ଆନ୍ଧ୍ରରେ ନିର୍ବାଚନ, ମାଲକାନଗିରିରେ ପ୍ରଭାବ !

ମାଲକାନଗିରି: ଆନ୍ଧ୍ରପ୍ରଦେଶରେ ନିର୍ବାଚନୀ ଉଷ୍ମତା ବଢ଼ିବା ସହ ଏହାର ପ୍ରଭାବ ଏବେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ମଧ୍ୟ ଅନୁଭୂତ ହେବାରେ ଲାଗିଛି। ଆନ୍ଧ୍ରରେ ଭୋଟ ଦେବା ପାଇଁ ଆନ୍ଧ୍ରପ୍ରଦେଶର ଭୋଟରମାନେ ଓଡ଼ିଶାର ଗାଁ ଓ ରାସ୍ତା ଦେଇ ଯାତାୟାତ କରୁଥିବା ଦୃଶ୍ୟ ଏବେ ସୀମାନ୍ତରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ବିଶେଷ କରି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ସୀତାମାଉରୁ ଗାଁରେ ଆନ୍ଧ୍ରପ୍ରଦେଶର ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ସୀମାନ୍ତବର୍ତ୍ତୀ ଗଜେଡ଼ ଓ ଗାଡ଼ିଅନ୍ଧି ଗ୍ରାମର ଲୋକମାନେ ସୀତାମାଉରୁ ଓ ଜୁମଡାଙ୍ଗ ଦେଇ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲା ଅନ୍ତର୍ଗତ ଇଂଜେରି ପଞ୍ଚାୟତକୁ ଭୋଟ ଦେବା ପାଇଁ ଯାଉଥିବା ଜଣାପଡ଼ିଛି।
ଏହି ଘଟଣା ସୀମାନ୍ତ ଅଞ୍ଚଳର ଭୌଗୋଳିକ ଓ ପ୍ରଶାସନିକ ସ୍ଥିତିକୁ ପୁଣିଥରେ ସାମ୍ନାକୁ ଆଣିଛି। ଗୋଟିଏ ପଟେ ଆନ୍ଧ୍ରପ୍ରଦେଶରେ ନିର୍ବାଚନୀ ଚଳଚଞ୍ଚଳତା, ଅନ୍ୟପଟେ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକରେ ରାଜ୍ୟ ସରକାରଙ୍କ ଉପସ୍ଥିତି ଓ ସେବା ପ୍ରଦାନକୁ ନେଇ ଅନେକ ପ୍ରଶ୍ନ ଉଠୁଛି।
ସୀମାନ୍ତ ଅଞ୍ଚଳରେ ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ରହିଲେ ପଡ଼ୋଶୀ ରାଜ୍ୟର ପ୍ରଭାବ ବଢ଼ିବା ସ୍ୱାଭାବିକ। ତେଣୁ କେବଳ ସୀମା ଚିହ୍ନଟ କରିଦେଲେ ହେବ ନାହିଁ, ସୀମାନ୍ତବାସୀଙ୍କ ମନରେ ନିଜ ରାଜ୍ୟ ପ୍ରତି ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିବା ମଧ୍ୟ ଜରୁରୀ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଦାୟିତ୍ୱ ବଢ଼ିଯାଇଛି। ସୀମାନ୍ତ ଗ୍ରାମଗୁଡ଼ିକର ସଠିକ୍ ସର୍ଭେ, ଜନସାଧାରଣଙ୍କ ସମସ୍ୟାର ଅନୁଧ୍ୟାନ ଏବଂ ସରକାରୀ ଯୋଜନାର ସୁଫଳ ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ।
ସବୁଠାରୁ ବଡ଼ କଥା ହେଉଛି, ଆଜି ଆନ୍ଧ୍ର ଭୋଟର ଓଡ଼ିଶା ରାସ୍ତା ଦେଇ ନିଜ ରାଜ୍ୟରେ ଭୋଟ ଦେବାକୁ ଯାଉଥିବା ଘଟଣା କେବଳ ଏକ ନିର୍ବାଚନୀ ଦୃଶ୍ୟ ନୁହେଁ; ବରଂ ସୀମାନ୍ତ ଅଞ୍ଚଳରେ ଦୁଇ ରାଜ୍ୟର ପ୍ରଶାସନିକ ଉପସ୍ଥିତି ଓ ଯୋଗାଯୋଗ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ମଧ୍ୟ ପ୍ରତିଫଳିତ କରୁଛି।
ସମୟ ଥାଉ ଥାଉ ଓଡ଼ିଶା ସରକାର ସତର୍କ ହେବା ଜରୁରୀ। ସୀମାନ୍ତ ଗାଁଗୁଡ଼ିକୁ ଅବହେଳା କରାଗଲେ ଭବିଷ୍ୟତରେ ଆନ୍ଧ୍ରପ୍ରଦେଶର ପ୍ରଭାବ ଆହୁରି ବିସ୍ତାରିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। କୋଟିଆ ପରି ସୀମା ବିବାଦର ଅନ୍ୟ ଏକ ପରିସ୍ଥିତି ସୃଷ୍ଟି ନହେବା ପାଇଁ ଓଡ଼ିଶା ସରକାରଙ୍କୁ ଏବେଠାରୁ ଠୋସ୍ ପଦକ୍ଷେପ ନେବାକୁ ପଡ଼ିବ ବୋଲି କୁହାଯାଉଛି। ସୀମା ସୁରକ୍ଷା କେବଳ ପ୍ରଶାସନିକ ଦାୟିତ୍ୱ ନୁହେଁ, ସୀମାନ୍ତବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି ଓ ସେମାନଙ୍କୁ ସରକାରୀ ସୁବିଧା ଯୋଗାଇଦେବା ହିଁ ଏହାର ପ୍ରକୃତ ସମାଧାନ।

  • Related Posts

    ଦୀପାବଳୀ ପାଳିବେନି ନବୀନ, ବନ୍ୟା ପୀଡ଼ିତଙ୍କୁ ସମବେଦନା

    ଭୁବନେଶ୍ୱର: ବନ୍ୟା ପୀଡ଼ିତଙ୍କ ପାଇଁ ଦୀପାବଳି ପାଳନ କରିବେନି ନବୀନ ପଟ୍ଟନାୟକ । ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳୀ ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି…

    Continue reading
    ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ ନବୀନ

    ଶେରଗଡ଼: ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ । ଭାବପ୍ରବଣ ହେଲେ ନବୀନ । ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି