ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ ଅଭିଯୋଗ

କୋଲକାତା: ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଉଦ୍ୟମ । ଜଣେ ମହିଳା କୋଲକାତାର କାଲିଘାଟସ୍ଥିତ ମମତାଙ୍କ ବାସଭବନ ବାହାରେ ଏକ ମରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଏନେଇ ମମତା ବାନାର୍ଜୀ ଗୋଷ୍ଠୀର ସାଂସଦ ଡୋଲା ସେନ୍ କାଲିଘାଟ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖାଯାଇଛି ।
ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ 6ଟାରେ ଏହି ଘଟଣା ଘଟିଥିଲା । ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାଙ୍କ ଦଳର ନେତା ବୈଶ୍ୱାନର ଚାଟାର୍ଜୀ ଏବଂ ସାଂସଦ ଡୋଲା ସେନ୍‌ଙ୍କ ସହିତ କାଲିଘାଟର ମିଳନ ସଂଘରେ ଦୁର୍ଗାପୂଜା ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ଘରୁ ବାହାରି ଯାଉଥିଲେ । ହଠାତ୍ ଜଣେ ମହିଳା ଘର ବାହାରେ ତାଙ୍କ ପାଖକୁ ଆସି ତାଙ୍କୁ ଛୁରୀରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।
ସାଂସଦ ଡୋଲା ସେନ୍ ଅଭିଯୋଗ କରିଛନ୍ତି ଯେ, ମହିଳା ତନିଷ୍କା ସାହା ମମତା ବାନାର୍ଜୀଙ୍କୁ “ପିଉଶି”ବୋଲି ଡାକି ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ମହିଳା ଜଣକ ଏକ ଛୁରୀ ଧରିଥିଲେ । ଏହାସହ ସେ ଅତ୍ୟଧିକ ନିଶାରେ ଥିଲେ । ମହିଳା ଜଣଙ୍କ ମମତା ବାନାର୍ଜୀଙ୍କ ବାସଭବନର ମୁଖ୍ୟ ପ୍ରବେଶ ଦ୍ୱାରରେ ଠିଆ ହୋଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ରାସ୍ତା ଉପରେ ଶୋଇ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ ।
ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖିଛି । ପୋଲିସ ବର୍ତ୍ତମାନ ସତ୍ୟତା ଯାଞ୍ଚ କରୁଛି । ମହିଳା ଜଣକ ନିଶା ସେବନ କରିଥିଲେ କି ନାହିଁ ତାହା ଯାଞ୍ଚ କରିବା ପାଇଁ ଡାକ୍ତରୀ ପରୀକ୍ଷା ମଧ୍ୟ ଚାଲିଛି ।

ଏନେଇ କୋଲକାତା ପୋଲିସର ଅତିରିକ୍ତ କମିଶନର (ଗୋଇନ୍ଦା ବିଭାଗ) କୁନାଲ ଅଗ୍ରୱାଲ କହିଛନ୍ତି, ” ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରୁ ବାହାରୁଥିବା ବେଳେ ଜଣେ ମହିଳା ହଠାତ୍ ସେଠାକୁ ଆସି ଯୁକ୍ତିତର୍କ କରିଥିଲେ । ସେଠାରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀମାନେ ତୁରନ୍ତ ମହିଳାଙ୍କୁ ଅଟକ ରଖିଥିଲେ । ପରେ, ଟିଏମସି ପକ୍ଷରୁ ଏକ ଅଭିଯୋଗ ଦାଖଲ କରାଯାଇଥିଲା । ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି ।”

  • Related Posts

    ହାଇଜାକ୍ ଆଲର୍ଟ: ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

    ରାଜସ୍ଥାନ: ଜୟପୁର ବିମାନବନ୍ଦରରେ ବଡ଼ଧରଣର ବିମାନ ହାଇଜାକ୍ ଆଲର୍ଟ । ଯାହା ପରେ କିଛି ସମୟ ପାଇଁ ବିମାନରେ ଆତଙ୍କ ଖେଳିଯାଇଥିଲା । ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ (AI-2030)କୁ ଜୟପୁରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ…

    Continue reading
    ତିହାର ଜେଲ୍ ଗଲେ ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା

    ତିହାର ଜେଲ୍ ଗଲେ କକ୍ରୋଚ ଜନତା ପାର୍ଟି (CJP) ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ଶାନ୍ତି ମୁଚାଲିକାର ଅବମାନନା ଓ ଧାର୍ଯ୍ୟ ବିକ୍ଷୋଭସ୍ଥଳ ମାନ୍ୟତାରୁ ବାଦ୍ ପଡ଼ିଥିବା ଯନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ