
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଏହା ଆଗାମୀ ସମୟରେ ଶକ୍ତିଶାଳୀ ବାତ୍ୟାର ରୂପ ନେଇପାରେ। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୨୩ କିଲୋମିଟର ବେଗରେ ଗତି କରୁଛି ଅବପାତ।ପ୍ରାପ୍ତ ସୂଚନା ଅନୁଯାୟୀ, ଅବପାତଟି ବର୍ତ୍ତମାନ ଚେନ୍ନାଇଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ରହିଛି। ସେହିପରି ବିଶାଖାପାଟଣା ଓ ମଛଲିପଟ୍ଟନମ୍ଠାରୁ ପ୍ରାୟ ୭୭୦ କିଲୋମିଟର ଦୂରରେ ଏହାର ଅବସ୍ଥିତି ରହିଛି।ପାଣିପାଗର ସ୍ଥିତିକୁ ଦେଖିଲେ, ଆଜି ଅବପାତଟି ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏହାପରେ ଆସନ୍ତାକାଲି ଅଧିକ ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ।




