
ରାଇକିଆ: ଶାରଦୀୟ ଦୁର୍ଗାପୂଜା ଅବସରରେ କନ୍ଧମାଳ ଜିଲ୍ଲା ରାଇକିଆଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୌରାଣିକ ନାଟକ ‘ମହାଭାରତ’ ମଞ୍ଚସ୍ଥ ହୋଇଛି। ଶାରଦୀୟ ପୂଜାର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ସାଂସ୍କୃତିକ ଆୟୋଜନ ଦର୍ଶକଙ୍କ ପାଇଁ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ପାଲଟିଥିଲା।କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ ଅଧ୍ୟକ୍ଷା ରୀନା ପ୍ରଧାନ, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ବଣିକ ସଂଘ ସଭାପତି ବିଜୟ ପଣ୍ଡା, ପୂଜା କମିଟିର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଲେଙ୍କା, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, ରାଜମୋହନ ଦିଗାଳ, ସନ୍ତୋଷ କୁମାର ପଣ୍ଡା, ଶ୍ରୀଧର ପାତ୍ର ଓ କୃଷ୍ଣଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ।
ସେହିପରି ପୂଜା କମିଟିର ଉପଦେଷ୍ଟା ଦୁର୍ଯ୍ୟୋଧନ ଲେଙ୍କା ଓ ସୁଶୀଳ ତ୍ରିପାଠୀଙ୍କ ସମେତ ରାଇକିଆ ଥାନାର ଉପ-ଅଧିକାରୀ ତପନ କୁମାର ଦାଶ ମଧ୍ୟ ଉପସ୍ଥିତ ଥିଲେ।ଶାରଦୀୟ ପୂଜା ଅବସରରେ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ପୌରାଣିକ କଥାବସ୍ତୁକୁ ନାଟକ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏହି ଆୟୋଜନର ଏକ ମୁଖ୍ୟ ଆକର୍ଷଣ ଥିଲା। କାର୍ଯ୍ୟକ୍ରମକୁ ଭଗବାନ ପାତ୍ର ପରିଚାଳନା କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା







