ଲଇମୁରା ପଞ୍ଚାୟତକୁ ମରୁଡ଼ି ଘୋଷଣା ପାଇଁ ଦାବି

ଦେବଗଡ:ଚଳିତ ବର୍ଷ ବର୍ଷା ଅଭାବ ଓ ଅଦିନିଆ ବର୍ଷା ଯୋଗୁଁ ଧାନ ଚାଷ ନଷ୍ଟ ହୋଇଥିବା ଯୋଗଁୁ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି ଲଇମୁରା ପଞ୍ଚାୟତର ଚାଷୀ। ତେବେ ଲଇମୁରା ପଞ୍ଚାୟତକୁ ମରୁଡି ଘୋଷଣା କରିବା ପାଇଁ ଉକ୍ତ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଏନେଇ ଆଜି ଉକ୍ତ ଅଂଚଳର ଚାଷୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ର ପ୍ରଦାନବେଳେ ଜିଲ୍ଲା କୃଷକ ସଂଘର ସଭାପତି ପ୍ରମୋଦ ଝାଙ୍କର, ଜିଲ୍ଲା କୃଷକ ସଂଘର ଲଇମୁରା ସର୍କଲ ସମ୍ପାଦକ ଗଣେଶ ମହାନାୟକ,ଜିଲ୍ଲାପରିଷଦ ସଦସ୍ୟ ରାଜେଶ ମହାନାୟକ,ପୂର୍ବ ଜିଲ୍ଲା ପରିଷଦ ସଭାପତି ରଣଜିତ ପଟେଲ,ଚାଷୀ ଜନ୍ମାଜୟ ଠାକୁର, ଗଙ୍ଗାଧର ପ୍ରଧାନ,ବୈଦ୍ୟନାଥ ନାୟକ,ପବିତ୍ର ମୋହନ ନାୟକ,ଲୋକନାଥ ନାୟକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ, ଚଳିତ ବର୍ଷ ଧାନ ରୁଆ ସମୟରେ ବର୍ଷାକୁ ଦେଖି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବର୍ଷା‌ ଅଭାବରୁ ଧାନ ଗଛ ଗୁଡିକ ମରି ଯାଇଥିଲା। ପରେ ଲଘୁଚାପ ଜନିତ ବର୍ଷା ଯୋଗଁୁ ଧାନ ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଚାଷମାନେ ଅଭିଯୋଗ କରିଛନ୍ତି।ଚାଷ ପାଇଁ ଚାଷୀମାନେ ବ୍ୟାଙ୍କ,ସମବାୟ ବ୍ୟାଙ୍କରୁ ଋଣ ନେବା ସହ ଧାରଉଧାର କରି ଅର୍ଥ ଯୋଗାଡ଼ କରି ଚାଷରେ ଲଗାଇଥିଲେ।ପାଣିପାଗର ଅନିୟମିତତା ଯୋଗୁଁ ଧାନ ଫସଲର ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀମାନେଏବେ ଚିନ୍ତାରେ ପଡ଼ିଛନ୍ତି।ଏଭଳି ସ୍ଥିତିରେ ଲଇମୁରା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହ ଧାନ ଚାଷର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

  • Related Posts

    ୨୮ରେ ଓଡ଼ିଶା ଆସିବେ ଅମିତ ଶାହ

    ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ଅନେକ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ…

    Continue reading
    ଗଞ୍ଜାମ ବନ୍ୟା ବିଭୀଷିକା; ୧୨ ଦିନ ପରେ ଖୋଲିଲା ସ୍କୁଲ

    ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରେ ଭୟଙ୍କର ବନ୍ୟାରେ ବେହାଲ ହୋଇପଡ଼ିଥିଲା ଗଞ୍ଜାମ । ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ପରେ ହଠାତ୍ ନଦୀଜଳ ସ୍ତର ବଢିଥିଲା ଓ ଗାଁ ଓ ସହରକୁ ପାଣି ମାଡ଼ିଆସିଥିଲା । ବନ୍ୟାପାଣିରେ ସ୍କୁଲ, ଅଙ୍ଗନବାଡ଼ି, କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି