୭ଟି ବିଶ୍ୱବିଦ୍ୟାଳୟର ନାହିଁ NAAC ମାନ୍ୟତା; ତୁରନ୍ତ ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC (National Assessment and Accreditation Council)ମାନ୍ୟତା ନବୀକରଣ ହୋଇନଥିବା ଘଟଣାକୁ ନେଇ ତତ୍ପର ହୋଇଛି ଉଚ୍ଚଶିକ୍ଷା ବିଭାଗ । ଯଥାଶୀଘ୍ର ମାନ୍ୟତା ନବୀକରଣ କରିବାକୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଭାଗ ପକ୍ଷରୁ ଚିଠି ମଧ୍ୟ କରାଯାଇଛି । ମାନ୍ୟତା ନବୀକରଣ ପ୍ରକ୍ରିୟାରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ । ଏଥିସହ UGC ସହ ମଧ୍ୟ ଯୋଗାଯୋଗରେ ରହିଛି ଉଚ୍ଚଶିକ୍ଷା ବିଭାଗ ।
ଏହି ତାଲିକାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରହିଛନ୍ତି ।
ସେପଟେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ‘ଯେଉଁମାନେ ନାକ ମାନ୍ୟତା ନବୀକରଣ କରି ନାହାଁନ୍ତି, ସେମାନଙ୍କୁ ତୁରନ୍ତ କରିବା ପାଇଁ କୁହାଯାଇଛି । ଏଥିପାଇଁ ଆବଶ୍ୟକ ସହଯୋଗ ମଧ୍ୟ କରାଯାଉଛି । ଏ ନେଇ ଆମେ ୟୁଜିସି ସହ ଯୋଗାଯୋଗରେ ରହିଛୁ । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ୧୪୦୦ରୁ ଅଧିକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ପଦବୀ ପୂରଣ ପାଇଁ ସାକ୍ଷାତକାର ଚାଲିଛି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ । ଅନ୍ୟପଟେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ସାକ୍ଷାତକାର ପ୍ରକ୍ରିୟା ମଧ୍ୟ ସରିଛି । NIRF ସମେତ ଅନ୍ୟାନ୍ୟ ରାଙ୍କିଂ ହାସଲ ପାଇଁ କାର୍ଯ୍ୟ ଜାରି ରହିଛି’ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।

  • Related Posts

    ଢେଙ୍କାନାଳ ପୌର ଅଧିକାରୀଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

    କଟକ: ପୌର ନିର୍ବାହୀ ଅଧିକାରୀଙ୍କ ଗାଡି ଧକ୍କାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ ! କଟକ ନେତାଜୀ ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ। ଧକ୍କା ଦେଇଥିବା ସ୍କର୍ପିଓ ଗାଡ଼ିଟି ଢେଙ୍କାନାଳ ପୌର ପାଳିକା ନିର୍ବାହୀ ଅଧିକାରୀଙ୍କର ବୋଲି ଜଣା ପଡିଛି…

    Continue reading
    ଗିରଫ ହେଲେ ମହୁଲପାଲି ଏସଆଇ

    ସମ୍ବଲପୁର : ଗିରଫ ହେଲେ ଥାନା ବାବୁ। ସମ୍ବଲପୁରର ମହୁଲପାଲି ପୁଲିସ ଷ୍ଟେସନର ସବ-ଇନସ୍ପେକ୍ଟର ସୁଜିତ କୁମାର ମହାନ୍ତଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ମହୁଲପାଲି ଏସଆଇ ସୁଜିତ ମହାନ୍ତ। ଭିଜିଲାନ୍ସ ଟିମ୍ ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି