ପତ୍ନୀକୁ ‘ବୋକା’ କହିବା ନିଷ୍ଠୁରତା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପତ୍ନୀକୁ ଯଦି ତା’ର ପତି ‘ବୋକା’ (ଷ୍ଟୁପିଡ) ଓ ‘ଅଦରକାରୀ’ (ୟୁସ୍‌ଲେସ୍‌) କହି ଗାଳିଦିଏ ତେବେ ଏହାକୁ ନିଷ୍ଠୁରତା ବୋଲି କୁହାଯାଇପାରିବ ନାହିଁ। ଏପରି କହିବା ଦ୍ବାରା କୌଣସି ପ୍ରକାର ଅପରାଧିକ ଧମକ କିମ୍ବା ଭୟଭୀତ କରିବା ନୁହେଁ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। ବିଚାରପତି ବିଭି ନାଗରତ୍ନା ଓ ବିଚାରପତି ମନମୋହନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ସୋମବାର ଏପରି ମତବ୍ୟକ୍ତ କରିଛନ୍ତି। ଏପରି କଥାକୁ ନେଇ ଆତ୍ମହତ୍ୟା କରିଥିବା ଜଣେ ମହିଳାଙ୍କ ସ୍ବାମୀ ବିରୋଧରେ ଯୌତୁକ ନିର୍ଯାତନା ଜନିତ ହତ୍ୟା ଓ ନିଷ୍ଠୁରତା ଆଚରଣ ଭଳି ମାମଲା ରୁଜୁ କରାଯାଇଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟ ସମ୍ପୃକ୍ତ ସ୍ବାମୀଙ୍କ ବିରୋଧରେ ହତ୍ୟା ମାମଲା ଚାଲୁ କରିବାକୁ ଅନୁମତି ଦେଇଥିଲେ। ମାତ୍ର ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଏ ସମ୍ପର୍କିତ ନିର୍ଦେଶକୁ ଖାରଜ କରିଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରାଥମିକ ଭାବେ ଯଦି ସ୍ବାମୀ ତାଙ୍କ ସ୍ତ୍ରୀକୁ ଏପରି କହିଥିବା ସତ୍ୟ ହୋଇଥାଏ ତେବେ ଏହାକୁ ଅପରାଧିକ ଧମକ କିମ୍ବା ଭୟଭୀତ କରିବା ବୋଲି କୁହାଯାଇପାରିବ ନାହିଁ। ଏହାକୁ ଅପରାଧର ରଙ୍ଗ ଦିଆଯାଇପାରିବ ନାହିଁ ଯାହା ଦ୍ବାରା ପତ୍ନୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଅତିକମ୍‌ରେ ପତ୍ନୀଙ୍କୁ ଏପରି କହିବା ପତିର ପ୍ରକୃିତ, ସ୍ବଭାବ ଓ ମାନସିକସ୍ଥିତିକୁ ସୂଚିତ କରିଥାଏ। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ଯାତନାର ନିର୍ଦିଷ୍ଟ ପ୍ରକାର ଉଲ୍ଲେଖ ନ କରି ସାଧାରଣ ଭାବେ ନିର୍ଯାତନା ଅଭିଯୋଗ କରିବା ଦ୍ବାରା ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲୁ କରାଯାଇପାରିବ ନାହିଁ। ମାମଲାରେ ସମ୍ପୃକ୍ତ ପତି ଓ ପତ୍ନୀ ଜାନୁଆରୀ ୨୦୨୧ରେ ବିବାହ କରିଥିଲେ। ୨୦୨୨ ଫେବୃଆରୀରେ ସେମାନେ ଟରଣ୍ଟୋ ଚାଲିଯାଇଥିଲେ। ୨୦୨୩ ଜୁନ୍‌ରେ ପତ୍ନୀ ଆତ୍ମହତ୍ୟା କରିଥିଲେ। ପତ୍ନୀ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଲେଖିଥିଲେ ଯେ ତାଙ୍କ ପାଠପଢାରେ ସମସ୍ୟା ହେଉଛି। କୌଣସି ଠାରେ ଚାକିରି ପାଇ ପାରୁ ନାହାନ୍ତି। ଆଉ ସ୍ବାମୀ ତାଙ୍କୁ ‘ଷ୍ଟୁପିଡ୍’ ଓ ‘ୟୁସଲେସ୍‌’ କହିବାରୁ ଦୁଃଖିତ ଅଛନ୍ତି। ଏହାକୁ ନେଇ ମହିଳାଙ୍କ ପିତା ସ୍ବାମୀଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଜନିତ ହତ୍ୟା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ମାମଲା ରୁଜୁ କରିଥିଲେ।

  • Related Posts

    ଦିଲ୍ଲୀରେ ଭୁଶୁଡ଼ିଲା କୋଠା, ୨ ମୃତ

    ଦିଲ୍ଲୀରେ ପୁଣି ଭୁଶୁଡ଼ିଲା ବିଲଡିଂ। ଦିଲ୍ଲୀର ଚାୱଡି ବଜାର ଅଞ୍ଚଳରେ ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଧ୍ୱଂସାବଶେଷ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତିନି ମହଲା…

    Continue reading
    ହର୍ମୁଜରେ ଭାରତୀୟ ଜାହାଜକୁ କଟକଣା ମୁକ୍ତ କଲା ଇରାନ

    ତେହରାନ : ତୈଳ ପରିବହନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବିବେଚିତ ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଲାଗି ରହିଛି। ହର୍ମୁଜ ପ୍ରଣାଳୀ ଉପରେ ଇରାନ ନିଜ ଅଧିକାର ସାବ୍ୟସ୍ତ କରୁଥିବା ବେଳେ ଏହି ପଥ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି