ବିଜେପି ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ଅଭିଯାନ

ଦେବଗଡ଼:ବିଜେପି ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ଅଭିଯାନ ଆଜି ଠାରୁ ଅର୍ଥାତ ୨୨ ଅକ୍ଟେବାର ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ କଂଗ୍ରେସ ଏବଂ ବିଭିନ୍ନ ବି‌ରୋଧୀ ଦଳ ନିର୍ବାଚନ ଆୟୋଗ ଓ ବିଜ‌େପି ସରକାର ବିରୋଧରେ ଚାଲିଥିବା ପ୍ରତିବାଦକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖିବାକୁ ଘୋଷଣା କରିଛନ୍ତି। ତେବେ ବିଜେପି ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ଅଭିଯାନ ମାଧ୍ୟମରେ ସେମାନଙ୍କ ମିଥ୍ୟା‌ ଓ ଭ୍ରମାତ୍ମକ ସୂଚନାର ସିଧାସଳଖ ଜବାବ ଦିଆଯିବ।ଏହି ଅଭିଯାନରେ ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ପଦଯାତ୍ରା,ଯୁବ ପିଢୀକୁ ନେଇ ଗଣତନ୍ତ୍ର ବନାମ ଭିଡତନ୍ତ୍ର, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୋକତନ୍ତ୍ର ବନାମ ଭିଡତନ୍ତ୍ରକୁ ନେଇ ପ୍ରତିଯୋଗିତା, ସୋସିଆଲ ମିଡିଆ ଯୋଜନା,ବି‌ଶେଷାଙ୍କ ପତ୍ରିକା ଉନ୍ମୋଚନ,ଅନୁପ୍ରବେଶକାରୀଙ୍କୁ ହଟାଅ,ଗଣତନ୍ତ୍ର ବଞ୍ଚାଅକୁ ନେଇ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ନେଇ ଜନସଂପର୍କ କାର୍ଯ୍ୟକ୍ରମ କରାଯିବ ବୋଲି ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ ସୂଚନା ଦେଇଛନ୍ତି।ପୂର୍ବ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ଉପସଭାପତି ରଣଜିତ ପଟେଲ,ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଢୀ,ମହନ୍ତ ବେହେରା,ଉପନଗରପାଳ ପ୍ରଜିତ ଭୋଜ, ସତ୍ୟନାରାୟଣ ପାଣି, ଇଂ ସୁଜିତ ପ୍ରଧାନ ଙ୍କ ସମେତ ବହୁ ବିଜେପିକର୍ମୀ ଉପସ୍ଥିତ ଥିଲେ।

  • Related Posts

    ଆଜିଠୁ ଭୁବନେଶ୍ୱରରେ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନଫରେନ୍ସ ଓ ଏକ୍ସପୋ

    ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନ୍ଫରେନ୍ସ ଓ ଏକ୍ସପୋ ଏବଂ ଦ୍ୱିତୀୟ ନ୍ୟାସନାଲ୍ ଅର୍ବାନ୍ କନକ୍ଲେଭ୍। ୨୫ ଯାଏଁ ଚାଲିବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶବିଦେଶର ନୀତି ନିର୍ଦ୍ଧାରକ, ସହରାଞ୍ଚଳ ବିକାଶ ବିଶେଷଜ୍ଞ,…

    Continue reading
    ଦାୟିତ୍ୱରେ ଅବହେଳା, SIଙ୍କ ବଦଳି

    ଜଳେଶ୍ୱର: ଜଳେଶ୍ୱରରେ ନାବାଳିକା ହତ୍ୟା ମାମଲାରେ SIଙ୍କ ବଦଳି। ଦାୟିତ୍ବରେ ଅବହେଳା ପାଇଁ ନାମ୍ପ ଫାଣ୍ଡି SI କରଣ ମାରାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ବର ଏସ୍ ପି। ୫ ଦିନ ହେବ ନିଖୋଜ ନାବାଳିକାଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି