ମାସ ଶେଷବେଳକୁ ବାତ୍ୟା !

ଭୁବନେଶ୍ୱର: ମାସ ଶେଷବେଳକୁ ବାତ୍ୟା ଆସିପାରେ । ବିଭିନ୍ନ ମଡେଲ୍ ଦେଖାଉଛନ୍ତି, ଆସନ୍ତା ୨୯-୩୦ ତାରିଖବେଳକୁ ବାତ୍ୟା ଉପକୂଳ ଛୁଇଁପାରେ । ଶକ୍ତିଶାଳୀ ରୂପରେ ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ମଧ୍ୟ ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି । ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ । ତୀବ୍ରତା, ସମ୍ଭାବ୍ୟ ଗତିପଥ ନେଇ ସ୍ପଷ୍ଟ କହି ହେବନି । ତଥାପି ବିଭିନ୍ନ ମଡେଲ୍‌ର ବାତ୍ୟା ପୂର୍ବାନୁମାନ ଓ ଅକ୍ଟୋବର ସଂଯୋଗ ବଢ଼ାଇଛି ଡର ।ଅନ୍ୟପଟେ ବିଶେଷଜ୍ଞ କହିଛନ୍ତି, ସମୁଦ୍ର ଜଳପତ୍ତନର ତାପମାତ୍ରା ଅଧିକ ରହିଥିବାବେଳେ ଏହା ବାତ୍ୟା ଗଠନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ । ପୂର୍ବରୁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆକଳନ କରିଛି, ୨୧ ତାରିଖବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ୨୪ ତାରିଖବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । କିନ୍ତୁ, ବିଭିନ୍ନ ଆନ୍ତର୍ଜାତିକ ପାଣିାପଗ ମଡେଲ୍‌ର ତାଜା ପୂର୍ବାନୁମାନ ହେଲା, ବଙ୍ଗୋପସାଗରରେ ଚଳିତ ମାସ ଶେଷବେଳକୁ ଏକ ବାତ୍ୟା ଆସିପାରେ ।ଆନ୍ତର୍ଜାତିକ ମଡେଲ୍ ଇସିଏମଡବ୍ଲ୍ୟୁଏଫ୍ ଅନୁସାରେ ସମ୍ଭାବ୍ୟ ବାତ୍ୟା ଆସନ୍ତା ୨୯-୩୦ ତାରିଖବେଳକୁ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ । ସମ୍ଭବତଃ ପାରାଦୀପ ପାଖାପାଖି । ବାୟୁମଣ୍ଡଳୀୟ ଚାପରୁ ଏହାର ତୀବ୍ରତା ଶକ୍ତିଶାଳୀ ରହିବା ଅନୁମାନ କରାଯାଉଛି । ସମ୍ଭାବ୍ୟ ଚିତ୍ରରୁ ବାତ୍ୟାର କେନ୍ଦ୍ରସ୍ଥଳରେ ଦର୍ଶାଯାଇଥିବା ବାୟୁମଣ୍ଡଳୀୟ ଚାପରୁ ଏହା ଅତି ଭୀଷଣ ବାତ୍ୟା (ଏକ୍ସଷ୍ଟ୍ରିମଲି ସିଭିୟର ସାଇକ୍ଲୋନ) ରୂପ ନେବା ସମ୍ଭାବନା ରହିଛି ।

ଜିଏଫଏସ୍‌ର ଏଆଇ ମଡେଲ୍ ଅନୁସାରେ ଏହା ଆନ୍ଧ୍ର ଆଡ଼କୁ ଯାଇପାରେ ୨୮-୨୯ବେଳକୁ । ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ କହିଛନ୍ତି, ୨୪ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୨୦ ତାରିଖବେଳକୁ ଏ ନେଇ ଅଧିକ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ । ତେବେ ବର୍ତ୍ତମାନ ସ୍ଥିତିରେ ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କିଛି ବି ସ୍ପଷ୍ଟ କରିନାହିଁ । କିଛି ମଡେଲ୍ ଅନୁସାରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ । ଆଉ କିଛି ଏଆଇ ମଡେଲ୍ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହୋଇପାରେ । ଆଣ୍ଡାମାନରେ ଲଘୁଚାପ ହେଲେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ଅଧିକ ରହିଛି ।

ଅନ୍ୟପଟେ ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ବର୍ତ୍ତମାନ ବଡ଼ ବର୍ଷା ସମ୍ଭାବନା ନାହିଁ । ତଥାପି କିଛି କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁରର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୧୯, ୨୦, ୨୧ ଓ ୨୨ ତାରିଖରେ ବର୍ଷା ସମ୍ଭାବନା ଆହୁରି କମ୍ । କେବଳ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ଅସରାଏ ହାଲୁକା ବର୍ଷା ହୋଇପାରେ ।

  • Related Posts

    କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

    ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ…

    Continue reading
    ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ

    ଦେବଗଡ଼:ଦେବଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମ ସମ୍ଭାଗ ସଂପାଦକ ତ୍ରିବିକ୍ରମ ଶତପଥି ମୁଖ୍ୟଅତିଥି, ସମ୍ବଲପୁର ବିଭାଗ ସଂଘଚାଳକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମୁଖ୍ୟବକ୍ତା ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି