
-ଆଶ୍ରୟସ୍ଥଳୀରେ ପହଞ୍ଚି ବାସହରା ଓ ପରିବାର ସଦସ୍ୟଙ୍କୁ ହରାଇଥିବା ଲୋକଙ୍କୁ ଜଣାଇଲେ ସମବେଦନା, ବଣ୍ଟନ କଲେ ରିଲିଫ୍ ସାମଗ୍ରୀ
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛି ରାଇକିଆ ସ୍ଥିତ ସୁଧାକିରଣ ମହାବିଦ୍ୟାଳୟ। ବାତ୍ୟାରେ ବାସଗୃହ ହରାଇବା ସହ ପରିବାରର ସଦସ୍ୟଙ୍କୁ ହରାଇ ଦୁଃଖଦ ସ୍ଥିତିରେ ଥିବା ବିପନ୍ନଙ୍କ ନିକଟରେ ପହଞ୍ଚି ମହାବିଦ୍ୟାଳୟ ପକ୍ଷରୁ ସମବେଦନା ଜଣାଇବା ସହ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ପ୍ରୋଗ୍ରାମ ଅଫିସର ନୀଳାଞ୍ଚଳ ସାହୁ, ଯୁବ ରେଡକ୍ରସର କାଉନସିଲର ଏବଂ ସ୍ୱେଚ୍ଛାସେବୀମାନେ ମାଣିକେଶ୍ୱର, ଗୁନ୍ଧାଣି ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବାତ୍ୟା ବିପନ୍ନଙ୍କୁ ଭେଟିଥିଲେ। ଏହି ଅବସରରେ ବାତ୍ୟା ଯୋଗୁଁ ସର୍ବସ୍ୱ ହରାଇଥିବା ଏବଂ ନିଜ ପରିବାରର ସଦସ୍ୟଙ୍କୁ ହରାଇ ମର୍ମାହତ ହୋଇଥିବା ପରିବାର କୁ ସାନ୍ତ୍ୱନା ଦେବା ସହ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ପ୍ରଦାନ କରିଥିଲେ।
ଏହି ମାନବିକତାମୂଳକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଆଲୋକ ପରିଚ୍ଛା, ଧର୍ମେନ୍ଦ୍ର ଦିଗାଲ, ବିଭୂଷଣ ପ୍ରଧାନ, ଅଧ୍ୟାପିକା ମଧୁସ୍ମିତା ପ୍ରଧାନ, ଶ୍ରାବଣୀ ବିଶ୍ୱାଳ ଓ ପ୍ରଜ୍ଞା ପ୍ରିୟଦର୍ଶିନୀ ମହାପାତ୍ର ଯୋଗଦେଇଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟାପକ ଡ. ସନ୍ତୋଷ କୁମାର ନାୟକ ଏହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ।ବିପଦ ସମୟରେ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହୋଇ ସହାୟତାର ହାତ ବଢ଼ାଇଥିବା ସୁଧାକିରଣ ମହାବିଦ୍ୟାଳୟର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା





