ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ

ଭବାନୀପାଟଣା: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ରାସ ବିହାରୀ ବେହେରା (୮୮)ଙ୍କ ଗତ ରାତିରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ୧୯୭୭ ଓ ୧୯୮୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ କୃଷିମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୮୦ରେ କଳାହାଣ୍ଡି ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
୧୯୩୮, ଅପ୍ରେଲ ୧୨ ତାରିଖ ଦିନ ମହିଚଲା ଗାଁରେ ପ୍ରସନ୍ନ କୁମାର ବେହେରା ଓ ରାଜେଶ୍ୱରୀ ବେହେରା ପୁତ୍ର ଭାବେ ଜନ୍ମିତ ରାସ ବିହାରୀ ଛାତ୍ର ଜୀବନରୁ ସାହିତ୍ୟ, କ୍ରୀଡ଼ା ପ୍ରତି ରୁଚି ରଖିଥିଲେ। ଉଚ୍ଚ ଶିକ୍ଷା ପରେ ସେ ଭବାନୀପାଟଣା ନଗରପାଳ ଓ ୨ ଥର କୋକସରା ବିଧାୟକ ଏବଂ ଥରେ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କଳାହାଣ୍ଡି ଜିଲା କ୍ରୀଡ଼ା ସଂଘ, କଳାହାଣ୍ଡି ଲେଖକ କଳା ପରିଷଦର ସେ ପ୍ରତିଷ୍ଠାତା ସଭାପତି ଥିବା ବେଳେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଭାବେ ଦୀର୍ଘ ବର୍ଷ ଦାୟିତ୍ୱରେ ଥିଲେ। ଜିଲାର ସଂସ୍କୃତି, କ୍ରୀଡ଼ା ଏବଂ ସାହିତ୍ୟର ଉନ୍ନତି କ୍ଷେତ୍ରରେରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଜିଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସହିତ ଜିଲା ମହକୁମାରୁ ଅଗମ୍ୟ ଥୁଆମୂଳ ରାମପୁରକୁ ସଡ଼କ ତିଆରି ସହିତ ବସ ଚଳାଚଳ ଆରମ୍ଭ କରିବାରେ ତାଙ୍କ ଭୂମିକାକୁ ଅନେକ ମନେ ପକାନ୍ତି।
ଜଣେ ସ୍ରଷ୍ଟା ଭାବେ ରାସ ବିହାରୀଙ୍କ ରଚିତ ଉପନ୍ୟାସ ମଞ୍ଜରୀ, ମଞ୍ଜୁଷା, ଅଧିକାର, ସେହି ପାହାଡ ତଳ, ରକ୍ତତୀର୍ଥ, ମଞ୍ଜୁଳ, ଭ୍ରମଣ କାହାଣୀ ଅନନ୍ୟ ସୃଷ୍ଟି କାନାଡ଼ା ପ୍ରଭୃତି ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ଉପନ୍ୟାସ ବିଜୟୀ ଉଭୟ ଓଡ଼ିଆ ଏବଂ ହିନ୍ଦୀରେ ପ୍ରକାଶ ପାଇଛି। ଦୀର୍ଘବର୍ଷ ଧରି ସାପ୍ତାହିକ ଅର୍ଜି ସମ୍ବାଦପତ୍ର ପ୍ରକାଶ କରି କଳାହାଣ୍ଡିର ଲୋକଙ୍କ କଥା ଓ ବ୍ୟଥାକୁ ଲୋକ ଲୋଚନକୁ ଆଣିବାରେ ସେ ଉଦ୍ୟମ କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

  • Related Posts

    ଓଡ଼ିଶା ଭୋଟରଙ୍କୁ ହାତେଇଲା ଆନ୍ଧ୍ର, ୪୮% ମତଦାନ

    ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଥରେ ଛକାପଞ୍ଜା ଦେଖାଦେଇଛି। ଜିଲା ପ୍ରଶାସନର ମିଳିତ ସହଯୋଗ ଓ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳର କଡ଼ା ବିରୋଧ…

    Continue reading
    ୩୪୦ ASO ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

    ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି। ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୩୪୦ଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି