ଦେବଗଡ଼ରେ ମାଙ୍କଡ଼ ଉପଦ୍ରବ ରୋକିବାକୁ ବନ ବିଭାଗର ସ୍ୱତନ୍ତ୍ର ଅଭିଯାନ

ଦେବଗଡ଼:ଜଙ୍ଗଲଜାତ ଦ୍ରବ୍ୟ ଖାଇବାକୁ ନପାଇ ସହର ମୁହାଁ ମାଙ୍କଡ।ସହରରେ ମାଙ୍କଡ ଉପଦ୍ରବ ଲୋକମାନଙ୍କୁ ଅତିଷ୍ଠ କରିଥିବାବେଳେ ମାଙ୍କଡ ଉପଦ୍ରବ ବର୍ତ୍ତମାନ ଚରମ ସୀମାରେ ପଂହଚିଛି।ଏପରିକି ବିଭିନ୍ନ ସମୟରେ ଜନସାଧାରଣ ଏବଂ ଛାତ୍ରଛାତ୍ରୀ ମାଙ୍କଡ ଆକ୍ରମଣରେ ଗୁରୁତର ଆହତ ହେଉଥିଲେ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା।ଏହାକୁ ରୋକିବା ସହ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଦେବଗଡ଼ ବନବିଭାଗ ପକ୍ଷରୁ ମାଙ୍କଡ ଧରା ଏକ ସ୍ୱତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି।ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ବିପଦସୃଷ୍ଟି କରୁଥିବା ୯ଟି ମାଙ୍କଡ଼ଙ୍କୁ ଧରାଯାଇ ପରବର୍ତ୍ତୀ ସମୟରେ ଜନବସତିଠାରୁ ଦୂର ଭିତର ଜଙ୍ଗଲରେ ଛଡ଼ାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଦେବଗଡ଼ ଡିଏଫଓ ରଶ୍ମି ଜୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନପାଟ ଜଳପ୍ରପାତ ଅଞ୍ଚଳରେ ଦେବଗଡ଼ ବନଖଣ୍ଡର ଜୀବବିଜ୍ଞାନୀ ସୁଧୀରାଜ ଲେଙ୍କା,ଆରଆରଟି ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ଧଳ,ଫରେଷ୍ଟଗାର୍ଡ ପୁଲିନ ବିହାରୀ ପ୍ରଧାନଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଉକ୍ତ ଅଭିଯାନରେ ସାମିଲ ହୋଇ ମା‌ଙ୍କଡମାନଙ୍କ ଗତିବିଧି ଉପରେ ନଜର ରଖାଯାଇ ଜାଲ ସାହାଯ୍ୟରେ ସମସ୍ୟା ସୃଷ୍ଟି କରୁଥିବା ମାଙ୍କଡ଼ଙ୍କୁ ଧରାଯାଇଥିଲା। ଜାଲରେ ଧରାପଡିଥିବା ୯ଟି ମାଙ୍କଡ଼ଙ୍କ ମଧ୍ୟରେ ୨ଟି ଆଲ୍‌ଫା ପୁରୁଷ ମାଙ୍କଡ଼,୨ଟି ବୟସ୍କ ମାଈ ମାଙ୍କଡ଼ ଏବଂ ୫ଟି କମ୍‌ ବୟସର ମାଙ୍କଡ଼ ରହିଛନ୍ତି।ଏହାପରେ ଜାଲରେ ଧରାପଡିଥିବା ମାଙ୍କଡମାନଙ୍କୁ ଜନବସତିଠାରୁ ଦୂର ଭିତର ଜଙ୍ଗଲରେ ଛଡ଼ାଯାଇଛି। ସହରରେ ମଧ୍ୟରେ ମାଙ୍କଡ ଉପଦ୍ରବ ରୋକିବା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ଆଗକୁ ଜାରି ରହିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

  • Related Posts

    ବାତ୍ୟା ଭୟ, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର

    ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକାଳେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତର ରୂପ ନେବ । ୨୬ ଅକ୍ଟୋବର…

    Continue reading
    ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

    ଉମରକୋଟ: ନବରଙ୍ଗପୁରଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା କେନାଲ ପାର୍ଶ୍ୱ ସଂରକ୍ଷିତ ଜଙ୍ଗଲରୁ ଜଣେଅଜଣାମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ତାଙ୍କର ବୟସ ୪୦ରୁ ୪୫ ଵୋଲି ଅନୁମାନ କରାଯାଉଛି। ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି