ଫ୍ଲାଏଓଭର୍‌ ପାଇଁ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ସଡ଼କ ଭିତ୍ତିଭୂମିର ବିକାଶ ଓ ସୁରକ୍ଷା ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି । ସମ୍ବଲପୁର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ବୃଦ୍ଧି ପାଉଥିବା ଯାନବାହାନ ଚଳାଚଳ, ଜନଗହଳି ଏବଂ ସଡ଼କ ଦୁର୍ଘଟଣା ଆଶଙ୍କାର ସମାଧାନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ଏହି ଜାତୀୟ ରାଜପଥରେ ଆନ୍ତଃରାଜ୍ୟ ପଣ୍ୟବାହୀ ଏବଂ ଟ୍ରାଫିକ୍ ଚଳାଚଳ ସହିତ ସ୍ଥାନୀୟ ଜନସାଧାରଣଙ୍କ ଯାତାୟାତ ହେଉଥିବା କାରଣରୁ ବିପଦ ଆଶଙ୍କା ସୃଷ୍ଟି ହୋଇଛି । ଦେବଗଡ଼ ଜିଲ୍ଲାର ଜନସାଧାରଣଙ୍କ ସୁରକ୍ଷା ଏବଂ ସୁଗମ ଯାତାୟାତକୁ ସୁନିଶ୍ଚିତ କରିବା ପାଇଁ ଶ୍ରୀ ପ୍ରଧାନ ତିନୋଟି ପ୍ରମୁଖ ସଂରଚନାଗତ ସମାଧାନ ଦାବି କରିଛନ୍ତି ।

ଦେବଗଡ଼ ବାଇପାସର ଆରମ୍ଭରେ ଥିବା ଆମ୍ବେଦକର ଛକ ନିକଟ ୱାଇ-ଜଙ୍କସନ୍ ଠାରେ ଏନଏଚ-୪୯ର ଦ୍ରୁତଗାମୀ ଯାନବାହାନ ଚଳାଚଳ କରୁଛି । ଏଠାରେ କଲେକ୍ଟରେଟ୍, ନିଉ ବସ୍ ଷ୍ଟାଣ୍ଡ ଓ ଓମେନ୍ କଲେଜ ଭଳି ପ୍ରମୁଖ ଅନୁଷ୍ଠାନ ଥିବାରୁ ଏଠାକୁ ଯାଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିରନ୍ତର ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଏଠାରେ ଦୁର୍ଘଟଣା ଏବଂ ସୁରକ୍ଷା ବିପଦକୁ ଏଡ଼ାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସର୍ଭିସ୍ ରୋଡ୍ ଏବଂ ଉପଯୁକ୍ତ ହାଇୱେ ଲାଇଟିଂ ବ୍ୟବସ୍ଥା ସହିତ ଏକ ଏଲିଭେଟେଡ୍ ଫ୍ଲାଏଓଭର୍ ନିର୍ମାଣ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ସେହିପରି ସହରର ସୀମା ନିକଟରେ ରାଜ୍ୟ ରାଜପଥ ତଥା ଦେବଗଡ଼-ଅନୁଗୋଳ ରୋଡ୍ ଦେଇ ଯାଇଥିବା ରାଜ୍ୟ ରାଜପଥ -୨୧ ଏବଂ ଜାତୀୟ ରାଜପଥ -୪୯ ଏକାଠି ହୋଇଥିବା ବିର୍ସାମୁଣ୍ଡା ଛକରେ ଦ୍ରୁତଗାମୀ ଗାଡ଼ି ସହ ସ୍ଥାନୀୟ ଯାନବାହନ ମୁହାଁମୁହିଁ ହେଉଥିବାରୁ ଗୁରୁତର ଦୁର୍ଘଟଣା ଘଟୁଛି । ଏହି ଅବସ୍ଥା ବଡ଼ଧରଣର ଦୁର୍ଘଟଣାର ଆଶଙ୍କା ବୃଦ୍ଧି କରୁଛି । ଏହି ବିପଦପୂର୍ଣ୍ଣ ସଂଘର୍ଷ ପଏଣ୍ଟଗୁଡ଼ିକୁ ଦୂର କରିବା ପାଇଁ ଏନ୍.ଏଚ୍.-୪୯ରେ ସୁସଂଗଠିତ ସ୍ଲିପ୍ ରୋଡ୍ ଏବଂ ଏକ ଯାନବାହନ ଚଳାଚଳ ଉପଯୋଗୀ ଅଣ୍ଡରପାସ୍ ନିର୍ମାଣ କରାଯିବା ଆବଶ୍ୟକ ।
ଏହି ଅଞ୍ଚଳରେ ଦ୍ରୁତ ସହରୀକରଣ କାରଣରୁ କଲା, କନ୍ଧଳ ଏବଂ ତିଲେଇବଣି ଭଳି ଜନବସତିରେ ଆବାସିକ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫଳରେ ହାଇୱେ ଉପରେ ସ୍ଥାନୀୟ ପଥଚାରୀ ଯାନବାହନର ଚଳାଚଳ ବୃଦ୍ଧି ପାଇବାରୁ ସେମାନଙ୍କର ସୁରକ୍ଷା ନେଇ ଚିନ୍ତାପ୍ରକଟ କରିଛନ୍ତି ଶ୍ରୀ ପ୍ରଧାନ । ସ୍ଥାନୀୟ ଟ୍ରାଫିକ୍‌କୁ ଦ୍ରୁତଗାମୀ ଯାତାୟାତ ଠାରୁ ପୃଥକ କରିବା ପାଇଁ ରାସ୍ତା ପାର୍ଶ୍ୱରେ ଡ୍ରେନ୍, ପଥଚାରୀଙ୍କ ପାଇଁ ପୃଥକ ଗାର୍ଡ ରେଲ୍ ଏବଂ ହାଇୱେ ଲାଇଟିଂ ସୁବିଧା ସହ ସର୍ଭିସ୍ ରୋଡ୍ ନିର୍ମାଣ ଜରୁରୀ ରହିଛି ବୋଲି ସେ ଅନୁଭବ କରିଛନ୍ତି । ଏହି ଜରୁରୀକାଳୀନ ରାସ୍ତା ସୁରକ୍ଷା ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ସ୍ତରରେ ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ଏବଂ ଦେବଗଡ଼ବାସୀଙ୍କ ବୃହତ୍ତର ସ୍ୱାର୍ଥରେ ଏହି ପ୍ରସ୍ତାବଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସାଂସଦ ଶ୍ରୀ ପ୍ରଧାନ ଶ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି ।

  • Related Posts

    ବାଣୀବିହାର: ଅଣଛାତ୍ରଙ୍କୁକ୍ୟାମ୍ପସ ଛାଡ଼ି ଚାଲିଯିବାକୁ ସିପି-ଡିସିପିଙ୍କ ଅପିଲ୍

    ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା ଥମିବାର ନାଁ ନେଉନାହିଁ। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପରିସ୍ଥିତି ଅଶାନ୍ତ ରହିଛି, ଯାହାଫଳରେ ନିର୍ଦ୍ଧାରିତ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ ବୈଠକ ମଧ୍ୟ ଆରମ୍ଭ ହୋଇପାରିନାହିଁ। କ୍ୟାମ୍ପସ ଅଡିଟୋରିୟମ…

    Continue reading
    ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି: ପ୍ରଦୀପ ପୁରୋହିତ

    ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଓ ସମ୍ପ୍ରସାରଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ରନ୍‌ୱେ ସମ୍ପ୍ରସାରଣ ପାଇଁ ୧୬୮.୮୮ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ