କୋଟିଆରେ ହାଇ ଆଲର୍ଟ, ୨୧ ଗାଁରେ ୧୬୩ ଧାରା ଲାଗୁ

କୋଟିଆରେ ହାଇ ଆଲର୍ଟ, ଗାଁ ଗାଁରେ ପ୍ରଶାସନର ପ୍ରସ୍ତୁତି। କୋଟିଆ ସୀମାନ୍ତରେ ଉତ୍ତେଜନା ପରେ ସମ୍ବେଦନଶୀଳ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ। ୨୧ ଗ୍ରାମରେ ଲାଗିଛି ୧୬୩ ଧାରା। ୩ଟି ଚେକ୍ ଗେଟ୍ ରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଆସନ୍ତାକାଲି ଆନ୍ଧ୍ରର ଏମ୍ ପିଟିସି ଓ ଜେଡ୍ ପିଟିସି ନିର୍ବାଚନ ପୂର୍ବରୁ ସୀମାନ୍ତରେ ଦେଖାଦେଇଛି ଉତ୍ତେଜନା। କାଲି ଆନ୍ଧ୍ର-ଓଡ଼ିଶା ପୋଲିସ ପ୍ରଶାସନ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି ।

ନେରେଡ଼ିବାଲସାରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୁଲିସ କରିଥିବା ବ୍ୟାରିକେଡ୍ କୁ ଆନ୍ଧ୍ର ପୁଲିସ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଗତକାଲି ଚାଉଳ ବୋଝେଇ ଟ୍ରକ୍ କୁ ଅଟକାଇବା ପରେ ଏଭଳି ଉତ୍ତେଜନା ସୃଷ୍ଟି ହୋଇଥିବା କୁହାଯାଉଛି। ଅନ୍ୟପଟେ ଉପରସେମ୍ବି ଗାଁରେ ସୋଲାର ଉପକରଣ ବାଣ୍ଟିବାକୁ ଆସିଥିବା ଆନ୍ଧ୍ର ପ୍ରତିନିଧିଙ୍କ ଉଦ୍ୟମକୁ ମଧ୍ୟ ଓଡ଼ିଶା ପ୍ରଶାସନ ଓ ପୁଲିସ ପଣ୍ଡ କରିଛି।

ସୀମାନ୍ତରେ ଶାନ୍ତି ଓ ଆଇନଶୃଙ୍ଖଳା ପାଇଁ ୩ଟି ଚେକ୍ ଗେଟ୍ ରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ସହ ଆବଶ୍ୟକ ପଡ଼ିଲେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି ହେବ। ନିର୍ବାଚନ ପୂର୍ବରୁ ସୀମାନ୍ତରେ ବଢ଼ୁଥିବା ଏହି ଉତ୍ତେଜନା ଆଗକୁ କେଉଁ ମୋଡ଼ ନେବ, ତାହା ଏବେ ବଡ଼ ପ୍ରଶ୍ନ।

  • Related Posts

    ଆସିକା ବିଧାୟକଙ୍କ ନାଁରେ ଏତଲା

    ଆସିକା : ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା । ଆସିକା ଥାନାରେ ଏତଲା ଦେଇଛନ୍ତି ଏନ୍‌ଏସି ଇଓ ସମୀର ଜେନା। ରିଲିଫ୍ ବଣ୍ଟନକୁ ନେଇ ବିଧାୟକ ଓ ଇଓଙ୍କ ମଧ୍ୟରେ ବିବାଦ ହୋଇଥିବା ସୂଚନା ମିଳିଛି ।…

    Continue reading
    ନବୀନ କୋଟିଆ ପ୍ରସଙ୍ଗରେ ୨୪ ବର୍ଷ ଧରି କାହିଁକି ନୀରବ ରହିଥିଲେ: ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର: କୋଟିଆ ସୀମା ବିବାଦକୁ ନେଇ ରାଜ୍ୟ ରାଜନୀତିରେ ତେଜିଲା ବାକ୍‌ଯୁଦ୍ଧ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଓଡ଼ିଶାର ଭୌଗୋଳିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି