ଓଡ଼ିଶା ଭୋଟରଙ୍କୁ ହାତେଇଲା ଆନ୍ଧ୍ର, ୪୮% ମତଦାନ

ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଥରେ ଛକାପଞ୍ଜା ଦେଖାଦେଇଛି। ଜିଲା ପ୍ରଶାସନର ମିଳିତ ସହଯୋଗ ଓ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳର କଡ଼ା ବିରୋଧ ଯୋଗୁ ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମା ଭିତରେ ବୁଥ୍ କରିବାରେ ସଫଳ ହୋଇପାରିନାହିଁ। ଏହି ସ୍ଥିତିକୁ ରୋକିବାରେ ଓଡ଼ିଶା ପ୍ରଶାସନ ଏକ ପ୍ରକାର ସଫଳ ହୋଇଥିବା ବେଳେ, ଆନ୍ଧ୍ର ପ୍ରଶାସନ ପଛଘୁଞ୍ଚା ଦେଇ ନିଜ ସୀମା ଭିତରେ ବୁଥ୍ ସ୍ଥାପନ କରି ଓଡ଼ିଶାର ଭୋଟରଙ୍କଠାରୁ ଭୋଟ୍ ହାତେଇବାକୁ ସକ୍ଷମ ହୋଇଛି। ଅନ୍ୟପଟେ ଦୁଇ ରାଜ୍ୟର କଡ଼ା ସୁରକ୍ଷା ବ୍ୟବସ୍ଥାକୁ ପଛରେ ପକାଇ ଆନ୍ଧ୍ର ସୀମା ଭିତରେ ହୋଇଥିବା ବୁଥ୍‌ଗୁଡ଼ିକରେ ଓଡ଼ିଶାର ଗ୍ରାମବାସୀମାନେ ନିଜର ମତଦାନ ସାବ୍ୟସ୍ତ କରିବାରେ ପଛଘୁଞ୍ଚା ଦେଇନାହାନ୍ତି।
ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତ ଅଧୀନରେ ରହିଥିବା ଫାଟୁସିନେରୀ, ତଳସେମ୍ବି ଏବଂ ନେରିଡିବାଲସା ଆଦି ସ୍ଥାନଗୁଡ଼ିକରେ ଓଡ଼ିଶା ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ନେରିଡିବାଲସାଠାରେ ଓଡ଼ିଶା ପୋଲିସ୍ ପୋଷ୍ଟଠାରୁ ପ୍ରାୟ ୪୦୦ ମିଟର ଦୂରରେ ଆନ୍ଧ୍ର ପୋଲିସ୍ କଡ଼ା ସୁରକ୍ଷା ବ୍ୟବସ୍ଥା କରି ନିଜ ସୀମା ଭିତରକୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି କିମ୍ବା ରାଜନୈତିକ ଦଳର କୌଣସି ବ୍ୟକ୍ତିଙ୍କୁ ଛାଡ଼ି ନଥିଲେ। ଏହି ଛକାପଞ୍ଜା ଭିତରେ ଓଡ଼ିଶାର ଦୁଇ ସୀମାନ୍ତ ଗ୍ରାମ ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରମାନେ ଆନ୍ଧ୍ର ସୀମା ଭିତରେ ଥିବା ତୋନାମ୍ ପଞ୍ଚାୟତର ବୁଥ୍‌ରେ ଭୋଟ୍ ଦେଇଥିଲେ। ୦୪ ନମ୍ବର ବୁଥ୍‌ରେ ଫାଟୁସିନେରୀ ଗ୍ରାମର ୧୧୩୦ ଭୋଟରଙ୍କ ମଧ୍ୟରୁ ଅପରାହ୍ନ ୨ଟା ସୁଦ୍ଧା ୫୨୩ ଜଣ ଏବଂ ୦୭ ନମ୍ବର ବୁଥ୍‌ରେ ଫଗୁଣସିନେରୀ ଗ୍ରାମର ୫୦୯ ଭୋଟରଙ୍କ ମଧ୍ୟରୁ ୨୧୫ ଜଣ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ପୂର୍ବରୁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ଠେଲାପେଲା ହୋଇଥିବା ନେରିଡିବାଲସା ଗ୍ରାମର ୧୨୬୦ ଭୋଟରଙ୍କ ମଧ୍ୟରୁ ଆନ୍ଧ୍ର ସୀମାର ସାରିକା ପଞ୍ଚାୟତର ୦୮ ନମ୍ବର ବୁଥ୍‌ରେ ୩୯୮ ଜଣ ଭୋଟ୍ ଦେଇଛନ୍ତି।

ଉକ୍ତ ନେରିଡିବାଲସା ଗ୍ରାମରୁ ଅପରାହ୍ନ ୨ଟା ପରେ ଓଡ଼ିଶାର ତିନି ଦଳର ବିଧାୟକ, ରାଜନେତା, କର୍ମୀ, ଓକିଲ ସଂଘର ସଦସ୍ୟ ଓ ମହିଳା ଗୋଷ୍ଠୀ ସଦସ୍ୟମାନେ ଫେରିଯାଇଥିଲେ। ତେବେ ପୂର୍ବତନ MP ଜୟରାମ ପାଙ୍ଗି ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ଉପଜିଲାପାଳ ଫାବି ରସିଦ୍, ଏଡିଏମ୍ ତପନ ନାୟକ, ଏଡିଏମ୍ (ରାଜସ୍ୱ) ନରେଶ ଚନ୍ଦ୍ର ଶବର ଏବଂ କୋରାପୁଟ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ପ୍ରକାଶ କରିଛନ୍ତି ଯେ, କୋଟିଆର ସ୍ଥିତିକୁ ଦୃଷ୍ଟିରେ ରଖି ୩୦ ରୁ ଉର୍ଦ୍ଧ୍ୱ ପ୍ଲାଟୁନ୍ ଫୋର୍ସ୍ ମୁତୟନ କରାଯାଇଥିବା ସହ ୪୦ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ଏବଂ ଯେଉଁ ଉଦ୍ଦେଶ୍ୟରେ ନିୟୋଜିତ କରାଯାଇଥିଲା ତାହା ସଫଳ ହୋଇଛି। ଜିଲାସ୍ତରରୁ ନିର୍ଦ୍ଦେଶ ନଆସିବା ଯାଏଁ ସୀମାରେ ସ୍ଥିତି ଅନୁଧ୍ୟାନ ଜାରି ରହିବ। ଅପରପକ୍ଷରେ, ଉପଜିଲାପାଳ ରସିଦ୍ କହିଛନ୍ତି ଯେ ଆନ୍ଧ୍ରର ପୋଲିଂ ନସରିବା ଯାଏଁ ସେ ନିଜେ ସୀମାରେ ଉପସ୍ଥିତ ରହିବେ। ନିଜ ଚାକିରି କାଳର ଏହି ପ୍ରଥମ ଅନୁଭୂତିରୁ ଅନେକ କିଛି ଶିଖିବାକୁ ମିଳିଥିବା ବ୍ୟକ୍ତ କରିବା ସହ ଜିଲାରେ ରହିବା ପର୍ଯ୍ୟନ୍ତ କୋଟିଆର ଲୋକଙ୍କ ସମସ୍ୟା ବୁଝି ତାର ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି।

  • Related Posts

    ଦୀପାବଳୀ ପାଳିବେନି ନବୀନ, ବନ୍ୟା ପୀଡ଼ିତଙ୍କୁ ସମବେଦନା

    ଭୁବନେଶ୍ୱର: ବନ୍ୟା ପୀଡ଼ିତଙ୍କ ପାଇଁ ଦୀପାବଳି ପାଳନ କରିବେନି ନବୀନ ପଟ୍ଟନାୟକ । ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳୀ ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି…

    Continue reading
    ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ ନବୀନ

    ଶେରଗଡ଼: ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ । ଭାବପ୍ରବଣ ହେଲେ ନବୀନ । ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି