ନିରାପଦ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବନ୍ୟା ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ଜନସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ତଥା ଜଳବାହିତ ରୋଗର ପ୍ରତିରୋଧ ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସମସ୍ତ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସଜାଗ ରହିବା ସହ ପ୍ରତ୍ୟେକ ପରିବାରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତିଷେଧମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ପାନୀୟ ଜଳର ସମସ୍ତ ଉତ୍ସ, ସାମୂହିକ ଜଳ ଯୋଗାଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ସାର୍ବଜନୀନ ଜଳ ଉତ୍ସଗୁଡ଼ିକର ଉପଯୁକ୍ତ ସଫେଇ ସହ ବିଶୋଧନ ଓ ଜୀବାଣୁମୁକ୍ତୀକରଣ କରାଯିବା ଆବଶ୍ୟକ । ଜଳ ପ୍ରଦୂଷଣ ରୋକିବା ଏବଂ ଜଳବାହିତ ରୋଗର ସମ୍ଭାବ୍ୟ ପ୍ରସାରକୁ ନିୟନ୍ତ୍ରଣ କରିବା ଦିଗରେ ଏହି ପଦକ୍ଷେପଗୁଡ଼ିକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ କହିଛନ୍ତି ।

ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିମଳ ଓ ସ୍ୱଚ୍ଛତା ବ୍ୟବସ୍ଥାର ତୁରନ୍ତ ପୁନଃସ୍ଥାପନ ଉପରେ ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଜମି ରହିଥିବା ଆବର୍ଜନା, ଭଙ୍ଗାରୁଜା ସାମଗ୍ରୀ ଓ ଜଳରାଶିକୁ ତୁରନ୍ତ ହଟାଇବା ସହ ଜଳ ନିଷ୍କାସନ ଓ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରି ସ୍ୱାସ୍ଥ୍ୟକର ପରିବେଶ ପୁନଃସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟକୁ ଏକ ଜରୁରୀ ଜନସ୍ୱାସ୍ଥ୍ୟ ପ୍ରାଥମିକତା ଭାବେ ଗ୍ରହଣ କରି ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀମାନେ ନିଜେ କ୍ଷେତ୍ରସ୍ତରରେ ପରିସ୍ଥିତିର ନିୟମିତ ତଦାରଖ କରିବାକୁ ସେ କହିଛନ୍ତି । ଏଥିସହ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ଫଟୋଚିତ୍ର ସହ ନିୟମିତ ସ୍ଥିତି ବିବରଣୀ ନିର୍ଦ୍ଧାରିତ ଯୋଗାଯୋଗ ମାଧ୍ୟମରେ ପ୍ରେରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଜନସ୍ୱାସ୍ଥ୍ୟ ଓ ନାଗରିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ବୋଲି ଦୋହରାଇ ଶ୍ରୀମତୀ ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ, ପାନୀୟ ଜଳର ଗୁଣବତ୍ତା ଓ ନିରାପତ୍ତା ଏବଂ ସହରାଞ୍ଚଳର ପରିମଳ ବ୍ୟବସ୍ଥା ବଜାୟ ରଖିବା କ୍ଷେତ୍ରରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ହେବ ନାହିଁ ।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ୟୁ ଏଲ୍ ବି ତୁରନ୍ତ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା, କ୍ଷେତ୍ରସ୍ତରରେ ନିରନ୍ତର ନଜର ରଖିବା ଏବଂ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ପାନୀୟ ଜଳ ଯୋଗାଣ ଓ ପରିମଳ ସେବାକୁ ସୁଚାରୁ ରୂପେ ଜାରି ରଖିବାକୁ ନିର୍ଦ୍ଦେଶଦିଆଯାଇଛି ।

  • Related Posts

    ରେଡ୍‌କ୍ରସ୍‌ ପାଣ୍ଠି ଆତ୍ମସାତ୍‌ ଅଭିଯୋଗ, ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଗିରଫ

    ବ୍ରହ୍ମପୁର: ସରକାରୀରେଡ୍‌କ୍ରସ୍‌ ପାଣ୍ଠିର ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସଗଞ୍ଜାମଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (ଏସ୍‌ଆର୍‌ଏ) ସଦାଶିବ ପ୍ରଧାନଙ୍କୁ ଗିରଫ କରିଛି। ସେ ବର୍ତ୍ତମାନ ସୁରଡ଼ା ତହସିଲ କାର୍ଯ୍ୟାଳୟରେ…

    Continue reading
    ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ ନାଥ

    ଆଇପିଏସ ସ୍ତରରେ ହୋଇଛି ଅଦଳ ବଦଳ। ଜେଲ୍‌ ଡିଜି ପଦରୁ ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଓଏସ୍‌ଡି ଭାବେ ଗୃହ ବିଭାଗକୁ ବଦଳି କରାଯାଇଛି। ରବିବାର ଏନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି