଯ୍ୟାୟ ପାଇଁ ଅଲଗା ଅଲଗା ପ୍ରମାଣପତ୍ର ବା ଡକ୍ୟୁମେଣ୍ଟ ଲାଗିବ। ଯେପରିକି, ସାଧାରଣ ବନାନ ସଂଶୋଧନ ପାଇଁ ଆପଣଙ୍କୁ ଆଧାର ସେବା କେନ୍ଦ୍ରରେ ଭୋଟର ଆଇଡି କାର୍ଡ, ପ୍ୟାନ କାର୍ଡ ଭଳି ବୈଧ ପରିଚୟ ପ୍ରମାଣପତ୍ର ଦେବାକୁ ପଡ଼ିବ। ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ପରିବାର ମୁଖ୍ୟଙ୍କ ସହ ସଂପର୍କ ପ୍ରମାଣପତ୍ର ବା ପିଓଆର ଲାଗିପାରେ। ପିଓଆର କହିଲେ, ସାଧାରଣରେ ଜନ୍ମପ୍ରମାଣପତ୍ର କିମ୍ବା ରାସନକାର୍ଡକୁ ବୁଝାଏ, ଯେଉଁଥିରେ ବାପାମାଆ ସହ ପିଲାର ସଂପର୍କ ଜାଣିହୁଏ।
ଡାଟା ଏଣ୍ଟ୍ରି ଜନିତ ତ୍ରୁଟି ପାଇଁ ଆଫିଡେଭିଟ୍(ସତ୍ୟପାଠ) ଦରକାର ପଡିବ। ଯଦି ଆଧାର କରିବା ସମୟରେ ନାଁ ଟାଇପ୍ ଭୁଲ୍ ହୋଇଛି, ତେବେ ବୟସ୍କଙ୍କ ପାଇଁ ଆନେକ୍ସଶ୍ଚର-ଖ ସତ୍ୟପାଠ ସହ ପିଓଆଇ କିମ୍ବା ପିଓଆର ଆବଶ୍ୟକ। ନାବାଳକଙ୍କ ପାଇଁ ଆନେକ୍ସଶ୍ଚର-ଗ ଆଫିଡେଭିଟ୍ ଓ ପିଓଆର ଦରକାର ହେବ। ତେବେ ନୂଆ ନାମଟି ପୂର୍ବରୁ ଜମା ହୋଇଥିବା ଡକ୍ୟୁମେଣ୍ଟ ସହ ମେଳ ଖାଉଥିବା ଆବଶ୍ୟକ। ନଚେତ୍ ଏହି ଆବେଦନ ଖାରଜ ହେବା ସମ୍ଭାବନା ରହିଛି। ବିବାହ କିମ୍ବା ଛାଡ଼ପତ୍ର ପରେ ସାଙ୍ଗିଆ ବଦଳାଇବାକୁ ଚାହୁଁଥିଲେ ଆନେକ୍ସଶ୍ଚର-ଘ ସତ୍ୟପାଠ ଓ ପିଓଆର ଦେବାକୁ ପଡିବ। ଏହାସହ ବିବାହ କିମ୍ବା ଛାଡପତ୍ର ପାଇଁ ନାମ ପରିବର୍ତ୍ତନ କରାଯାଉଛି ବୋଲି ସତ୍ୟପାଠରେ ସ୍ପଷ୍ଟ ଭାବେ ଲେଖିବାକୁ ହେବ। ଯଦି ଆପଣ ସମ୍ପୂର୍ଣ୍ଣ ନାମ ବଦଳାଉଛନ୍ତି, ଯାହାଦ୍ୱାରା ପରିଚୟ ବଦଳିଯାଉଛି, ତେବେ ସରକାରୀ ଗେଜେଟ୍ ନୋଟିଫିକେସନ୍ ସହ ବୈଧ ପରିଚୟ ପତ୍ର ଦେବା ବାଧ୍ୟତାମୂଳକ। ନାମରେ ବଡ଼ କିମ୍ବା ସାନ ଅକ୍ଷର (କ୍ୟାପିଟାଲ୍-ସ୍ମଲ୍ ଲେଟର୍) ଭୁଲ୍ ସୁଧାରିବା କିମ୍ବା ନାମରୁ ଡଟ୍ ହଟାଇବା ପାଇଁ କୌଣସି କାଗଜପତ୍ର ଦରକାର ପଡିବ ନାହିଁ।

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ