ସରକାରୀ କର୍ମଚାରୀଙ୍କୁ ଆସିକା ବିଧାୟକ ହତ୍ୟା ଧମକ ଦେବା ହୀନମନ୍ୟତାର ପରିଚୟ: ବିଜେଡି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ ସମୟରେ ବାଧା ସୃଷ୍ଟି କରିବା ଓ କର୍ତ୍ତବ୍ୟରତ ଜଣେ ସରକାରୀ ଅଧିକାରୀଙ୍କୁ ଆସ୍କା ବିଧାୟକ ଶ୍ରୀ ସରୋଜ ପାଢ଼ୀ ଦୁର୍ବ୍ୟବହାର କରି ହତ୍ୟା ଧମକ ଦେବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । ଏଭଳି ଆଚରଣ ପାଇଁ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବିନାଶକାରୀ ବନ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଥିବା ବେଳେ ରିଲିଫ୍ ବଣ୍ଟନରେ ବିଧାୟକ ବାଧା ସୃଷ୍ଟି କରିବା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଦାୟିତ୍ୱ ନିର୍ବାହ କରୁଥିବା ଜଣେ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ବନ୍ୟା ବିପନ୍ନ ପରିବାର ଏହି ଭୟାବହ ପରିସ୍ଥିତିରୁ ମୁକୁଳିବା ପାଇଁ ସଂଘର୍ଷ କରୁଛନ୍ତି । ସରକାରୀ ସହାୟତା ପାଇଁ ଆକୁଳ ଅପେକ୍ଷା କରିଥିବା ପରିବାର ଗୁଡ଼ିକୁ ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ସହଯୋଗ କରିବା ପରିବର୍ତ୍ତେ ମନ୍ତ୍ରୀ ଶ୍ରୀ ବିଭୂତି ଜେନାଙ୍କ ସହ ବ୍ୟକ୍ତିଗତ ମତଭେଦକୁ ନେଇ ଆସ୍କା ବିଧାୟକ ଶ୍ରୀ ସରୋଜ ପାଢ଼ୀ ଗୁଣ୍ଡାଗର୍ଦ୍ଦି କରିବା ଅତ୍ୟନ୍ତ ନିନ୍ଦନୀୟ । ଏହି ଅଶୋଭନୀୟ ଆଚରଣ ପାଇଁ ବିଧାୟକଙ୍କ ନାଁରେ ଆସିକା ଥାନାରେ ସରକାରୀ ଅଧିକାରୀ ଶ୍ରୀ ସମୀର ଜେନା କରିଥିବା ଏତଲାର ନିରପେକ୍ଷ ତଦନ୍ତ କରାଯାଉ । ଯଦି ବିଧାୟକ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର । କୌଣସି ରାଜନୈତିକ ବା ବ୍ୟକ୍ତିଗତ ହସ୍ତକ୍ଷେପ ବିନା ସରକାରୀ ସହାୟତା ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ, ତାହାର ତଦାରଖ କରନ୍ତୁ ରାଜ୍ୟ ସରକାର ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଏଭଳି ଆଚରଣ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ପଦମର୍ଯ୍ୟାଦାକୁ କ୍ଷୁଣ୍ଣ କରୁନାହିଁ, ବରଂ ଗଞ୍ଜାମ ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ସମ୍ମାନ ହାନି କରୁଛି । ନିଜ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କୁ ରାଜନୈତିକ ଚାପ କିମ୍ୱା ଧମକ ଦେଇ ଟାର୍ଗେଟ୍ କରାଯିବା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପ୍ରତିଫଳିତ କରୁଛି । ରିଲିଫ୍ ବଣ୍ଟନରେ ରାଜନୈତିକ ହସ୍ତକ୍ଷେପକୁ କେବେ ବି ବରଦାସ୍ତ କରାଯିବ ନାହିଁ । ରାଜନୈତିକ ଗୋଷ୍ଠୀ ବିବାଦ କାରଣରୁ ରିଲିଫ୍ ବଣ୍ଟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ବିଜେପି ସରକାର କ’ଣ ପାଇଁ ଚୁପ୍ ରହିଛନ୍ତି ? ବିଜେଡି ଅନ୍ୟାୟ ବିରୋଧରେ ନିଜର ସ୍ୱର ଉତ୍ତୋଳନ ଜାରି ରଖିବ । ସରକାରୀ ଅଧିକାରୀମାନଙ୍କୁ କୌଣସି ରାଜନୈତିକ ହସ୍ତକ୍ଷେପ କିମ୍ୱା ଭୟ ବିନା ସ୍ୱାଧୀନ ଭାବରେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଦିଆଯାଉ । ରାଜନୈତିକ ପ୍ରଭାବ ଉପରେ ଆଇନର ଶାସନ ଯେପରି ସର୍ବୋପରି ରହିବ, ତାହା ସୁନିଶ୍ଚିତ କରନ୍ତୁ ରାଜ୍ୟ ସରକାର ।

  • Related Posts

    ଦୀପାବଳୀ ପାଳିବେନି ନବୀନ, ବନ୍ୟା ପୀଡ଼ିତଙ୍କୁ ସମବେଦନା

    ଭୁବନେଶ୍ୱର: ବନ୍ୟା ପୀଡ଼ିତଙ୍କ ପାଇଁ ଦୀପାବଳି ପାଳନ କରିବେନି ନବୀନ ପଟ୍ଟନାୟକ । ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳୀ ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି…

    Continue reading
    ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ ନବୀନ

    ଶେରଗଡ଼: ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ । ଭାବପ୍ରବଣ ହେଲେ ନବୀନ । ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି