ବାତ୍ୟା ଆଶଙ୍କା, ଭୟଭୀତ ନହେବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଆସନ୍ତାକାଲି(24 ଅକ୍ଟୋବର) ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇ ଆସନ୍ତା 26 ତାରିଖରେ ବାତ୍ୟା ରୂପ ନେଇପାରେ । ବାତ୍ୟା ସୃଷ୍ଟି ପରେ ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଶକ୍ତିଶାଳୀ ହେବ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ପାଇଁ ସରକାରୀ ପ୍ରସ୍ତୁତି ଜାରି ରହିଥିବା କହିଛନ୍ତି । ୟୁରୋପୀୟ ମଡେଲଗୁଡ଼ିକ ଉପରେ ନଜର ରଖିବା ସହିତ ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅପିଲ୍ କରିଛନ୍ତି । ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ୟୁରୋପୀୟ ସଙ୍ଗଠନର ମଡେଲକୁ କେବଳ ସୂଚକ (ଇଣ୍ଡିକେସନ) ଭାବେ ଆମେ ଗ୍ରହଣ କରୁଛୁ । ଆମେ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛୁ । ଆମେ IMD ସହିତ ନିରନ୍ତର ଯୋଗାଯୋଗରେ ଅଛୁ । ବାତ୍ୟା କିମ୍ବା ବର୍ଷା ଆସୁ ନଆସୁ, ଆମେ ପ୍ରସ୍ତୁତ ରହିବା ଉଚିତ ।”IMD ଓ ବିଭିନ୍ନ ସଂସ୍ଥା ଆକଳନ କରୁଛନ୍ତି । 24 ତାରିଖରେ ଏହା ଅବପାତର ରୂପ ନେଇ ଉତ୍ତର – ପଶ୍ଚିମ ଦିଗକୁ ଗତି କରିବ । ହୁଏତ ଏହା ଓଡିଶା – ଆନ୍ଧ୍ରପ୍ରଦେଶର ସମୁଦ୍ର ତଟ ଛୁଇଁପାରେ । ଛୁଇଁଲେ କେତେ ସ୍ଥଳ ଭାଗକୁ ପଶିବ କିମ୍ବା ବାହାରେ ବାହାରେ ପଶ୍ଚିମବଙ୍ଗ ଦେଇ ଆନ୍ଧ୍ରପ୍ରଦେଶ ଯିବ । ଗତି କେତେ ରହିବ ସେନେଇ ସଠିକ ଆକଳନ ନହେବା ପର୍ଯ୍ୟନ୍ତ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କେହି ବିଚଳିତ ହେବାର ଆବଶ୍ୟକତା ନାହିଁ । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜାରୀ ଅଛି । ଓଡିଶାବାସୀ ବିଚଳିତ ହୁଅନ୍ତୁ ନାହୁଁ, ସରକାର ପ୍ରସ୍ତୁତ ଅଛନ୍ତି

  • Related Posts

    ଆଜିଠୁ ଭୁବନେଶ୍ୱରରେ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନଫରେନ୍ସ ଓ ଏକ୍ସପୋ

    ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନ୍ଫରେନ୍ସ ଓ ଏକ୍ସପୋ ଏବଂ ଦ୍ୱିତୀୟ ନ୍ୟାସନାଲ୍ ଅର୍ବାନ୍ କନକ୍ଲେଭ୍। ୨୫ ଯାଏଁ ଚାଲିବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶବିଦେଶର ନୀତି ନିର୍ଦ୍ଧାରକ, ସହରାଞ୍ଚଳ ବିକାଶ ବିଶେଷଜ୍ଞ,…

    Continue reading
    ଦାୟିତ୍ୱରେ ଅବହେଳା, SIଙ୍କ ବଦଳି

    ଜଳେଶ୍ୱର: ଜଳେଶ୍ୱରରେ ନାବାଳିକା ହତ୍ୟା ମାମଲାରେ SIଙ୍କ ବଦଳି। ଦାୟିତ୍ବରେ ଅବହେଳା ପାଇଁ ନାମ୍ପ ଫାଣ୍ଡି SI କରଣ ମାରାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ବର ଏସ୍ ପି। ୫ ଦିନ ହେବ ନିଖୋଜ ନାବାଳିକାଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି