୨ ଆତଙ୍କବାଦୀ ନିହତ

କୁପୱାଡା: ଜମ୍ମୁ-କାଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସେନାକୁ ମିଳିଛି ବଡ଼ ଧରଣର ସଫଳତା। କୁପଓ୍ବାଡାରେ ଶନିବାର ଭୋର ପ୍ରାୟ ୩ଟା ୩ ୦ ମିନିଟ୍‌ରେ କୈରନ୍ ସେକ୍ଟରର ଜୁମାଗୁଡ ଅଞ୍ଚଳରେ ଏହି ସଂଘର୍ଷ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାର ଖବର ମିଳିଛି। ବର୍ତ୍ତମାନ ସେଠାରେ ତଲାସୀ ଅଭିଯାନ ଜାରି ରହିଛି।ଅଧିକାରୀଙ୍କ କହିବା ଅନୁସାରେ, ଶନିବାର ଜମ୍ମୁ-କଶ୍ମୀରର କୁପଓ୍ବାଡା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ସଂଘର୍ଷ ହୋଇଥିଲା। ଏବେ ତାହା ସ୍ପଷ୍ଟ ହୋଇନି ଯେ, ଅନୁପ୍ରବେଶ ଚେଷ୍ଟା କରାଯାଇଥିଲା କି ନାହିଁ। ଅଧିକାରୀଙ୍କ କହିବା ଅନୁସାରେ, ଉତ୍ତର କାଶ୍ମୀରର କୈରନ୍ ସେକ୍ଟରର ଜୁମଗୁଡ୍ ଅଞ୍ଚଳରେ ଏଲଓସି ନିକଟରେ ସତର୍କ ଥିବା ଯବାନ ସନ୍ଦିଗ୍ଧ ଗତିବିଧକୁ ଦେଖିଥିଲେ। ଏହାପରେ ସେ ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଓ ତାଙ୍କୁ ରୋକି ନେଇଥିଲେ।ଆଜିଠାରୁ ଠିକ୍ ମାସେ ପୂର୍ବେ ୧୭ ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲାରୁ ଜଣେ ଅପରେସନ୍ ବେଳେ ଜୈଶ-ଇ-ମହମ୍ମଦର ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ। ଜଣେ ସନ୍ଦିଗ୍ଧକୁ କଷ୍ଟଡିରେ ନିଆଯାଇଥିଲା। ଜମ୍ମୁ-କଶ୍ମୀର ପୋଲିସ ନିହତ ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲା। ସେମାନେ ହେଲେ ସଦ୍ଦାମ ଓ ମୁସ୍ତାଫା। ପୋଲିସର କହିବା ଅନୁସାରେ, ତାଙ୍କ ପାଖକରୁ ଗୋଟିଏ ଏକେ ଆସଲ୍ଟ ରାଇଫଲ୍(୪ ମାଗାଜିନ୍ ସହିତ),ଗୋଟିଏ M4 କାର୍ବାଇନ୍(୩ ମାଜାଜିନ୍ ସହିତ), ଗୋଟିଏ ଗ୍ଲକ୍ ପିସ୍ତଲ(ଦୁଇ ମାଗାଜିନ୍ ସହିତ) ଏବଂ ଚାରୋଟି ଗ୍ରେନେଡ୍ ଜବତ କରାଯାଇଥିଲା।

  • Related Posts

    ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଟ୍ରକ, ୧୨ ମୃତ

    ନୂଆଦିଲ୍ଲୀ: କୋଲକାତା ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଭିତରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ୨୯ ଜଣ ଆହତ…

    Continue reading
    ମଣ୍ଡପରେ ଦଳାଚକଟା ଟ୍ରାଜେଡି; ୭ ଗିରଫ

    କୋଲକାତା; ପଶ୍ଚିମବଙ୍ଗ ରାଜଧାନୀ ଉତ୍ତର କୋଲକାତାରେ ଦୁର୍ଗପୂଜା ମହୋତ୍ସବରେ ହୃଦୟବିଦାରକ ଅଘଟଣ ଘଟିଛି । ଚୋରବାଗାନର ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ୩୦ ଜଣ ଆହତ ହୋଇଛନ୍ତି । କୋଲକାତା ପୁଲିସ ହତ୍ୟା ମାମଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି