ନାବାଳିକା ଛାତ୍ରୀ ପ୍ରସବ କରିବା ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଭଳି ସ୍ପର୍ଶକାତର ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି । ଆବାସିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସରକାର ଅସମ୍ବେଦନଶୀଳ ହୋଇପଡ଼ିଛନ୍ତି ।
ବିଜେପି ସରକାରର “ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବାରମ୍ବାର ହିଂସା, ନିର୍ଯାତନା ଓ ଚରମ ଅବହେଳାର ଘଟଣା ସାମ୍ନାକୁ ଆସୁଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରାୟ ୭ ମାସ ଧରି ଗର୍ଭବତୀ ଥିବା ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେ ନାହିଁ, ତାହାକୁ ନେଇ ବିଜେଡି ଗଭୀର ଉଦବେଗ ପ୍ରକାଶ କରିଛି । ଏହି ଘଟଣାରେ କେଉଁମାନେ ଦାୟୀ, ତାହାର ତୁରନ୍ତ ନ୍ୟାୟିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଛାତ୍ରୀ ଓ ତାଙ୍କ ନବଜାତ ଶିଶୁକୁ ପର୍ଯ୍ୟାପ୍ତ ଚିକିତ୍ସା ସେବା ଯୋଗାଇ ଦେବା ସହ ପୀଡ଼ିତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉ । ଏହି ଘଟଣାକୁ ନେଇ ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ପୀଡ଼ିତାଙ୍କୁ ଭେଟିଥିଲେ । ପରେ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।
ବିଜେଡିର ଏହି ପ୍ରତିନିଧି ଦଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ପୂର୍ବତନ ବଡ଼ସାହି ବିଧାୟକ ଶ୍ରୀ ଗଣେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବିଶ୍ୱନାଥ ହେମ୍ୱ୍ରମ, ଧାନୀ କିସ୍କୁ, ଶ୍ରୀ ସନ୍ତୋଷ ଜେନା, ଶ୍ରୀ ଜ୍ୟୋତିକାନ୍ତ ସାମଲ, ଶ୍ରୀ ସୁଶାନ୍ତ ବଳା, ଶ୍ରୀ ରାଜୀବ ଲୋଚନ ସେନାପତି, ଶ୍ରୀ ହରେନ୍ଦ୍ର ବେହେରା, ଶ୍ରୀ ରାମନ୍ଦୁ ସୋରେନ, ଶ୍ରୀମତୀ ଅନୁପମା ମହାନ୍ତ, ଶ୍ରୀ ମନୀଷ ଗିରି ଓ ଶ୍ରୀ ଚିତେଶ୍ୱର ବେହେରା ପ୍ରମୁଖ ସାମିଲ ଥିଲେ ।

  • Related Posts

    ଦୀପାବଳୀ ପାଳିବେନି ନବୀନ, ବନ୍ୟା ପୀଡ଼ିତଙ୍କୁ ସମବେଦନା

    ଭୁବନେଶ୍ୱର: ବନ୍ୟା ପୀଡ଼ିତଙ୍କ ପାଇଁ ଦୀପାବଳି ପାଳନ କରିବେନି ନବୀନ ପଟ୍ଟନାୟକ । ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳୀ ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି…

    Continue reading
    ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ ନବୀନ

    ଶେରଗଡ଼: ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ । ଭାବପ୍ରବଣ ହେଲେ ନବୀନ । ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି