ଦେବରାୟ କଲେଜରେ ନିର୍ବାଚନୀ ହିଂସା

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ନାମାଙ୍କନ ପୂର୍ବରୁ ହିଂସା। ପୂର୍ବ ଶତ୍ରୁତାରୁ ଦେବରାୟ କଲେଜରେ ନିର୍ବାଚନୀ ହିଂସା ଉପୁଜିଛି । ଗୁରୁବାର ସନ୍ଧ୍ୟାରେ କଲେଜ ମୁଖ୍ୟ ଫାଟକ ସାମ୍ନାରେ ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବ୍ୟାଟ ଓ ହକି ଷ୍ଟିକ୍‌ରେ ପରସ୍ପର ସହ ମାର୍‌ପିଟ୍‌ ଲାଗିଛନ୍ତି । ଏଥିରେ ୨ଜଣ ନାବାଳକ ଆହତ ହୋଇଛନ୍ତି । ଜଣଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିବା ବେଳେ ଅନ୍ୟଜଣେ ନାବାଳକର ଏକାଧିକ କ୍ଷତ ଚିହ୍ନ ରହିଛି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଯାଇଛି । ଆକ୍ରମଣ ବେଳେ କଲେଜ ଆଖପାଖ ଅଞ୍ଚଳର ବାସିନ୍ଦା ଡରିଯାଇଥିଲେ । ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଛି । ପୁଲିସ ଘଟଣାସ୍ଥଳରୁ କିଛି ଅଣଛାତ୍ରଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ।
ପୁଲିସ ତନାଘନାରୁ ଜଣାପଡି଼ଛି, ଗତ ଗଣେଶ ପୂଜା ବେଳେ ଜଣେ ନାବାଳକ ଉକ୍ତ କଲେଜର ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲା । କଲେଜର କିଛି ସହପାଠୀ ସମେତ ଅନ୍ୟ ଅଣଛାତ୍ରମାନଙ୍କ ସହ ଏନେଇ ଝଗଡ଼ା ହୋଇଥିଲା । ପୂର୍ବ ଶତ୍ରୁତାରୁ ଆଜି ଆକ୍ରମଣ ଘଟିଥିବା ଅନୁମାନ କରୁଛି ପୁଲିସ । କିନ୍ତୁ ନିର୍ବାଚନକୁ ଲକ୍ଷ୍ୟ କରି ଆଜିଠୁ କଲେଜ କ୍ୟାମ୍ପସରେ ପୁଲିସ ଫୋର୍ସ ମୁତୟନ କରାଯିବ ।

  • Related Posts

    ଡବଲ ଇଞ୍ଜିନ ସରକାର ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି: ନବୀନ

    ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍…

    Continue reading
    ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ

    ଭଦ୍ରକ: ସମ୍ବେଦନଶୀଳ ପରିସ୍ଥିତି ଓ ନିର୍ବାଚନୀ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ଦୁଇଟି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନାଆମୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ନୋଟିସ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ