କନ୍ଧମାଳର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲା ବିଜେଡି ପ୍ରତିନିଧି ଦଳ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ଆଜି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ପରିବାର ରାଇକିଆ ବ୍ଲକ ଅର୍ନ୍ତଗତ କିଳପାଙ୍ଗ ୟୁପି ସ୍କୁଲ ଠାରେ ଆଶ୍ରୟ ନେଇଥିବା ୩୦ ପରିବାରକୁ ଭେଟିଥିଲେ । ସେହିପରି ମାଣିକେଶ୍ୱରୀ ଗାଁର ଯୋଗେଶ୍ୱରୀ ହାଇସ୍କୁଲଠାରେ ଆଶ୍ରୟ ନେଇଥିବା ୧୦୫ ପରିବାରକୁ ଭେଟିବା ସହ ଇନ୍ଦ୍ରଗଡ ଗାଁର ୩୦ ପରିବାରକୁ ଭେଟିି ସମବେଦନା ଜ୍ଞାପନ କରିଥିଲେ ।
ବାତ୍ୟା “ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଏହି ଭୟାବହ ଭୂସ୍ଖଳନରେ ଗୋଟିଏ ପରିବାରର ଜଣେ ଶିଶୁ ସମେତ ୩ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଏବେ ବି ନିଖୋଜ ଅଛନ୍ତି । ଏହି ଦୁଃଖଦ ଘଟଣାରେ ମୃତୁ୍ୟବରଣ କରିଥିବା ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ପ୍ରଭାବିତ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ ବିଜେଡି ପ୍ରତିନିଧି ଦଳ । ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହିତ ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ । ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ପରିବାରବର୍ଗଙ୍କୁ ବିଜେଡି ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସରକାରୀ ସହାୟତା ତୁରନ୍ତ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ପ୍ରତିନିଧି ଦଳ ଡାଙ୍ଗେସି ଗ୍ରାମର ବାସ୍ତବ ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ବିଜେଡି ସଭାପତି ତଥା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ । ଏହି ଦୁଃଖଦ ସମୟରେ ବିଜୁ ଜନତା ଦଳ ଡାଙ୍ଗେସି ଗ୍ରାମବାସୀଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛି ।
ବିଜେଡିର ଏହି ପ୍ରତିନିଧି ଦଳରେ ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପଦ୍ମନାଭ ବେହେରା ଏବଂ ଶ୍ରୀ ସାଲୁଗା ପ୍ରଧାନଙ୍କ ସହ ସ୍ଥାନୀୟ ବିଜେଡି ନେତୃମଣ୍ଡଳୀ ସାମିଲ ଥିଲେ ।

  • Related Posts

    ଦୀପାବଳୀ ପାଳିବେନି ନବୀନ, ବନ୍ୟା ପୀଡ଼ିତଙ୍କୁ ସମବେଦନା

    ଭୁବନେଶ୍ୱର: ବନ୍ୟା ପୀଡ଼ିତଙ୍କ ପାଇଁ ଦୀପାବଳି ପାଳନ କରିବେନି ନବୀନ ପଟ୍ଟନାୟକ । ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳୀ ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି…

    Continue reading
    ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ ନବୀନ

    ଶେରଗଡ଼: ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ । ଭାବପ୍ରବଣ ହେଲେ ନବୀନ । ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି