ରେଡ୍‌କ୍ରସ୍‌ ପାଣ୍ଠି ଆତ୍ମସାତ୍‌ ଅଭିଯୋଗ, ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଗିରଫ

ବ୍ରହ୍ମପୁର: ସରକାରୀରେଡ୍‌କ୍ରସ୍‌ ପାଣ୍ଠିର ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସଗଞ୍ଜାମଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (ଏସ୍‌ଆର୍‌ଏ) ସଦାଶିବ ପ୍ରଧାନଙ୍କୁ ଗିରଫ କରିଛି। ସେ ବର୍ତ୍ତମାନ ସୁରଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନଜରତ ବିଭାଗରେ ଡିସେମ୍ବର ୨୦୨୩ରୁ ଅଗଷ୍ଟ ୨୦୨୫ ମଧ୍ୟରେ ସଂଗୃହୀତ ସରକାରୀ ଅର୍ଥ ଜମା ନହେବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଓ ଯାଞ୍ଚ କରାଯାଇଥିଲା। ଅଭିଯୁକ୍ତ ପ୍ରଧାନ ଉକ୍ତ କାର୍ଯ୍ୟାଳୟର ନଜରତ ବିଭାଗ ଦାୟିତ୍ୱରେ ଥିବାବେଳେ ସରକାରୀ ଅର୍ଥ ଓ ରେଡ୍‌କ୍ରସ୍‌ ପାଣ୍ଠି ପରିଚାଳନା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା।

ତଦନ୍ତରୁ ଜଣାପଡ଼ିଥିଲା ଯେ, ଉକ୍ତ ସମୟ ମଧ୍ୟରେ ସେ ସରକାରୀ ରସିଦ ବହି ଜରିଆରେ ରେଡ୍‌କ୍ରସ୍‌ ପାଣ୍ଠି ବାବଦକୁ ମୋଟ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ସଂଗ୍ରହ କରିଥିଲେ। ତେବେ ସଂଗୃହୀତ ଅର୍ଥକୁ ଛତ୍ରପୁର ଷ୍ଟେଟ୍‌ ବ୍ୟାଙ୍କ ଶାଖାର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାରେ ଜମା ନକରି ନିଜ ବ୍ୟକ୍ତିଗତ ସ୍ୱାର୍ଥରେ ବ୍ୟବହାର କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି।

ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୩/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(କ) ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ୨୦୨୩ର ଧାରା ୩୧୬(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଶ୍ରୀ ପ୍ରଧାନଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

  • Related Posts

    ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ ନାଥ

    ଆଇପିଏସ ସ୍ତରରେ ହୋଇଛି ଅଦଳ ବଦଳ। ଜେଲ୍‌ ଡିଜି ପଦରୁ ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଓଏସ୍‌ଡି ଭାବେ ଗୃହ ବିଭାଗକୁ ବଦଳି କରାଯାଇଛି। ରବିବାର ଏନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ…

    Continue reading
    ଆସୁଛି ‘ମୁରାସୁ’, ଆଣିବ ବର୍ଷା

    ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବାଦଲଫଟା ବର୍ଷା ଦ୍ବାରା ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲାରେ ବନ୍ୟା ଓ ଭୂସ୍ଖଳନ ଦୁର୍ଦଶା ଲିଭିନାହିଁ। ବନ୍ୟା ବିପନ୍ନ ଲୋକମାନେ ଏବେବି ପାଣିଘେରରେ ରହି ନାନା କକର୍ଥନା ଭୋଗୁଥିବାବେଳେ ପାଣିପାଗ ବିଭାଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି