୧୮ରେ ଶପଥ ନେବେ ବ୍ରଜ ମୋହନ ରାମ

ଭୁବନେଶ୍ୱର: ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟିଙ୍କୁ ଗୁରୁବାର ଲୋକଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଲୋକଭବନର ଅଧିକାରୀ ଓ କର୍ମଚାରୀ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଅବସରରେ ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମ୍‌ପାଟି ଉପସ୍ଥିତ ଥିଲେ । ଓଡ଼ିଶାରେ ପ୍ରାୟ ଏକ ବର୍ଷ ନଅ ମାସର କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ ଓ ସମର୍ଥନ ପାଇଁ ରାଜ୍ୟପାଳ କୃତଜ୍ଞତା ଜଣାଇଥିଲେ । ବିତାଇଥିବା ସମୟ ଅଭୁଲା ସ୍ମୃତି ହୋଇରହିବ ସହ ରାଜ୍ୟପାଳ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ୧୭ରେ ୩୦୦ ଅତିଥି ନେଇ ଓଡ଼ିଶା ଆସୁଛନ୍ତି ବ୍ରଜ ମୋହନ ରାମ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ରାଜ୍ୟପାଳଙ୍କ ସହ କାର୍ଯ୍ୟ କରିବାର ଅନୁଭୂତି ବ୍ୟକ୍ତ କରିଥିଲେ ।

ଆସନ୍ତା ୧୭ ତାରିଖରେ ଭୁବନେଶ୍ୱର ଆସିବେ ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ । ସେ ୧୮ ତାରିଖରେ ଶପଥ ନେବେ । ୩୦୦ ଅତିଥି ନେଇ ଆସୁଛନ୍ତି ମନୋନୀତ ରାଜ୍ୟପାଳ । ନବ ନିଯୁକ୍ତ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ତଥା ସ୍ୱାଗତ ପାଇଁ ଲୋକଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଏ ସମ୍ପର୍କିତ ସମସ୍ତ ଆୟୋଜନ ଏବଂ ଅତିଥିମାନଙ୍କ ଲାଗି ବ୍ୟବସ୍ଥା କରାଯାଉଛି । ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ଗୃହ ବିଭାଗକୁ ନୋଡାଲ୍‌ ଅଧିକାରୀ ନିଯୁକ୍ତି ନେଇ ଲୋକଭବନ ପକ୍ଷରୁ ଚିଠି ହୋଇଛି ।

  • Related Posts

    ଭୁବନେଶ୍ୱରରେ ଧରାପଡ଼ିଲା ହାଇଡ୍ରୋପୋନିକ୍ ଗଞ୍ଜେଇ

    ଭୁବନେଶ୍ୱର: ବ୍ୟାଙ୍କକ୍‌ରୁ ଆସୁଥିଲା ହାଇଡ୍ରୋପୋନିକ୍ ଗଞ୍ଜେଇ । ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଧରାପଡ଼ିଲା ନିଶାଦ୍ରବ୍ୟ ଚାଲାଣ। ୪ ଜଣ ଯାତ୍ରୀଙ୍କଠାରୁ ପ୍ରାୟ ୧.୮୫ କୋଟି ଟଙ୍କା ମୂଲ୍ୟର ୫.୨୯୧ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ଡିଆରଆଇ ଓ କଷ୍ଟମ୍ସ…

    Continue reading
    ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

    ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତତ୍କାଳ ପ୍ରଭାବରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି