ମାଡ଼ିଗଲା ମୋ ବସ୍‌ , ମହିଳା ମୃତ

ଭୁବନେଶ୍ବର: ଶୁକ୍ରବାର ବିଳମ୍ବିତ ରାତ୍ରିରେ ମୋ ବସ୍ ଦୁର୍ଘଟଣା ଏବେ ରାଜଧାନୀ ବାସୀଙ୍କୁ ଆତଙ୍କିତ କରିଛି । ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ରାସ୍ତା କଡରେ ଅପେକ୍ଷାରତ ଲୋକଙ୍କ ଉପରକୁ ମୋ ବସ୍ ଚଢିଯିବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତି ପାଖାପାଖି ୧୦.୩୦ ସମୟରେ ଭୁବନେଶ୍ବର ତମାଣ୍ଡୋ ଥଛାନା ଅଞ୍ଚଳ ପାତ୍ରପଡ଼ା ଓଭରବ୍ରିଜ ନକଟରେ ଏକ ସ୍କୁଟି ଯୋଗେ ଭାଇ ଓ ଭଉଣୀ ଯାଉଥିଲେ । ଏହି ସମୟରେଏକ ମୋ ବସ ଦ୍ରୁତ ବେଗରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟିବା ପରେ ମୋ ବସଟି ମହିଳାଙ୍କୁ ୧୦୦ ମିଟର ପର୍ୟ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରକୁ ମାରପିଟ କରିବା ସହ ମୋ ବସକୁ ଭଙ୍ଗାରୁଜା କରିଥିବା ବେଳେ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ଦୁର୍ଘଟଣାକୁ ନେଇ ତମାଣ୍ଡୋ ଥାନା ଅଧିକାରୀ କହିଛନ୍ତି, “ଧକ୍କା ଦେଇଥିବା ବସଟିକୁ ଥାନାରେ ଅଟକ ରଖାଯାଇଛି । ମୃତକଙ୍କ ପରିଚୟ ମିଳିଛି । ସେ ଫୁଲବାଣୀ ଅଞ୍ଚଳର ୫୦ ବର୍ଷୀୟା ମହିଳା ରେବତୀ ଜେନା । ଏନେଇ ତଦନ୍ତକାରୀ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ମହିଳା ଜଣଙ୍କ ତାଙ୍କ ଭାଇଙ୍କ ସହ ବସଷ୍ଟପକୁ ବସ ଧରିବା ପାଇଁ ଆସୁଥିବା ବେଳେ ବାଟରେ ବୋଧହୁଏ ଏମିତି ହୋଇଛି । ଡିଏନ ରିଗାଲିଆ ମଲ ସାମ୍ନା ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ତଦନ୍ତ ଚଳାଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।”

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ