ଛାତ୍ର ସଂସଦ ନିର୍ବାଚନ: ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ କ୍ୟାମ୍ପସ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହେଉଥିବାରୁ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ । ଦୀର୍ଘଦିନର ପ୍ରଚାର, ପ୍ରତିଶ୍ରୁତି ଓ ଭୋଟ୍ ଗୋଟାଇବାର କସରତ ପରେ ଆଜି ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ଏହାପରେ ଆରମ୍ଭ ହେବ ଭୋଟ ଗଣତି । ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।

ଛାତ୍ର ସଂସଦ ନିର୍ବାଚନକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ‘‘ମୋର ପ୍ରିୟ ଛାତ୍ରଛାତ୍ରୀ ବନ୍ଧୁଗଣ! ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ଗଣତନ୍ତ୍ରର ମୂଳଦୁଆ ଏବଂ ଭବିଷ୍ୟତର ନେତୃତ୍ୱ ଗଠନର ଏକ ମୁଖ୍ୟ ମାଧ୍ୟମ। ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍‌ଦର୍ଶନ ଦେବ। ତେଣୁ କୌଣସି ପ୍ରକାର ହିଂସା, ଗୁଜବ ବା ବିଭେଦର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ। ସମସ୍ତ ଛାତ୍ର ଛାତ୍ରୀ ଓ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା’’।

ମତଦାନ ପାଇଁ ପ୍ରାୟ ୪୦ଟି ବୁଥ୍‌ ବ୍ୟବସ୍ଥା କରାଯାଇଛି । ପରିଚୟପତ୍ର ବିନା ବୁଥ୍‌ ଭିତରକୁ ପ୍ରବେଶ ଅନୁମତି ନାହିଁ । ମତଦାନ ଶେଷ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ବାକ୍ସଗୁଡ଼ିକୁ କମର୍ସ ବିଭାଗକୁ ଅଣାଯିବ । ଏଥିପାଇଁ ୫ଟି ସ୍ୱତନ୍ତ୍ର ଗାଡ଼ି ରଖାଯାଇଛି । ସେଠାରେ ୪ଟି କାଉଣ୍ଟରରେ ଭୋଟ୍‌ ଗଣତି କରାଯିବ । ଗଣତି ପରେ ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହେବ । ଛାତ୍ରଙ୍କ ସମର୍ଥନ କାହାକୁ ମିଳିବ ଏବଂ କେଉଁ ପ୍ରାର୍ଥୀ କ୍ୟାମ୍ପସ୍‌ ରାଜନୀତିରେ ନୂଆ ଅଧ୍ୟାୟ ଲେଖିବେ, ତାହା ସ୍ପଷ୍ଟ ହେବ ଆଜି ସନ୍ଧ୍ୟାରେ ।

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି