
ଭୁବନେଶ୍ୱର: ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଭିଡିଓ କଲିଂ ମାଧ୍ୟମରେ ବାବୁସାନଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ଭିଡିଓ କଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବାବୁସାନଙ୍କ ସହିତ ଆଲୋଚନା କରିଛନ୍ତି ।ଲିଭର ସିରୋସିସ୍ ରୋଗରେ ପୀଡିତ ଉତ୍ତମ ମହାନ୍ତି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଏହି ସମୟରେ ବାବୁସାନ କହିଛନ୍ତି, ତାଙ୍କ ବାପା ବର୍ତ୍ତମାନ ସମୟରେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ସୌଭାଗ୍ୟବଶତଃ ତାଙ୍କ ଅବସ୍ଥା ସ୍ଥିର ରହିଛି ।8 ତାରିଖରୁ ନୂଆଦିଲ୍ଲୀ ଗୁରଗାଓଁ ମେଦାନ୍ତ ହସ୍ପିଟାଲରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଚିକିତ୍ସା ହେଉଛନ୍ତି । ଲିଭର ସିରୋସିସରେ ପୀଡିତ ହୋଇ ଉତ୍ତମ ମହାନ୍ତି ସେ ଗତ ୯ ଦିନ ଚିକିତ୍ସା ହେଉଥିବା ବେଳେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନୟକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଆଉ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୁଅ ବାବୁସାନଙ୍କୁ ଭିଡିଓ କଲ ଯୋଗେ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କେମିତି ତାଙ୍କର ବର୍ତ୍ତମାନ ସ୍ଥିତି ରହିଛି ପଚାରିଥିବା ବେଳେ ନବୀନଙ୍କୁ ବାବୁସାନ କହିଛନ୍ତି, ଉତ୍ତମ ମହାନ୍ତି ଗୁରୁତର ଅଛନ୍ତି ହେଲେ ସ୍ୱାସ୍ଥ୍ୟବସ୍ଥା ତାଙ୍କର ସ୍ଥିର ରହିଛି । “ବର୍ତ୍ତମାନ ବାପା ଭେଣ୍ଟିଲେଟରେ ରହି ଚିକତ୍ସା ହେଉଥିବା ବେଳେ ଧରେଧୀରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି,” ବୋଲି ବାବୁସାନ ନବୀନଙ୍କୁ କହିଛନ୍ତି । ନବୀନ ମଧ୍ୟ ବାବୁସାନଙ୍କୁ ଏଭଳି ପରିସ୍ଥିତିରେ ଧର୍ଯ୍ୟ ଧରିବାକୁ କହିଥିବା ବେଳେ ଉତ୍ତମ ମହାନ୍ତିଙ୍କ ଆରୋଗ୍ୟ କାମନା କରିଛନ୍ତି ।




