ଏମ୍‌କେସିଜିରେ ଆଖି ବୁଜିଲା ୨ ମୁଣ୍ଡିଆ ଶିଶୁ

ବ୍ରହ୍ମପୁର:ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ୧୧ ତାରିଖରେ ଜନ୍ମ ନେଇଥିବା ୨ ମୁଣ୍ଡିଆ ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଶିଶୁ ବିଭାଗର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ମଳଦ୍ବାର ବିହୀନ ଏହି ଶିଶୁଟି ସପ୍ତାହ ଭିତରେ ଆଖି ବୁଜି ଦେଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ତିଡିପଦର ଗ୍ରାମର ତ୍ରିଲୋଚନ ମାଝୀଙ୍କ ପତ୍ନୀ ରୁନି ମାଝୀ(୨୨)ଙ୍କ ପ୍ରଥମ ଗର୍ଭରୁ ଏହି ଶିଶୁଟି ଜନ୍ମ ହୋଇଥିଲା। ଶିଶୁଟିର ୨ଟି ମୁଣ୍ଡ ସହ ୨ଟି ମେରୁଦଣ୍ଡ, ୨ଟି ହାତ ଓ ୨ଟି ଗୋଡ଼ ରହିଥିଲା। ହେଲେ ମଳଦ୍ବାର ନଥିଲା। ଶିଶୁ ବିଭାଗର ଆଇସିୟୁରେ ରଖି ତାର ଚିକିତ୍ସା କରାଯାଉଥିଲା। ସ୍ବତନ୍ତ୍ର ଡାକ୍ତରୀ ଦଳ ନିରୀକ୍ଷଣ କରୁଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଠିକ ଭାବେ ବିକାଶିତ ହୋଇପାରିନଥିଲା। ଏହି ୨ ମୁଣ୍ଡିଆ ଶିଶୁର ଅସ୍ତେ୍ରପଚାର ପାଇଁ ଏମକେସିଜି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଡାକ୍ତରମାନେ ପ୍ରସ୍ତୁତ ରହିଥିଲେ ମଧ୍ୟ ଅସ୍ତେ୍ରାପଚାର ପାଇଁ ଶିଶୁର ଶରୀର ପ୍ରସ୍ତୁତ ନଥିଲା। ଏହି ୬ ଦିନର ଚିକିତ୍ସା ପରେ ମଧ୍ୟ ରକ୍ତସଞ୍ଚାଳନ ଠିକ ହୋଇ ପରିନଥିଲା। ହୃଦ୍‌ସ୍ପନ୍ଦନ ଅଧିକ ଥିବାରୁ ଡାକ୍ତରମାନେ ଅସ୍ତ୍ରୋପଚାର କରିପାରି ନଥିଲେ। ଶେଷରେ ଶନିବାର ଏହି ୨ ମୁଣ୍ଡିଆ ଶିଶୁଟି ଏନଏନସିୟୁରେ ଚିକିତ୍ସାଧୀନ ବେଳେ ମୃତ୍ୟୁ ହୋଇଯାଇଥିବା ଡାକ୍ତରମାନେ ପରିବାର ଲୋକଙ୍କୁ ଜଣାଇଥିଲେ। ରୁନି ମାଝୀଙ୍କ ଏହା ପ୍ରଥମ ଗର୍ଭ ଥିବାରୁ ଶିଶୁର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

  • Related Posts

    ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା, ଉତ୍ସବମୁଖର ରାଇକିଆ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆରେ ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ମା ଙ୍କ ଆବାହନ ସହ ପୂଜାମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଇକିଆରେ ୫୨ତମ…

    Continue reading
    କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

    ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି