ଛାତ୍ର ସଂସଦ ଭୋଟ ଗ୍ରହଣ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଆଜି ସକାଳ ୮ଟାରୁ କ୍ୟାମ୍ପସଗୁଡ଼ିକରେ ଭୋଟ୍‌ ଗ୍ରହଣ ହେଉଛି। ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ପରେ ଗଣତି ହେବା ସହ ଫଳାଫଳ ଘୋଷଣା କରାଯିବ। କ୍ୟାମ୍ପସଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ନିର୍ବାଚନରେ ମୋଟ୍ ୬ ହଜାରରୁ ଊର୍ଦ୍ଧ୍ବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି।
ଉଚ୍ଚଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୧୩ ବିଶ୍ବବିଦ୍ୟାଳୟ ଏବଂ ପ୍ରାୟ ୩୪୬ ମହାବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହେଉଛି।୬୮୦୦ରୁ ଊର୍ଦ୍ଧ୍ବ ପ୍ରାର୍ଥୀ ବିଭିନ୍ନ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସଭାପତି ପଦ ପାଇଁ ୮୬୬ (ମହାବିଦ୍ୟାଳୟ-୮୨୮, ବିଶ୍ବ ବିଦ୍ୟାଳୟ-୩୮), ଉପସଭାପତି ପଦ ନିମନ୍ତେ ୭୧୬ (ମହାବିଦ୍ୟାଳୟ-୬୭୯, ବିଶ୍ବବିଦ୍ୟାଳୟ-୩୭) ଏବଂ ସାଧାରଣ ସମ୍ପାଦକ ପଦ ଲାଗି ୬୧୬ (ମହାବିଦ୍ୟାଳୟ-୫୯୩, ବିଶ୍ବବିଦ୍ୟାଳୟ-୨୩) ପ୍ରାର୍ଥୀ ମଇଦାନରେ ରହିଛନ୍ତି।

ଛାତ୍ରଛାତ୍ରୀଙ୍କ ଭୋଟ୍ ହାତେଇବାକୁ ଛାତ୍ର ସଂଗଠନ ଏବଂ ପ୍ରାର୍ଥୀମାନଙ୍କ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିଲା। ଶ୍ରେଣୀଗୃହଠାରୁ ଆରମ୍ଭ କରି ହଷ୍ଟେଲ ଓ ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ଭୋଟ୍ ଭିକ୍ଷା କରିଥିଲେ। ନିର୍ବାଚନ ପାଇଁ କ୍ୟାମ୍ପସଗୁଡ଼ିକ ପୋଷ୍ଟର, ବ୍ୟାନରରେ ଛାଇ ହୋଇଯାଇଛି। ବୁଧବାର ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ ମିଟିଂରେ ପ୍ରାର୍ଥୀମାନେ ନିଜ ମନ କଥା କହିଥିଲେ। ନିର୍ବାଚନ ଜିତିଲେ କ’ଣ କରିବେ; ସେନେଇ ପ୍ରାର୍ଥୀ ପ୍ରତିଶ୍ରୁତି ଦେଇଥିଲେ। ଏହା ପୂର୍ବରୁ କ୍ୟାମ୍ପସରେ ସଂଗଠନଗୁଡ଼ିକ ପକ୍ଷରୁ ଶୋଭାଯାତ୍ରା ମାଧ୍ୟମ‌େ‌ର ଶକ୍ତି ପ୍ରଦର୍ଶନ କରାଯାଇଥିଲା। ଭୋଟ୍‌ ଗ୍ରହଣ ଓ ଫଳାଫଳ ଘୋଷଣା ପରେ ୧୬ରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ।

  • Related Posts

    ଇପସିତାଙ୍କୁ ଉଠାଇ ନେଲା ପୁଲିସ

    ଭୁବନେଶ୍ୱର: ରମାଦେବୀ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିସିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ପୁଲିସ ଉଠାଇ ନେଇଛି ।ଇପସିତା ସାହୁଙ୍କୁ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ…

    Continue reading
    ଭୋଟ ପାଇଁ ମହାପ୍ରସାଦ ଛୁଆଁଇ ଶପଥ

    ଛାତ୍ର ସଂସଦ ନିର୍ବାଚନ। ଆରମ୍ଭ ହୋଇଛି ଭୋଟିଂ। ଭୋଟିଂ ପୂର୍ବରୁ ରମାଦେବୀ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି। ଏବିଭିପି ପ୍ରାର୍ଥୀ ନିଜେ ହଷ୍ଟେଲ ଭିତରେ ପଶି ଟଙ୍କା ବାଣ୍ଟୁଥିବାର ଅଭିଯୋଗ କରିଛି ବିସିଜେଡି। ସେପଟେ ଏବିଭିପିର ପ୍ରାର୍ଥୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି